ହ୍ବାଟ୍‌ସଆପ୍‌ରେ ମେ’ ୪ରୁ ପାଠପଢ଼ା, ସବୁ ଡିଇଓଙ୍କୁ ଚିଠି ଲେଖିଲା ଓସେପା

Advertisment
ହ୍ବାଟ୍‌ସଆପ୍‌ରେ ମେ’ ୪ରୁ ପାଠପଢ଼ା, ସବୁ ଡିଇଓଙ୍କୁ ଚିଠି ଲେଖିଲା ଓସେପା

ABPLIVE

ଭୁବନେଶ୍ୱର : କରୋନା ପାଇଁ ରାଜ୍ୟ ସମେତ ସମଗ୍ର ଦେଶ ଲକ୍‌ଡାଉନ୍‌ ହୋଇ ରହିଛି। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ ଶିକ୍ଷା ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲାରେ ‘ଶିକ୍ଷା ସଂଯୋଗ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ହ୍ବାଟ୍‌ସଆପ୍‌ ଗ୍ରୁପରେ ଶିକ୍ଷା ଦିଆଯାଉଛି। ୧୦ ଦିନରେ ଏହି କାର୍ଯ୍ୟକ୍ରମକୁ ସଫଳତା ମିଳିବା ପରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏହାକୁ ଲାଗୁ କରିବାକୁ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପ୍ରକଳ୍ପ ସଂଯୋଜକ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଇଁ ନିର୍ଦେଶନାମା ଜାରି କରିଛନ୍ତି। ମେ’ ୪ରୁ ଜୁନ ୧୩ ପର୍ଯ୍ୟନ୍ତ ତଥା ୬ ସପ୍ତାହ ଧରି ପାଠପଢ଼ା ଚାଲିବ। ପ୍ରତିଦିନ ୪୫ ମିନିଟ ନ ହେଲେ ଏକ ଘଣ୍ଟାର ୪ଟି କ୍ଲାସ ହେବ।

ଏଥିରେ କୁହାଯାଇଛି ଯେ ‘ଓଡ଼ିଶା ଶିକ୍ଷା ସଂଯୋଗ’ ଏକ ଅନ୍‌ଲାଇନ ଶିକ୍ଷାଦାନ ପ୍ରଣାଳୀ। ଏହି କାର୍ଯ୍ୟକ୍ରମରେ ଦ୍ୱିତୀୟରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ହ୍ବାଟ୍‌ସଆପ୍‌ରେ ଶିକ୍ଷା ଗ୍ରହଣ କରିପାରିବେ। ପ୍ରତିସ୍ତରରେ ଏହି ହ୍ବାଟ୍‌ସଆପ୍‌ ଗ୍ରୁପ ଗଠନ କରାଯିବ। ବିଭିନ୍ନ ବହିର ପ୍ରତ୍ୟେକ ଅଧ୍ୟାୟର ପିଡିଏଫ ଛାତ୍ରଛାତ୍ରୀଙ୍କ ନିକଟକୁ ପଠାଯିବ। ଏହି ନିର୍ଦେଶନାମାରେ ହ୍ବାଟ୍‌ସଆପ୍‌ ଗ୍ରୁପର ଗଠନ ପ୍ରଣାଳୀ, କାର୍ଯ୍ୟ ନିର୍ଘଣ୍ଟ, ଶିକ୍ଷା ସାମଗ୍ରୀର କୋଡିଂ ପଦ୍ଧତି, ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା ସମ୍ପର୍କରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe