ବିଜେପି ଛାଡ଼ିଲେ କାଳୁ

ବିଜେପି ଛାଡ଼ିଲେ କାଳୁ

ଖୋର୍ଦ୍ଧା: ସବୁପ୍ରକାର ବିଦ୍ରୋହ, ଆପତ୍ତି ସତ୍ତ୍ବେ ଦଳୀୟ ଟିକେଟ ନ ମିଳିବାରୁ ଶେଷରେ ଆଜି ଦଳ ଛାଡ଼ିଛନ୍ତି ଖୋର୍ଦ୍ଧା ବିଧାନସଭା କ୍ଷେତ୍ରର ବିଜେପି ନେତା କାଳୁ ଚରଣ ଖଣ୍ଡେଇତରାୟ। ଖୋର୍ଦ୍ଧା ସହରସ୍ଥିତ ଏକ ଘରୋଇ ହୋଟେଲ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ କାନ୍ଦି କାନ୍ଦି କାଳୁ ବିଜେପିରୁ ନିଜର ଇସ୍ତଫା କଥା ଘୋଷଣା କରିଛନ୍ତି। ଦଳ ଛାଡ଼ିବା ପଛରେ ସେ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି। ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ଖଣ୍ଡେଇତରାୟ କହିଛନ୍ତି, ଦୀର୍ଘବର୍ଷ ହେଲା ଦଳ ପାଇଁ କାମ କଲି। ଗତଥର ୭୫ହଜାର ଭୋଟ୍ ପାଇ ବିଜେପିକୁ ଆଗକୁ ଆଣିଲି। ଠିକଣା ସମୟରେ ଦଳ ତାଙ୍କ ପ୍ରତି ଅବହେଳା କରିଛି। ଟିକେଟ କଟିବା ଘଟଣାକୁ ନେଇ ଗତକାଲି ରାଜ୍ୟ ବିଜେପି ସଭାପତିଙ୍କୁ ଭେଟିଥିଲେ।

ସଭାପତି ତାଙ୍କୁ ୪୮ଘଣ୍ଟା ସମୟ ନେଇଥିଲେ। ସଭାପତିଙ୍କ ଉପରେ ତାଙ୍କର ଭରସା ପାଉନାହିଁ ବୋଲି କାଳୁ ଅଭିଯୋଗ ଆଣିଛନ୍ତି। ଆହୁରି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ସେଠି ରହିବା ଅପେକ୍ଷା ନିଜେ ସ୍ବାଧୀନ ଭାବେ ପ୍ରତିଦ୍ବନ୍ଦ୍ବିତା କରିବେ। ଆସନ୍ତା ୩ତାରିଖରେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ସେ ସୂଚନା ଦେଇଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ବଡ଼ପୋଖରିଆ ମଣ୍ଡଳ ସଭାପତି ବିପିନ ପାଲଟାସିଂହ, ନିରାକାରପୁର ମଣ୍ଡଳ ସଭାପତି ଆଲୋକ ରଞ୍ଜନ ଛୋଟରାୟ, ଦକ୍ଷିଣ ମଣ୍ଡଳ ସଭାପତି ସୀତାରାମ ରାଉତରାୟ, ନିର୍ବାଚନମଣ୍ଡଳୀ ସଂଯୋଜକ କିଶୋର ଚନ୍ଦ୍ର ବରାଳ, ନଗର ସାଧାରଣ ସମ୍ପାଦକ ତ୍ରିଲୋଚନ ଦାସ, ଉପସଭାପତି ତ୍ରିନାଥ ମହାପାତ୍ର, ସାଧାରଣ ସମ୍ପାଦକ ଅଭିମନ୍ୟୁ ଘଟୁଆଳ, ଓବିସି ମୋର୍ଚ୍ଚା ସଭାପତି ଜିତେନ୍ଦ୍ର ବେହେରା, ରଜତରଞ୍ଜନ ଶର୍ମା, ବଦ୍ରିନାରାୟଣ ଦାଶ ପ୍ରମୁଖ ନିଜ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe