ପ୍ରସ୍ତାବରେ ସୀମିତ ଲ୍ୟାମ୍ପସର ୪ ଶୀତଳଭଣ୍ଡାର ନିର୍ମାଣ

Advertisment
ପ୍ରସ୍ତାବରେ ସୀମିତ ଲ୍ୟାମ୍ପସର ୪ ଶୀତଳଭଣ୍ଡାର ନିର୍ମାଣ

ଜୟପୁର: କୋରାପୁଟ ଜିଲ୍ଲାରେ ପନିପରିବା କିମ୍ବା ଫଳ ରଖିବା ଲାଗି ଶୀତଳଭଣ୍ଡାରର ସୁବିଧା ନାହିଁ। ଫଳରେ ପନିପରିବା ବାହାରିବା ପରେ ଶସ୍ତାରେ ବିକ୍ରି କରି ବାକୁ ବାଧ୍ୟ ହେଉଛନ୍ତି ଚାଷୀ। ଏହି ସମସ୍ୟା ଦୂର କରିବାକୁ ସମବାୟ ବିଭାଗ ପଦକ୍ଷେପ ନେଇଥିଲା। ଜିଲ୍ଲାର ୪ଟିଲ୍ୟାମ୍ପସ ବୋରିଗୁମ୍ମା, କୁମୁଲିପୁଟ, ନନ୍ଦପୁର ଓ କୁନ୍ଦୁଲିରେ ୫୦ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର ନିର୍ମାଣ ଲାଗି ରାଜ୍ୟ ସମବାୟ ବିଭାଗର ରେଜିଷ୍ଟ୍ରାରଙ୍କୁ ପ୍ରସ୍ତାବ ଦେଇଛନ୍ତି ଉ‌ପ ନିବନ୍ଧକ ସମବାୟ ସମି ତି ସମୂହ (ଡିଆରସିଏସ୍ )।

ଜିଲ୍ଲାର ନନ୍ଦପୁର, ବୋରିଗୁମ୍ମା, ଜୟପୁର, ପଟ୍ଟାଙ୍ଗି, ଲମତାପୁଟ, କୋଟପାଡ ଓ କୁନ୍ଦୁରା ବ୍ଲକ ଅଞ୍ଚଳରେ ଫୁଲକୋବିରୁ ଆରମ୍ଭ କରି ବନ୍ଧାକୋବି, ଟମାଟୋ, ଅଦା, ବିନ୍ସ, ଗାଜର, ମଟର, ଷ୍ଟ୍ରବେରୀ, ଆମ୍ବ, ଡ୍ରାଗନ ଫୁଟ୍‌ସ, କନ୍ଦମୂଳ, ପିଆଜ ଏବଂ ଆଳୁ ଉତ୍ପାଦନ ହେଉଛି। ଯେଉଁ ଅଞ୍ଚଳରେ ପନିପରିବା ଅଧିକ ଉତ୍ପାଦନ ହେଉଛି, ସେସବୁ ଅଞ୍ଚଳର ଲ୍ୟାମ୍ପ୍ସକୁ ତଥ୍ୟ ମାଗିଥିଲେ ଡିଆରସିଏସ୍। ଏ ଭିତରେ ବୋରିଗୁମ୍ମା, କୁମୁଲି ପୁଟ, କୁନ୍ଦୁଲି ଓ ନନ୍ଦପୁର ଲ୍ୟାମ୍ପସ୍ ପକ୍ଷରୁ ତଥ୍ୟ ଦେଇଥିଲେ। ସେ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଏହି ଚାରିଟି ଲ୍ୟାମ୍ପସ୍ ଅଧିନରେ ଚାରିଟି କୋଲ୍ଡ ଚାମ୍ବର ନିର୍ମାଣ କରାଯିବ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରଚୁର ପନିପରିବା  ଓଫଳ ଚାଷ ହେଉଛି ବୋଲି କହିଛନ୍ତି କେସିସି ବ୍ୟାଙ୍କ ପରିଚାଳନା କମିଟିର ସଭାପତି ଇଂ  ଈଶ୍ଵର ଚନ୍ଦ୍ର ପାଣିଗ୍ରାହୀ। ଏହାକୁ ସାଇତି ରଖିବାକୁ କୌଣସି ବ୍ୟବସ୍ଥା ନାହିଁ। ଠିକ୍ ସମୟରେ ବିକ୍ରି ହୋଇନପାରିଲେ ନଷ୍ଟ ହୋଇଯାଉଛି। ଚାଷୀ କମ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏହାକୁ କିପରି ସାଇତି ରଖାଯିବ, ସେଥିଲାଗି ଯୋଜନା କରାଯାଇଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଲ୍ୟାମ୍‌ସରେ କୋଲ୍ଡ ଚାମ୍ବର ନିର୍ମାଣ କରିବାକୁ ସମବାୟ ବିଭାଗ ପ୍ରସ୍ତାବ ମାଗିବା ପରେ ଦିଆଯାଇଛି। ପ୍ରସ୍ତାବ ମଞ୍ଜୁର ହେବା ପରେ କୋଲ୍ଡ ଚାମ୍ବର ନିର୍ମାଣ କରାଯିବ ବୋଲି କହିଛନ୍ତି ଇଂ ପାଣିଗ୍ରାହୀ।

ଶୀତଳଭଣ୍ଡାର ନଥିବାରୁ ବହୁ ସମୟରେ ଚାଷୀ ମାନେ କମ୍ ଦରରେ ସେମାନେ ଉତ୍ପାଦିତ ସାମଗ୍ରୀକୁ ଶାଗ ମାଛ ଦରରେ ବିକ୍ରି କରି କ୍ଷତି ସହୁଛନ୍ତି। ତୁରନ୍ତ ଶୀତଳ ଭଣ୍ଡାର ହେଲେ ଅଂଚଳର ଚାଷୀମାନେ ବେଶ ଉପକୃତ ହୋଇ ପାରିବେ ବୋଲି ଚାଷୀ ଓ ଚାଷୀପ୍ରତିନିଧିମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe