ଦଳ ବଦଳ ପରେ ରାଜେନ୍ଦ୍ରଙ୍କ ଭୂମିକାକୁ ନେଇ ଚର୍ଚ୍ଚା 

Advertisment
ଦଳ ବଦଳ ପରେ ରାଜେନ୍ଦ୍ରଙ୍କ ଭୂମିକାକୁ ନେଇ ଚର୍ଚ୍ଚା 
ଭଦ୍ରକ: ଭଦ୍ରକ ଜିଲ୍ଲା ରାଜନୀତିରେ ଏବେ ପୂର୍ବତନ ଧାମନଗର ବିଧାୟକ ରାଜେନ୍ଦ୍ର ଦାସଙ୍କ ଦଳ ବଦଳ ନାଟକକୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗୁରୁବାର ଦିନ  ରାଜେନ୍ଦ୍ର ଦାସ ବିଜେପି ଦଳ ଛାଡ଼ି ବିଜେଡ଼ି ଦଳରେ ଯୋଗ ଦେଇଛନ୍ତି। ରାଜେନ୍ଦ୍ରଙ୍କର ଏଭଳି ବାରମ୍ବାର  ଦଳ ବଦଳ ନୀତିକୁ ସାଧାରଣରେ  ଭିନ୍ନ ଭିନ୍ନ ଚର୍ଚ୍ଚା କରାଯାଉଛି। କେହି କେହି ରାଜେନ୍ଦ୍ର ଙ୍କର ଏଭଳି ଦକ ବଦଳକୁ ପସନ୍ଦ କରୁଥିବା ବେଳେ କେହି କେହି ଏଭଳି ଦଳ ବଡଳକୁ ନାପସନ୍ଦ କରିଛନ୍ତି।
ଧମନଗରର ପୂର୍ବତନ ବିଧାୟକ ୨୦୨୨ ଉପନିର୍ବାଚନର ବିଜେଡ଼ି ଦଳରୁ ଟିକଟ ନପାଇ ସ୍ଵାଧୀନରେ ପ୍ରାର୍ଥୀ ହେବା ପରେ ତାଙ୍କୁ ବିଜେଡ଼ି ଦଳ ବହିଷ୍କାର କରିଥିଲା। ବିଜେଡିରୁ ବହିଷ୍କୃତ ହୋଇ ରାଜେନ୍ଦ୍ର ବିଜେପି ଆଡ଼କୁ ଢାଳି ଥିଲେ ଗତ  କିଛି ମାସ ତଳେ ରାଜେନ୍ଦ୍ର ବିଜେପିରେ ମିଶି ଥିଲେ। ତାଙ୍କୁ ଦଳ ସୋର ବିଧାନସଭା ପାଇଁ ବିଜେପିରୁ ପ୍ରାର୍ଥୀ କରୁଥିଲା। ମାତ୍ର ରାଜେନ୍ଦ୍ରଙ୍କୁ ସୋରରେ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯିବାରୁ ଦଳ ତାଙ୍କୁ ଅନ୍ତର କରି ପର୍ଶୁରାମ ଧଡାଙ୍କୁ ଟିକଟ ଦେବା ପରେ ରାଜୁ  ବିଜେପି ଦଳ ଛାଡ଼ି ଗୁରୁବାର ବିଜେଡିରେ ମିଶିଛନ୍ତି। ରାଜୁ ବିଜେଡିରେ ମିଶିବା ପରେ ରଜୁଙ୍କ ଭୂମିକା ଆଗାମୀ ନିର୍ବାଚନରେ କଣ ରହୁଛି। ତାହା ଉପରେ ବିଜେପି ଓ ବିଜେଡି ଦଳ ନଜର ରଖିଛି।
ରାଜୁ କାଳେ ଧାମନଗର, ବାସୁଦେବପୁର ଓ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଉପରେ ପ୍ରଭାବ ପକାଇବେ ବୋଲି ଚର୍ଚ୍ଚା ହେଉଛି। ରାଜୁଙ୍କ ଘର ତିହିଡି ବ୍ଲକରେ ହୋଇଥିବାରୁ ତିହିଡି ବ୍ଲକ୍‌ର ପଞ୍ଚାୟତ ଗୁଡ଼ିକ ଏହି ୩  ନିର୍ବାଚନ ମଣ୍ଡଳୀର ରହିଛି। ସେହି ଦୃଷ୍ଟିରୁ ରାଜୁଙ୍କ ର କାଳେ ଏହି ଭୋଟରଙ୍କ ଉପରେ ପ୍ରଭାବ ରହିଛି ବୋଲି ଚର୍ଚ୍ଚା ହେଉଛି । ରାଜୁ କାଳେ ବିଜେପି ଉପରେ ନିଜର ରାଗ ସୁଝାଇବେ ବୋଲି ତାଙ୍କ ସମର୍ଥକ କହୁ ଥିବା ବେଳେ ରାଜୁ ଙ୍କ ରାଗ ଓ ଅପମାନ କାଳେ ବିଜେଡ଼ି କୁ ସୁହାଇବ। ଏଭଳି ଚର୍ଚ୍ଚା ହେଉଥିବା ବେଳେ ରାଜୁ ଙ୍କ ବିରୋଧୀ ଗୋଷ୍ଠୀ ଓ ରଜୁଙ୍କୁ ବିଜେଡିରେ ସାହି ପରୁ ନଥିବା ଗୋଷ୍ଠୀ ଙ୍କ କହିବା କଥା ହେଉଛି , ରାଜୁ ଙ୍କ ର କଲେ ସେ ଆଗ ଦଵଦ୍ଦବା  ନାହିଁ। ରାଜୁ  ବାରମ୍ବାର ଦଲ ବଦଳାଇବା ପରେ ଲୋକେ ତାଙ୍କୁ ସୁବିଧାବାଦୀ ନେତା ବୋଲି କହୁ ଥିବା ବେଳେ ରାଜୁ ଙ୍କ ହାତରେ ସେଭଳି ଭୋଟ ନଥିବା କଥା ବି ଲୋକେ କହିଲେଣି। ରାଜୁଙ୍କୁ ନେଇ  ଭଦ୍ରକ ରାଜନୀତି ରେ ଏଭଳି କିଛି ସକାରାତ୍ମକ ଓ ନକାରାତ୍ମକ ଆଲୋଚନା କରା ଯାଉଛି। ତେବେ ସବୁ ଠାରୁ ବଡ଼ ଚର୍ଚ୍ଚା ହେଉଛି। ରାଜୁ ଙ୍କ ବିଜେଡ଼ି ମିଶ୍ରଣ ପରେ ଧାମନଗର ବିଜେଡ଼ି ପ୍ରାର୍ଥୀ ସଞ୍ଜୟ ଦାସ ଙ୍କୁ କେତେ ସହାୟ ହେବେ  ଓ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ଙ୍କ ପାଇଁ କେତେ  କ୍ଷତି ପହଞ୍ଚିବେ ତାକୁ ନେଇ ଚର୍ଚ୍ଚା ହେଉଛି। ସମୟ କହିବ ଆଗାମୀ ନିର୍ବଚନରେ ରାଜୁଙ୍କ ଭୂମିକା କଣ ରହିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe