କରୋନାରୁ ସୁସ୍ଥ ହେଲା ପରେ କ’ଣ କରିବେ? ଜାଣନ୍ତୁ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ

Advertisment
କରୋନାରୁ ସୁସ୍ଥ ହେଲା ପରେ କ’ଣ କରିବେ? ଜାଣନ୍ତୁ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ

ଭୁବନେଶ୍ୱର: କରୋନା ଭାଇରସ ମହାମାରୀ ସଂକ୍ରମଣରୁ ସୁସ୍ଥ ହେବା ପରେ ମଧ୍ୟ ବ୍ୟକ୍ତିଙ୍କୁ ୩ ମାସ ଯାଏଁ ସତର୍କ ରହିବାକୁ ହେବ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ରହିଲେ କରୋନା ସଂକ୍ରମଣ ବର୍ତ୍ତିଯିବାର ଆଶଙ୍କ ରହିଛି। ତେବେ କରୋନା ଛାଡ଼ିବା ପରେ କ’ଣ କରିବେ ସେ ନେଇ ରାଜ୍ୟ ସରକାରଙ୍କ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

ବିଶେଷଜ୍ଞ ଡାକ୍ତରଙ୍କ ଅନୁସାରେ କଫ ପଡୁଥିବା କାଶ ଉଦବେଗଜନକ ହୋଇଥାଏ। କାଶ ଓ କଫ ଅଧିକ ହେଲେ ଚିକିତ୍ସକଙ୍କ ପରାମର୍ଶ ନେଇ ଔଷଧ ଖାଇବା ଦରକାର। ଆବଶ୍ୟକ ପଡ଼ିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ କଫସିରଫ ଖାଇପାରିବା। ସେହିଭଳି ଛାତି ଯନ୍ତ୍ରଣା ପାଇଁ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇବା ଉଚିତ୍‌। ଛାତି ଯନ୍ତ୍ରଣା ହେଉଥିଲେ ଏକ ଚେୟାରରେ ବସିବେ। ନିଃଶ୍ୱାସ ପ୍ରଶ୍ୱାସ ଠିକ ଭାବେ ନେବେ।

ଲୋକଙ୍କର କଥା ଶୁଣି ଆମେ ଭୟ ଓ ଆଶଙ୍କା କରୁଛୁ। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ନିଜକୁ ଶୈଶବ ଅବସ୍ଥାକୁ ଫେରିଯିବାକୁ ହେବ। ମସ୍ତିସ୍କକୁ ସ୍ଥିର ରଖିବାକୁ ହେବ। ଯୋଗ ଓ ପ୍ରାଣାୟମ କରିବା। କୋଭିଡ ପରେ ନିୟମିତ ଭାବେ ଶୋଇବା। କାରଣ ଆମେ ଯେଉଁ ଦିନ ଅନିଦ୍ରା ରହିଥାଉ, ତା’ପର ଦିନ ଚିଡଚିଡାଇଲା ଭଳି ଲାଗିଥାଏ। ଚେଷ୍ଟା କରନ୍ତୁ ଟିଭି ଅଥବା ମୋବାଇଲ ସ୍କ୍ରିନ ଠାରୁ ଦୂରରେ ରହୁନ୍ତୁ। ସୁଷମ ଖାଦ୍ୟ ଖାଆନ୍ତୁ। ପରିବାରକୁ ସମୟ ଦିଅନ୍ତୁ।

କୋଭିଡରେ ଫୁସଫୁସ କ୍ଷତି ହେବାର ଆଶଙ୍କ ଦେଖାଯାଉଥିବା ଅନେକ ଚର୍ଚ୍ଚା ହେଉଛି। କିନ୍ତୁ ଏହାର କୌଣସି ସତ୍ୟତା ନାହିଁ। କାରଣ କୋଭିଡ ଏକ ନୂଆ ରୋଗ।

କରୋନା ମୁକ୍ତ ପରେ କଣ କରିବା

-ମଦ୍ୟପାନ ଓ କଫି ସେବନରୁ ଦୂରେଇ ରୁହନ୍ତୁ
-କାଫରେ କଫ ପଡୁଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ
-ଡାକ୍ତରଙ୍କ ପରାମର୍ଶ ନେଇ କଫସିରପ ସେବନ କରନ୍ତୁ
-ମାନସିକ ଉଦବେଗ ଦେଖାଗଲେ ସକରାତ୍ମକ ଘଟଣାକୁ ମନେପକାନ୍ତୁ
-ଟିଭି, ମୋବାଇଲ ଠାରୁ ଦୂରେଇ ରୁହନ୍ତୁ
-ନିଜ ବନ୍ଧୁ ଓ ପରିବାର ଲୋକଙ୍କ ସହ ସମୟ ବିତାନ୍ତୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe