ଓଡ଼ିଶାକୁ ଗହମ ବୋଝ: ଆବଣ୍ଟିତ ଗହମ ଫେରାଇ ନେବା ପାଇଁ କେନ୍ଦ୍ରକୁ ଚିଠି

ରାଜ୍ୟ ମୁଣ୍ଡରେ ଏବେ ଗହମ ବୋଝ। ଉତ୍ତରପ୍ରଦେଶକୁ ହାଲୁକା କରିବା ପାଇଁ କେନ୍ଦ୍ର ଓଡ଼ିଶାକୁ ଜବରଦସ୍ତି ୧.୯୯ ଲକ୍ଷ କ୍ବିଣ୍ଟାଲ୍‌ ଗହମ ଆବଣ୍ଟନ କରିଛି। ଏଥିରୁ ୩୦ ହଜାର କ୍ବିଣ୍ଟାଲ୍‌ ଗହମ ରାଜ୍ୟ ଯୋଗାଣ ନିଗମ ଗୋଦାମରେ ରହିଛି।

ଗହମ, ଅଟା ଜମାଖୋରୀ ରୋକିବାକୁ କେନ୍ଦ୍ର ସରକାରଙ୍କ ପଦକ୍ଷେପ, ଧାର୍ଯ୍ୟକଲେ ଷ୍ଟକ୍ ଲିମିଟ୍

ସମ୍ବଲପୁର: ରାଜ୍ୟ ମୁଣ୍ଡରେ ଏବେ ଗହମ ବୋଝ। ଉତ୍ତରପ୍ରଦେଶକୁ ହାଲୁକା କରିବା ପାଇଁ କେନ୍ଦ୍ର ଓଡ଼ିଶାକୁ ଜବରଦସ୍ତି ୧.୯୯ ଲକ୍ଷ କ୍ବିଣ୍ଟାଲ୍‌ ଗହମ ଆବଣ୍ଟନ କରିଛି। ଏଥିରୁ ୩୦ ହଜାର କ୍ବିଣ୍ଟାଲ୍‌ ଗହମ ରାଜ୍ୟ ଯୋଗାଣ ନିଗମ ଗୋଦାମରେ ରହିଛି। ଏହାକୁ ନେଇ ସରକାର ଚିନ୍ତାରେ। ଯଥାଶୀଘ୍ର ଏହି ଗହମ ଫେରାଇ ନେବାକୁ ମୁଖ୍ୟ ଶାସନ ସଚିବ କେନ୍ଦ୍ରକୁ ଅନୁରୋଧ କରିବା ପରେ ବି କୌଣସି ପଦକ୍ଷେପ ନିଆଯାଇନାହିଁ। 

ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଓଡ଼ିଶା। ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ପ୍ରଥମ ପସନ୍ଦ ମଧ୍ୟ ଚାଉଳ। ଏହାକୁ ଦୃଷ୍ଟିରେ ରଖି ରାସନ୍‌ କାର୍ଡରେ ପୂର୍ବରୁ ନବୀନ ପଟ୍ଟନାୟକ ସରକାର କେବଳ ଚାଉଳ ଦେଉଥିଲେ। ନୂଆ ସରକାର ବି ଏହି ଧାରା ଭାଙ୍ଗିନାହାନ୍ତି। କିନ୍ତୁ ଅଚାନକ ସେପ୍ଟେମ୍ବର ମାସରେ କେନ୍ଦ୍ର ଓଡ଼ିଶାକୁ ଗହମ ଦେଇଥିଲା। ବାଧ୍ୟ ହୋଇ ଓଡ଼ିଶା ସରକାର ଘୋଷଣା କରିଥିଲେ ଯେ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ସହିତ ଗହମ ଦିଆଯିବ। ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ଗହମର ମାତ୍ରାଧିକ ଉତ୍ପାଦନକୁ ଦୃଷ୍ଟିରେ ରଖି ସେଠାକାର ବଳକା ଗହମର ଚାପ ହ୍ରାସ ପାଇଁ କେନ୍ଦ୍ର ପକ୍ଷରୁ ଓଡ଼ିଶାକୁ ଏହାକୁ ଯୋଗାଇ ଦିଆଯାଇ ଥିଲା।  

ଆବଣ୍ଟିତ ଗହମ ଫେରାଇ ନେବା ପାଇଁ କେନ୍ଦ୍ରକୁ ଚିଠି 
ଗୋଦାମ, ପିଡିଏସ୍‌ କେନ୍ଦ୍ରରେ ନଷ୍ଟ ହେବାର ଆଶଙ୍କା

ଇତିମଧ୍ୟରେ ଓଡ଼ିଶାରେ ନଭେମ୍ବର ମାସରୁ ଧାନ ସଂଗ୍ରହ ଆରମ୍ଭ ହୋଇଛି। ରବିରେ କଷ୍ଟମ୍‌ ମିଲିଂର ଚାଉଳ ରାଜ୍ୟ ଯୋଗାଣ ନିଗମ ଏବଂ ଏଫ୍‌ସିଆଇକୁ ପହଞ୍ଚୁଛି। ଏହି କ୍ରମରେ ରାଜ୍ୟ ପାଇଁ ବଡ଼ ସମସ୍ୟା ହେଲା, ସଂଗୃହୀତ ଧାନ ଏବଂ ଚାଉଳ ସଂରକ୍ଷଣ ପାଇଁ ଗୋଦାମର ଅଭାବ। ଯେଉଁ ଗୋଦାମରେ ଚାଉଳ ରଖାଯାଇପାରନ୍ତା ସେଠାରେ ଗହମ ଗଦା ହୋଇ ରହିଥିବାରୁ ସ୍ଥାନାଭାବ ରହିଛି। ଆହୁରି ମଧ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ବଦଳରେ ଗହମ ବାଣ୍ଟିଲେ ପ୍ରଥମତଃ ହିତାଧିକାରୀ ଏହାକୁ ନେବେ ନାହିଁ। ଦ୍ବିତୀୟତଃ ବଳକା ଚାଉଳ ପଡ଼ି ରହିବାର ଆଶଙ୍କା ରହିଥିଲା। ତେଣୁ ଓଡ଼ିଶା ସରକାର ପୂର୍ବପରି ଗହମ ବଦଳରେ ଚାଉଳ ବାଣ୍ଟିବାକୁ ନିଷ୍ପତ୍ତି ନେଇ କେନ୍ଦ୍ରକୁ ଜଣାଇଥିଲେ। ଏଥିସହ ରାଜ୍ୟର ପିଡିଏସ୍‌ କେନ୍ଦ୍ରରେ ଗହମ ଯୋଗାଣକୁ ବନ୍ଦ କରି ଦେଇଥିଲେ। ସେହି କୋଟାରେ ଚାଉଳ ପହଞ୍ଚିଥିଲା। ବର୍ତ୍ତମାନ ଏଫସିଆଇ ଏବଂ ଯୋଗାଣ ନିଗମ ଗୋଦାମରେ ସ୍ଥାନାଭାବ ଦୂର ପାଇଁ ଗହମ ଫେରାଇ ନେବାକୁ ଚିଠି ଲେଖାଯାଇଥିଲେ ହେଁ ସେମାନେ ନିରବ। ବଣ୍ଟା ନ ହୋଇ ପଡ଼ିରହିଥିବାରୁ ପିଡିଏସ୍‌ କେନ୍ଦ୍ରରେ ଗହମ ପୋକ ଖାଇଯିବାର ଆଶଙ୍କା ଦେଖାଦେଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe