ହାଇକୋର୍ଟ ବିରକ୍ତ: ସରକାର କ’ଣ କରୁଛନ୍ତି?

ଥାନାରେ ଜବତ ଗାଡ଼ି ମାମଲା

୧୦ ଜିଲ୍ଲାରେ ଖୋଲିଲା ଭର୍ଚୁଆଲ୍ ହାଇକୋର୍ଟ

ThePrint

କଟକ: ବିଭିନ୍ନ ମାମଲାରେ ଜବତ ହୋଇ ଥାନାରେ ପଡ଼ିରହିଥିବା ଗାଡ଼ିଗୁଡିକର ସଂଖ୍ୟା ରାଜ୍ୟ ସରକାର ଦାଖଲ କରି ପାରି ନଥିବାରୁ ହାଇକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଇନଜୀବୀ ଆଶିଷ ରଂଜନ ମହାନ୍ତିଙ୍କ ଦ୍ବାରା ରୁଜୁ ଏ ସଂକ୍ରାନ୍ତୀୟ ଜନସ୍ବାର୍ଥ ଆବେଦନର ଆଜି ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ଚୂଡ଼ାନ୍ତ ତଥ୍ୟ ଦାଖଲ ନ କରି ପୁରୁଣା ତଥ୍ୟ ସରକାରଙ୍କ ତରଫରୁ ଉପସ୍ଥାପନ କରାଯାଇଥିଲା।

ସାନି ସ୍ଥିତି ନେଇ ଅବଗତ କରିବା ବଦଳରେ ଆଜି ଏଥିପାଇଁ ସରକାରଙ୍କ ପକ୍ଷରୁ ଅଧିକ ସମୟ ଲୋଡ଼ା ଯାଇଥିଲା। ଫଳରେ, ହାଇକୋର୍ଟ ଏହାକୁ ନେଇ ବିରକ୍ତି ପ୍ରକାଶ କରିବା ସହିତ ସରକାର କ’ଣ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ନଭେମ୍ବର ୩୦ ସୁଦ୍ଧା ଏହି ପ୍ରସଙ୍ଗରେ ସ୍ଥିତି ନେଇ ସାନି ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୧କୁ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe