ପୋଲ ନିର୍ମାଣ ଅସମ୍ପୂର୍ଣ, ପଥଚାରୀ ହନ୍ତସନ୍ତ: ବର୍ଷାଋତୁରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଉଛନ୍ତି ଗ୍ରାମବାସୀ

Advertisment

ଆମ୍ବୁଲାନ୍ସ ଓ ଅନ୍ୟାନ ଯାନ ଯାଇପାରୁନି; ରୋଗୀ ହନ୍ତସନ୍ତ

ଆମ୍ବୁଲାନ୍ସ ଓ ଅନ୍ୟାନ ଯାନ ଯାଇପାରୁନି; ରୋଗୀ ହନ୍ତସନ୍ତ

ପୋଲ ନିର୍ମାଣ ଅସମ୍ପୂର୍ଣ, ପଥଚାରୀ ହନ୍ତସନ୍ତ: ବର୍ଷାଋତୁରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଉଛନ୍ତି ଗ୍ରାମବାସୀ

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ କୁଲେଇଶିଳା ଗ୍ରାପର ଛତ୍ରମଣ୍ଡଳଠାରୁ ବିଜାତଳା ବ୍ଲକର ଭିମଖନ୍ଦା ଗ୍ରାମ ମଧ୍ୟରେ ଥିବା କାତ୍ରା ନାଳ ସେତୁ ଅସମ୍ପୂର୍ଣ ନେଇ ଗ୍ରାମବାସୀ ହନ୍ତସନ୍ତ। ସୂଚନାଯୋଗ୍ୟ ଉକ୍ତ ପ୍ରକଳ୍ପ ଓମବାଡିସିର ଓଡ଼ିଶାର ଗ୍ରାମ ଉନ୍ନୟନ ବିଭାଗ ଦ୍ୱାରା ଯେ ଉକ୍ତ ରାସ୍ତା କାର୍ଯ୍ୟଟି ୨୦୧୯ ମସିହା ୨୧ ଅଗଷ୍ଟରେ ଆରମ୍ଭ ହୋଇ ୨୧ ଫେବ୍ରୁଆରି ୨୦୨୧ରେ ସମ୍ପୂର୍ଣ ହେବା ନେଇ ସୂଚନା ଫକଳ ଲଗାଯାଇଥିଲା। ତାହାର ଅଟକଳ ମୂଲ୍ୟ ୫ କୋଟି ୬୨ ଲକ୍ଷ ୨୬ ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା କିନ୍ତୁ ସମ୍ପୂର୍ଣ ହେବାର ଅବଧିଠାରୁ ୪ ବର୍ଷରୁ ଅଧିକ ବିତିଗଲାଣି କିନ୍ତୁ ସମ୍ପୂର୍ଣ ହୋଇନାହିଁ।

ପୂର୍ବରୁ ଥିବା ପୁରୁଣା ରାସ୍ତାକୁ ୨ ଫୁଟରୁ ଊର୍ଦ୍ଧ୍ବ ଗର୍ତ୍ତ କରି ତାଡିବା ପରେ କାର୍ଯ୍ୟ ଅଧାପନ୍ତରିଆ କରି ଛାଡି ଦେଇଛନ୍ତି, ଏଣୁ ଉକ୍ତ ରାସ୍ତାଦେଇ ଗମନା ଗମନ କରୁଥିବା ୧୦ରୁ ଅଧିକ ଗ୍ରାମର ଗ୍ରାମବାସୀ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ତେବେ ଟିକିଏ ବର୍ଷା ସେଠାରେ ପାଣି ଜମିରହୁଛି, ଯାହା ଫଳରେ ଯାତ୍ରୀମାନେ ଗର୍ତ୍ତ ଥିବା ଜାଣିନପାରି ବାଇକ୍, ସାଇକେଲ ଆଦିରୁ ପଡିହୋଇ ଖଣ୍ଡିଆ ଖାବରା ହୋଇ ଆହତ ହେଉଛନ୍ତି। ତେବେ ଉକ୍ତ ରାସ୍ତା ଦେଇ ଆମ୍ବୁଲାନ୍ସ କିମ୍ବା ଅନ୍ୟାନ ଚାରି ଚକିଆ ଯାନ ଯାତାୟତ କରିପାରୁନଥିବାରୁ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

ତେବେ ଉକ୍ତ ସଂସ୍ଥା ଛତ୍ରମଣ୍ଡଳଠାରୁ ଭିମଖନ୍ଦା ପର୍ଯ୍ୟନ୍ତ ନିର୍ମାଣ କରିଥିବା ପିଚୁ ରାସ୍ତାରୁ ପିଚୁ ମଧ୍ୟ ଉଠିଯାଉଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ସୁଦ୍ଧା ମାତ୍ର ୭୦ ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ ହୋଇଛି। ଉକ୍ତ ସ୍ଥାନପରି ଅଧିକାଂଶ ସ୍ଥାନରେ ଛୋଟିଆ ପୋଲ(କଲଭର୍ଟ) ନିର୍ମାଣ ହେବ ବୋଲି କହି ରାସ୍ତା ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବେ ରହିଛି। ସୂଚନାଯୋଗ୍ୟ ଯେ ରାସ୍ତାକାର୍ଯ୍ୟରେ ବ୍ୟବହାର କରିବା ପାଇଁ ରଖିଥିବା ସାମଗ୍ରୀ ସମେତ ସୂଚନାଫକଳ ମଧ୍ୟ ଉକ୍ତସ୍ଥାନରୁ ଠିକା ସଂସ୍ଥା ଉଠାଇ ନେଇଥିବା ଦେଖିବାକୁ ମିଳିଛି । ତେବେ ଏସମ୍ବନ୍ଧରେ ଗ୍ରାମ ଉନ୍ନୟନ ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ବେହେରାଙ୍କ ସହିତ ଯୋଗାଯୋଗ କରିବାରୁ ସେ ଉକ୍ତ କାର୍ଯ୍ୟକୁ ଦେଖିବାକୁ ଯାଇଥିଲେ।  ଉକ୍ତ ପୋଲ ପାର୍ଶ୍ବରେ ଜଣେ ଲୋକଙ୍କ ଜମି ଥିବା ଯୋଗୁଁ କାର୍ଯ୍ୟ ବିଳମ୍ବ ହେଲା। ତେବେ ତାହା ସମାଧାନ ହୋଇଯାଇଛି। ଆସନ୍ତା ମାସ ସୁଦ୍ଧା ସମାପ୍ତ ହେବ ବୋଲି ପ୍ରକାଶ କରିଛନ୍ତି। ବର୍ତ୍ତମାନ ବର୍ଷାଋତୁ ଥିବାରୁ ବର୍ଷା ହେଲେ ଗ୍ରାମବାସୀମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଉଛନ୍ତି। ଯଥାଶିଘ୍ର ପୋଲ କାର୍ଯ୍ୟ ସମାପ୍ତ କରାଯାଉ ବୋଲି ଅଂଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe