ଜୁନ୍‌ରୁ ପିଡିଏସ୍‌ କେନ୍ଦ୍ରରେ ମିଳିବନି ଗହମ: ନିରାଶ ହେବେ ୩ ଲକ୍ଷରୁ ଊର୍ଦ୍ଧ୍ବ ଗ୍ରାହକ

Advertisment
ଖୁଚୁରା ବଜାରରେ ଖାଉଟିଙ୍କୁ ଲୁଟ୍‌; ତେଲ, ଗହମର ଦର କମିଛି, ଖାଉଟି କିଣୁଛନ୍ତି ଚଢ଼ା ଦରରେ

The New York Times

ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡର କୋଟା କମିଲା, ଓଡ଼ିଶାକୁ ପୂରା ବନ୍ଦ
୧୫ ବର୍ଷରେ କେନ୍ଦ୍ରର ସର୍ବନିମ୍ନ ଗହମ ସଂଗ୍ରହ

ଭୁବନେଶ୍ବର : ରାଜ୍ୟରେ ଥିବା ପିଡିଏସ୍‌ କେନ୍ଦ୍ରଗୁଡ଼ିକରେ ଆସନ୍ତା ଜୁନ୍‌ ମାସରୁ ଗହମ ମିଳିବନି। ୧୦ ମାସ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ। ୨୦୦୭ ପରେ ଚଳିତବର୍ଷ କେନ୍ଦ୍ର ସରକାରଙ୍କ ଗହମ ସଂଗ୍ରହ ସର୍ବନିମ୍ନ ରହିଛି। ଏଥିଯୋଗୁଁ କେନ୍ଦ୍ର ପକ୍ଷରୁ ଓଡ଼ିଶାକୁ ଦିଆଯାଉଥିବା ୨୪ ହଜାର ୭୦୦ ମେଟ୍ରିକ ଟନ୍‌ ଗହମ ଯୋଗାଣ ବନ୍ଦ କରାଯାଇଥିବା ଏଫ୍‌ସିଆଇ ସୂତ୍ରରୁ ପ୍ରକାଶ। ଏହା ବଦଳରେ ରାଜ୍ୟକୁ ଚାଉଳ ମିଳିବ। ଏଥିଯୋଗୁଁ ଗହମ ପାଇଁ ପିଡିଏସ୍‌ କେନ୍ଦ୍ର ଉପରେ ନିର୍ଭରଶୀଳ ୩ କୋଟିରୁ ଉର୍ଧ୍ବ ସାଧାରଣ ଲୋକ କ୍ଷତିଗ୍ରସ୍ତ ହେବେ।

publive-image aifb.it

ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୮୬ପ୍ରତିଶତ ଚାଉଳ ଏବଂ ୧୪ ପ୍ରତିଶତ ଗହମ ଯୋଗାଣ ହୁଏ। ଏଥିରେ ୨ଟି କାଟାଗୋରିରେ ଥିବା ସମୁଦାୟ ୩ କୋଟି ୨୫ ଲକ୍ଷ ଲୋକ ଗହମ କ୍ରୟ କରିଥାଆନ୍ତି। ଓଡ଼ିଶା ଚାଉଳ ଉତ୍ପାଦନରେ ଆତ୍ମନିର୍ଭରଶୀଳ। ମାତ୍ର ରାଜ୍ୟରେ ଗହମ ଉତ୍ପାଦିତ ହେଉ ନଥିବାରୁ ସମୁଦାୟ ୨୪ ହଜାର ୭୦୦ ମେଟ୍ରିକ ଟନ୍‌ କେନ୍ଦ୍ର ଦେଇଥାଏ। ପଞ୍ଜାବ, ହରିୟାଣାରୁ ସଂଗୃହୀତ ଗହମ କେନ୍ଦ୍ର ଓଡ଼ିଶାକୁ ଦେଇଥାଏ। ଗହମ କୋଟା ହ୍ରାସ କରି ଚାଉଳ କୋଟା ବୃଦ୍ଧି ପାଇଁ ବର୍ଷାଧିକ ସମୟ ହେଲା ରାଜ୍ୟ ଯୋଗାଣ ମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ଆସୁଛନ୍ତି। ମାତ୍ର କେନ୍ଦ୍ର ସରକାର ଏହାକୁ ଧ୍ୟାନ ଦେଉନଥିଲେ। ଏପରିକି କିଛି ମାସ ପୂର୍ବରୁ ପୁନର୍ବାର ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗହମ କୋଟା ହ୍ରାସ ପାଇଁ ଚିଠି କରିଥିଲେ। ମାତ୍ର କେନ୍ଦ୍ର ଏହାକୁ ଗୁରୁତ୍ବ ଦେଉନଥିଲା। ଓଡ଼ିଶାକୁ କୋଟା ହ୍ରାସ କରି ଦେଲେ ସଂଗୃହୀତ ଗହମ କୁଆଡ଼େ ଯିବ ବୋଲି ପ୍ରଶ୍ନ କରାଯାଉଥିଲା। ରାଜ୍ୟ ସରକାରଙ୍କ ଅନୁରୋଧ ଯୋଗୁଁ ନୁହେଁ, ବରଂ ବର୍ତ୍ତମାନ କେନ୍ଦ୍ର ସରକାର ନିଜେ ଗହମ ସଂଗ୍ରହ କରିପାରୁନଥିବାରୁ ଓଡ଼ିଶାକୁ ଗହମ ଯୋଗାଇ ପାରିନଥିବା ଜଣାପଡ଼ିଛି। ଏଥିଯୋଗୁଁ ଗ୍ରାହକ କ୍ଷତିଗ୍ରସ୍ତ ହେବେ।

publive-image foodbusinessnews.net

ଗହମକୁ ନେଇ ରାଜ୍ୟ ଆତ୍ମନିର୍ଭରଶୀଳ ହେଲା ନାହିଁ ଏବଂ କେନ୍ଦ୍ର ନିର୍ଭରଶୀଳତା ବଢ଼ାଇବାରୁ ସ୍ବାସ୍ଥ୍ୟଗତ କିମ୍ବା ସ୍ବାଦ, ଯେକୌଣସି କାରଣରୁ ଅଟା ଜାତୀୟ ଖାଦ୍ୟ ପସନ୍ଦ କରୁଥିବା ଗ୍ରାହକ କ୍ଷତିଗ୍ରସ୍ତ ହେବେ। ଚଳିତବର୍ଷ ଦେଶରେ ଗହମ ଉତ୍ପାଦନ ରେକର୍ଡ ସୃଷ୍ଟି କରିଥିଲା। ଏଣେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁଁ ଗହମ ରପ୍ତାନିକାରୀ ରୁଷ୍‌ ଗହମ ଯୋଗାଣ କରିପାରିଲା ନାହିଁ। ଭାରତ ଉପରେ ନିର୍ଭରଶୀଳତା ବଢ଼ିଲା। ଏହାର ଫାଇଦା ଉଠାଇ ଘରୋଇ କମ୍ପାନିଗୁଡ଼ିକ ଚାଷୀଙ୍କଠାରୁ ଅନେକ ପୂର୍ବରୁ ଗହମ କ୍ରୟ କରି ନେଇଛନ୍ତି। ବର୍ତ୍ତମାନ ଏପ୍ରିଲରୁ ଗହମ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ସରକାରଙ୍କୁ ଗହମ ଦେବା ପାଇଁ କେହି ନାହାନ୍ତି। ଏଥିଯୋଗୁଁ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ ଗହମ ଯୋଗାଣରେ ବାଧାପ୍ରାପ୍ତ ହୋଇଛି। ପଡ଼ୋଶୀ ରାଜ୍ୟ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ଯୋଗାଣ କେନ୍ଦ୍ର ହ୍ରାସ କରିଛି କିନ୍ତୁ ଓଡ଼ିଶାକୁ ଯୋଗାଣ ବନ୍ଦ କରିଦେଇଛି। ଅର୍ଥାତ ବିହାରର ଆଲଟ୍‌ମେଣ୍ଟ ୧.୮୪ ହଜାର ମେଟ୍ରିକ ଟନ୍‌ରୁ୯୨ ହଜାର ମେଟ୍ରିକ ଟନ୍‌, ଝାଡ଼ଖଣ୍ଡର ୫୮ ହଜାର ମେଟ୍ରିକ ଟନ୍‌ରୁ ୨୯ ହଜାର ମେଟ୍ରିକ ଟନ୍‌, ପଶ୍ଚିମବଙ୍ଗର ୨ ଲକ୍ଷ ମେଟ୍ରିକ ଟନ୍‌ରୁ ୧.୩୨ ଲକ୍ଷକୁ ହ୍ରାସ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe