ରାଜନୀତି ଝୁଣ୍ଟିଲେ ସାହିତ୍ୟ ବାଟ ଦେଖାଏ: ସୌମ୍ୟ

Advertisment

ହରିଚନ୍ଦନପୁର ‘ସମ୍ବାଦ ସାହିତ୍ୟଘର’ର ନବମ ବାର୍ଷିକ ଉତ୍ସବ

ହରିଚନ୍ଦନପୁର ‘ସମ୍ବାଦ ସାହିତ୍ୟଘର’ର ନବମ ବାର୍ଷିକ ଉତ୍ସବ

ରାଜନୀତି ଝୁଣ୍ଟିଲେ ସାହିତ୍ୟ ବାଟ ଦେଖାଏ: ସୌମ୍ୟ

କେନ୍ଦୁଝର/ହରିଚନ୍ଦନପୁର: ରାଜନୀତି ଯେତେବେଳେ ଝୁଣ୍ଟି ପଡ଼େ, ସାହିତ୍ୟ ସେତେବେଳେ ବାଟ ଦେଖାଏ। ତେଣୁ ସାହିତ୍ୟ ଓ ରାଜନୀତି ସବୁବେ‌ଳେ ପରିପୂରକ। ରାଜନୀତିର ଲକ୍ଷ୍ୟ ଯଦି ସମୂହ ହିତ ହୁଏ ସାହିତ୍ୟର ଲକ୍ଷ୍ୟ ମଧ୍ୟ ସମୂହ ହିତ ସାଧନ ବୋଲି ହରିଚନ୍ଦନପୁର ‘ସମ୍ବାଦ ସାହିତ୍ୟଘରର ନବମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ସମ୍ବାଦର ପ୍ରତିଷ୍ଠାତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ହରିଚନ୍ଦନପୁର ହାଇସ୍କୁଲ ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ସାହିତ୍ୟଘର ସଭାନେତ୍ରୀ ଡ. କଳ୍ପନା ମହାନ୍ତି ସଭାପତିତ୍ବ କରିଥିଲେ। ହରିଚନ୍ଦନପୁର ‘ସାହିତ୍ୟଘରର ସଂଘର୍ଷ ଓ ସଫଳତା ସମ୍ପର୍କରେ ସମ୍ପାଦକ ଅକ୍ଷୟ କୁମାର ପଲେଇ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ପଦ୍ମଶ୍ରୀ ଦମୟନ୍ତୀ‌ ବେସ୍ରା କହିଥିଲେ, ‘‘ସହିତରୁ ସାହିତ୍ୟର ସୃଷ୍ଟି। ପ୍ରେରଣା ପାଇଲେ ସାହିତ୍ୟ ବଢ଼େ। ଯାହାର ସାହିତ୍ୟ ନାହିଁ, ତାହାର ପରିଚୟ ନାହିଁ। ବର୍ତ୍ତମାନ ନାହିଁ କି ଭବିଷ୍ୟତ ମଧ୍ୟ ନାହିଁ।’’ ସମ୍ମାନିତ ଅତିଥି କିଶୋର ଚନ୍ଦ୍ର ମିଶ୍ର ‘ଧନ ଅର୍ଜନରେ ବର୍ତ୍ତମାନର ଯୁବପିଢ଼ିଙ୍କ ସମୟ ବିତୁଛି’ ବୋଲି କହିଥିଲେ।

ସାହିତ୍ୟଘରର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା କହିଥିଲେ, ଆମେ ସମସ୍ତେ ଲକ୍ଷ୍ୟହୀନ ଭାବେ ଧାଇଁ ଚାଲିଛୁ। ଏହାର ମାର୍ଗଦର୍ଶନ ଦିଗରେ ସାହିତ୍ୟ କାମ କରିଥାଏ। ଏହି ଅବସରରେର ଡ. ବୀରେନ୍ଦ୍ରନାଥ ମହାନ୍ତ, ମାଳତୀ ନାଥଶର୍ମା, ନବୀନ ମହାକୁଡ଼ଙ୍କୁ ସାହିତ୍ୟ କ୍ଷେତ୍ରେରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ମରଣିକା ‘ଚନ୍ଦନା ଉନ୍ମୋଚିତ ହୋଇଥିଲା। ସୁଶାନ୍ତ କୁମାର ସେଠୀ ଅତିଥି ପରିଚୟ ଦେଇଥିଲେ। କବି ସୁଜିତ ମିଶ୍ର, ରାଜୀବ ଲୋଚନ ମହାନ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କୋଷାଧ୍ୟକ୍ଷ ନରହରି ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe