ଯାଜପୁରବାସୀଙ୍କ ଭାଗ୍ୟରେ ଭଲ ବସଷ୍ଟାଣ୍ଡଟିଏ ଜୁଟିବ କେବେ?

Advertisment

ବସ୍‌ ବାହାରିବାକୁ ରାସ୍ତା ନାହିଁ, ହିନସ୍ତା ହେଉଛନ୍ତି ବ୍ୟବସାୟୀ, ଶବ୍ଦ, ଧୂଆଁ ଓ ଧୂଳିରେ ଅତିଷ୍ଠ ହୋଇ ପଡୁଛନ୍ତି ଲୋକେ

ବସ୍‌ ବାହାରିବାକୁ ରାସ୍ତା ନାହିଁ, ହିନସ୍ତା ହେଉଛନ୍ତି ବ୍ୟବସାୟୀ, ଶବ୍ଦ, ଧୂଆଁ ଓ ଧୂଳିରେ ଅତିଷ୍ଠ ହୋଇ ପଡୁଛନ୍ତି ଲୋକେ

ଯାଜପୁରବାସୀଙ୍କ ଭାଗ୍ୟରେ ଭଲ ବସଷ୍ଟାଣ୍ଡଟିଏ ଜୁଟିବ କେବେ?

ଯାଜପୁରସଦର : ଯାଜପୁର ସହରରେ ବସଷ୍ଟାଣ୍ଡ ମୁଖ୍ୟ ସମସ୍ୟା ହୋଇ ଛିଡା ‌ହୋଇଛି। ୧୫୦ ବର୍ଷର ପୌରପାଳିକାରେ ଭଲ ବସଷ୍ଟାଣ୍ଡଟିଏ ନଥିବାବେଳେ ସହର ଭିତରେ ବସ୍‌ ଚଳାଚଳ କାରଣରୁ ବ୍ୟବସାୟୀ ନାହିଁ ନଥିବା ଅସୁବିଧାକୁ ସାମ୍‌ନା କରୁଛନ୍ତି। ସହର ଭିତରେ ଘର କରିଥିବା ଲୋକେ ବସ ଶବ୍ଦ ଓ ଧୂଆଁ ଧୂଳିରେ ଅତିଷ୍ଠ ହୋଇ ପଡୁଛନ୍ତି।

publive-image youtube.com

ଯାଜପୁର ସହରରେ ମାଳମାଳ ପ୍ରକଳ୍ପ ନିର୍ମାଣ କରାଯାଉଛି। ପର୍ଯ୍ୟଟନର ଗନ୍ତାଘର ହେବ ବୋଲି କୁହାଯାଉଛି। ସେମାନଙ୍କ ପ୍ରଥମ ସୁବିଧା ଯୋଗାଯୋଗ ପାଇଁ ଭଲ ବସଷ୍ଟାଣ୍ଡଟିଏ ନିର୍ମାଣ ହୋଇପାରିନାହିଁ। ଯାଜପୁର ସହର ‌ଦେଇ ମଙ୍ଗଳପୁର ଓ ବିଂଝାରପୁରରୁ ‌ଦୈନିକ ୪୦ରୁ ଊର୍ଦ୍ଧ୍ବ ବସ କଟକ ଭୁବନେଶ୍ବର ଯାଉଥିବା ବେଳେ ରାଉଲକେଲା, କୋଲକାତା, ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ ଓ ଗଞ୍ଜାମ ଆଦି ଅଞ୍ଚଳକୁ ବସ ଚଳାଚଳ କରୁଛି। ଯାଜପୁର ସହରର ବସଷ୍ଟାଣ୍ଡ ଦେଖିଲେ ଯେକେହି ବି ନାକ ଟେକୁଛନ୍ତି। ସଂକୀର୍ଣ୍ଣ ସ୍ଥାନରେ ୨/୩ଟି ବସ ଛିଡ଼ାହେବାର ବ୍ୟବସ୍ଥା ନଥିଲା ‌ବେଳେ ଗୋଟିଏ ବସ ବାହାରିଲେ ଆଉ ଗୋଟିଏ ବସ ପଶିଥାଏ। ଯାତ୍ରୀମାନଙ୍କ ପାଇଁ ଭଲ ପ୍ରତୀକ୍ଷାଳୟଟିଏ ନଥିବାରୁ ବର୍ଷା ହେଲେ ବେହାଲ ହୋଇଯାଏ। ଆଣ୍ଠୁଏ ପାଣିରେ ଯାତ୍ରୀ ବସକୁ ଅପେକ୍ଷା କରିବାକୁ ବାଧ୍ୟ ହୋଇଥାନ୍ତି। ସହର ଅଧା ଅବର୍ଜନା ବସଷ୍ଟାଣ୍ଡରେ ଜମା ହେଉଛି। ଯାତ୍ରୀମାନଙ୍କ ପାଇଁ ଥିବା ମାଗଣା ଶୌଚାଳୟରେ ଜୋରଜବରଦସ୍ତ ଅର୍ଥ ନିଆଯାଉଛି।

publive-image

ଏଭଳି ପରିସ୍ଥିତିରେ ଯାଜପୁରବାସୀଙ୍କ ଭାଗ୍ୟରେ ଭଲ ବସଷ୍ଟାଣ୍ଡଟିଏ କେବେ ଜୁଟିବ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ଅତ୍ୟାଧୁନିକ ବସ ଟର୍ମିନାଲ ନିର୍ମାଣ ହୋଇ ଲୋକଙ୍କ ସେବାରେ ଲାଗୁଥିବା ବେଳେ ଯାଜପୁର ପରି ବିକାଶଶୀଳ ସହରରେ ବସଷ୍ଟାଣ୍ଡ ପାଇଁ ରାସ୍ତା କଡ଼ ବ୍ୟବସାୟୀ  ସମସ୍ୟାରେ ପଡୁଛନ୍ତି। ଗାନ୍ଧୀ ଛକଠାରେ ବସଷ୍ଟାଣ୍ଡକୁ ସଂଯୋଗୀକରଣ ରାସ୍ତା ଏତେ ସଂକୀର୍ଣ୍ଣ ଯେ ଗୋଟିଏ ବସ୍‌ ଗଲେ ବିପରୀତ ଦିଗରୁ ଆସୁଥିବା ଗାଡ଼ିକୁ ଅପେକ୍ଷା କରିବାକୁ ପଡୁଛି। ଏଥିଯୋଗୁ ଦୋକାନକୁ ଆସୁଥିବା ଗ୍ରାହକ ରାସ୍ତା ଉପରେ ଗାଡ଼ିଟିଏ ରଖି ଜିନିଷ କିଣିବାକୁ ସୁଯୋଗ ପାଉନାହାନ୍ତି।  ଗାଡି ରଖି କିଣାବିକା କଲେ ରାସ୍ତାରେ  ସଙ୍ଗେସ‌ଙ୍ଗେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ବସ ଚଳାଚଳ ଯୋଗୁଁ ରାସ୍ତା ସଂଲଗ୍ନ ଦୋକାନଗୁଡିକ ଧୂଳିମୟ ହୋଇଯାଉଛି। ଫଳରେ ବ୍ୟବସାୟ ସମ୍ଭବ ହେଉନଥିବା ମୋବାଇଲ ବ୍ୟବସାୟୀ ଦୁଃଶାସନ ବେହେରା କହିଛନ୍ତି। ସେହିପରି ରାସ୍ତା କଡ଼ରେ ଫଳ ବିକୁ ଥିବା ଶ୍ରୀକାନ୍ତ ସାହୁ କହିଛନ୍ତି,  ସହର ଭିତରେ ବସଷ୍ଟାଣ୍ଡ ଯୋଗୁଁ ରାସ୍ତା କଡରେ ବସିବା ସମ୍ଭବ ହେଉନି। ଦୋକାନ ଖୋଲିବାକୁ ବହୁ ଅସୁବିଧା ହେଉଛି। ଯାଜପୁର ସହରରେ ଭଲ ବସଷ୍ଟାଣ୍ଡଟିଏ ନିର୍ମାଣ ନହେବାଯାଏ ଟ୍ରାଫିକ ସମସ୍ୟା ଦୂର ହୋଇପାରିବ ନାହିଁ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe