ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା କେବେ?

Advertisment

ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗକୁ ସରକାର ଭୁଲିଗଲେଣି। କିନ୍ତୁ ଜିଲ୍ଲାବାସୀ ଭୁଲିନାହାନ୍ତି। ୨୦ ବର୍ଷ ଆଗରୁ ଭଦ୍ରକ ଜିଲ୍ଲାବାସୀ ଯେଉଁ ମେଡିକାଲ କଲେଜ ପାଇଁ ଦାବି କରି ଆସୁଥିଲେ, ଆଜି ମଧ୍ୟ ତାହା ମୁଖ୍ୟ ଦାବି ହୋଇ ରହିଛି।

ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗକୁ ସରକାର ଭୁଲିଗଲେଣି। କିନ୍ତୁ ଜିଲ୍ଲାବାସୀ ଭୁଲିନାହାନ୍ତି। ୨୦ ବର୍ଷ ଆଗରୁ ଭଦ୍ରକ ଜିଲ୍ଲାବାସୀ ଯେଉଁ ମେଡିକାଲ କଲେଜ ପାଇଁ ଦାବି କରି ଆସୁଥିଲେ, ଆଜି ମଧ୍ୟ ତାହା ମୁଖ୍ୟ ଦାବି ହୋଇ ରହିଛି।

ମେଡିକାଲ ନାମଲେଖା ପାଇଁ ମେଧା ତାଲିକା, ରାଜ୍ୟ କୋଟାରେ ୧୨୧୮ ସିଟ୍‌ ପାଇଁ ହେବ ନାମଲେଖା

ଭଦ୍ରକ: ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗକୁ ସରକାର ଭୁଲିଗଲେଣି। କିନ୍ତୁ ଜିଲ୍ଲାବାସୀ ଭୁଲିନାହାନ୍ତି। ୨୦ ବର୍ଷ ଆଗରୁ ଭଦ୍ରକ ଜିଲ୍ଲାବାସୀ ଯେଉଁ ମେଡିକାଲ କଲେଜ ପାଇଁ ଦାବି କରି ଆସୁଥିଲେ, ଆଜି ମଧ୍ୟ ତାହା ମୁଖ୍ୟ ଦାବି ହୋଇ ରହିଛି। ନିର୍ବାଚନ ପୂର୍ବରୁ ରାଜ୍ୟ ନେତାଙ୍କଠାରୁ ଆରମ୍ଭ କରି କେନ୍ଦ୍ରୀୟ ନେତା ଏହାକୁ ମୁଖ୍ୟ ପ୍ରସଙ୍ଗ କରିଥିଲେ। ପ୍ରତିଶ୍ରୁତିର ପାହାଡ଼ ଠିଆ କରିଥିଲେ। ନୂଆ ସରକାର ଗଠନ ହେଲା କିନ୍ତୁ ମେଡିକାଲ କଲେଜ ପ୍ରତିଷ୍ଠା ନୋହିଲା।  

ଭୌଗୋଳିକ ଦୃଷ୍ଟିକୋଣରୁ ଉତ୍ତର ଓଡ଼ିଶାର କେନ୍ଦ୍ରସ୍ଥଳ ହେଉଛି ଭଦ୍ରକ। ଭଦ୍ରକର ୪ଟି ଯାକ ପଡ଼ୋଶୀ ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିବା ବେଳେ ଭଦ୍ରକ ଜିଲ୍ଲାକୁ ଅବହେଳା କରାଯାଇଛି। 
ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ବାରମ୍ବାର ପୂର୍ବ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଅଞ୍ଚଳବାସୀ ଆନ୍ଦୋଳନ, ଧାରଣା, ଧର୍ମଘଟ କରିଛନ୍ତି। ଏବେ ବି ନୂଆ ସରକାରଙ୍କ ନିକଟରେ ଦାବି କରିଆସୁଛନ୍ତି। ମାତ୍ର ଭଦ୍ରକରେ ମେଡିକାଲ କଲେଜ ସ୍ଥାପନ ନେଇ କେହି ଆନ୍ତରିକତା ଦେଖାଉନାହାନ୍ତି। ଉତ୍ତର ଓଡ଼ିଶାର ବାଲେଶ୍ବର ଓ ମୟୂରଭଞ୍ଜରେ ଏକାସଙ୍ଗରେ ଦୁଇଟି ମେଡିକାଲ କଲେଜ ହେଲା। ପରେ ଆଉ ଏକ ମେଡିକାଲ୍‌ କଲେଜ ଘୋଷଣା କଥା ଉଠିଲା ବେଳେ ଭଦ୍ରକ ପ୍ରମୁଖ ଦାବିଦାର ଥିଲା। କିନ୍ତୁ ରାଜନୈତିକ ପଶାପାଲିରେ ମେଡିକାଲ କଲେଜ ଭଦ୍ରକରେ ହୋଇ ନ ଥିଲା। ସ୍ଥାନୀୟ ନେତାଙ୍କ ଅପାରଗତା ଯୋଗୁ ସେ ସମୟରେ ଯାଜପୁରରେ ମେଡିକାଲ କଲେଜ ହୋଇଗଲା ବୋଲି ବରିଷ୍ଠ ଡାକ୍ତର ହରେକୃଷ୍ଣ ନାୟକ କହିଛନ୍ତି।

 ପୂରଣ ହେଲାନି ଜିଲ୍ଲାବାସୀଙ୍କ ପ୍ରମୁଖ ଦାବି
ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ଥିଲା

ଅନ୍ୟପକ୍ଷରେ, ଧାମନଗର ଉପନିର୍ବାଚନ ହେଉ କି ଗତ ସାଧାରଣ ନିର୍ବାଚନ ହେଉ ସବୁଥିରେ ମେଡିକାଲ କଲେଜ ପ୍ରତିଷ୍ଠା ଏକ ବଡ଼ ପ୍ରସଙ୍ଗ ହୋଇଥିଲା। ସେତେବେଳେ ମେଡିକାଲ କଲେଜ ପ୍ରତି‌ଷ୍ଠା ପ୍ରସଙ୍ଗରେ ବିଜେପି ନେତାମାନେ ଶାସକ ବିଜେଡି ବିରୋଧରେ ବର୍ଷିଥିଲେ। ନୂଆ ସରକାର ଆସିବା ପରେ ୧୦୦ ଦିନର ପୂର୍ତ୍ତି ଉତ୍ସବ ଭଦ୍ରକ ମହାବିଦ୍ୟାଳୟରେ ପାଳିତ ହେଲା। କିନ୍ତୁ ମେଡିକାଲ କଲେଜ କି ଭଦ୍ରକ କଲେଜକୁ ବିଶ୍ବବିଦ୍ୟାଳୟ ଦାବି ଉପରେ ନିରବତା ରକ୍ଷା କରାଗଲା। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ସେହିପରି, ବିଧାନସଭା ଅଧିବେଶନରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ମେଡିକାଲ କଲେଜ ସ୍ଥାପନ କେବେ ହେବ, ସେ ନେଇ ପ୍ରଶ୍ନ ଉଠାଇଥିଲେ। ଅନୁରୂପ ଭାବେ ଭଦ୍ରକର ଶାସକ ଦଳର ବିଧାୟକ ସୀତାଂଶୁ ମହାପାତ୍ର ମଧ୍ୟ ଜିଲ୍ଲାରେ ଖାଲି ପଡ଼ିଥିବା ଡାକ୍ତର ପଦ ପୂରଣ ସହ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ପାଇଁ ବାଚସ୍ପତିଙ୍କ ଜରିଆରେ ସରକାରଙ୍କୁ ନିବେଦନ କରିଥିଲେ। ନିକଟରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଭଦ୍ରକ ଆସିଥିବା ବେଳେ ଶ୍ରୀ ମହାପାତ୍ର ତାଙ୍କୁ ଭେଟି ମେଡିକାଲ କଲେଜ ସ୍ଥାପନା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ଭଦ୍ରକବାସୀଙ୍କ ମେଡିକାଲ୍‌ କଲେଜ ପ୍ରତି‌ଷ୍ଠା ସ୍ବପ୍ନ କେବେ ପୂରଣ ହେବ ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe