ଭଲ ଲୋକ ଏକାଠି ହେଲେ ସମାଜରେ ବିରାଟ ପରିବର୍ତ୍ତନ ହୁଏ: ସୌମ୍ୟ

Advertisment

ପାଠକଙ୍କ ଆଶୀର୍ବାଦ ଥିଲେ ପତ୍ରପତ୍ରିକାର ଅସୁବିଧା ହେବନି

ପାଠକଙ୍କ ଆଶୀର୍ବାଦ ଥିଲେ ପତ୍ରପତ୍ରିକାର ଅସୁବିଧା ହେବନି

ବିନା ବୁଥ୍ ଦଖଲରେ ଶେଷ ହୋଇଛି ଘସିପୁରାର ନିର୍ବାଚନ: ସୌମ୍ୟ

ଜଗତସିଂହପୁର: କୌଣସି ପତ୍ରପତ୍ରିକା କାହା ଦୟାରେ ଚାଲେ ନାହିଁ। ପତ୍ରପତ୍ରିକା ପାଇଁ ଯଦି କାହାର ଆଶୀର୍ବାଦ ବେଶି ଲୋଡ଼ା, ତାହା ହେଉଛି ପାଠକ ଓ ଗ୍ରାହକଙ୍କ ଆଶୀର୍ବାଦ। ଯେତେବେଳ ଯାଏ ପାଠକ ଓ ଗ୍ରାହକଙ୍କ ଆଶୀର୍ବାଦ ଥିବ, କୋଉ ସରକାର; ସେ ଆମେରିକା ହେଉ, ଜାତୀୟ ସରକାର ହେଉ ଅବା ରାଜ୍ୟ ସରକାର.., କେହି ହଇରାଣ କରି ପାରିବେନି। ଏ ବିଶ୍ୱାସ ମୋର ଅଛି.. ବୋଲି ‘ସମ୍ବାଦ’ ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ଆଜି ଜଗତସିଂହପୁରର ଆଦିକବି ସାରଳା ସଂସ୍କୃତି ଭବନଠାରେ ଅମୃତା ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ଅମୃତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି।

‘ସମ୍ବାଦ’ରେ ସରକାରଙ୍କ ଦୋଷ ତ୍ରୁଟି ତଥା ରାଜ୍ୟର ପ୍ରାଶାସନିକ ଅବ୍ୟବସ୍ଥା ସମ୍ପର୍କରେ ଲେଖା ପ୍ରକାଶ ପାଇବା ପରେ ରାଜ୍ୟ ସରକାର ‘ସମ୍ବାଦ’କୁ ବିଜ୍ଞାପନ ଦେବା ବନ୍ଦ କରିଥିବାରୁ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପାଠକ ଓ ଗ୍ରାହକଙ୍କ ଆଶୀର୍ବାଦ ଥିବା ଯାଏ ​ପତ୍ରପତ୍ରିକାକୁ କେହି ହଇରାଣ କରିପାରିବେ ନାହିଁ। ସେ ଆହୁରି କହିଥିଲେ ଯେ, ମଧୁର ଅହଙ୍କାର ଓ ଈର୍ଷା କ୍ଷତିକାରକ ନୁହେଁ। ଦୁନିଆରେ ଭଲ ଲୋକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ, ଖରାପ ଲୋକଙ୍କ ସଂଖ୍ୟା ଯଥେଷ୍ଟ କମ୍। କିନ୍ତୁ ବିପଦ ପଡ଼ିଲେ ଖରାପ ଲୋକମାନେ ଏକଜୁଟ ହୋଇଯାଆନ୍ତି। ହେଲେ, ସମାଜରେ ଭଲ ଲୋକମାନେ ଏକାଠି ହେଲେ ବିରାଟ ପରିବର୍ତ୍ତନ ହୁଏ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe