ନବରଂଗପୁର ସାଂସଦୀୟ କ୍ଷେତ୍ରରେ ସାମଗ୍ରିକ ବିକାଶ ହେବ କେବେ?

ମାଲକାନଗିରି ଜିଲ୍ଲା ୩୦ ନମ୍ବର ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ୮୦ ପ୍ରତିଶତ ଲୋକେ ଆଦିବାସୀ ସଂପ୍ରଦାୟର। ୨୦୧୧ ଜନଗଣନା ଅନୁସାରେ ଜିଲ୍ଲାର ସାକ୍ଷର ହାର ୫୦- ପ୍ରତିଶତରୁ ଆହୁରି କମ୍। ଏହା ଭାରତର ସର୍ବନିମ୍ନ ୧୦ଟି ଜିଲ୍ଲା ମଧ୍ୟରେ ରହିଛି।

IMG-20241124-WA0028

File photo

ମାଲକାନଗିରି: ମାଲକାନଗିରି ଜିଲ୍ଲା ୩୦ ନମ୍ବର ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ୮୦ ପ୍ରତିଶତ ଲୋକେ ଆଦିବାସୀ ସଂପ୍ରଦାୟର। ୨୦୧୧ ଜନଗଣନା ଅନୁସାରେ ଜିଲ୍ଲାର ସାକ୍ଷର ହାର ୫୦- ପ୍ରତିଶତରୁ ଆହୁରି କମ୍। ଏହା ଭାରତର ସର୍ବନିମ୍ନ ୧୦ଟି ଜିଲ୍ଲା ମଧ୍ୟରେ ରହିଛି। ଆଜି ଜିଲ୍ଲା ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇ ରହିଛି। ବହୁ ବିଦ୍ୟାଳୟରେ ଆବଶ୍ୟକୀୟ ଶ୍ରେଣୀଗୃହ, ପ୍ରର୍ଯ୍ୟାପ୍ତ ଶିକ୍ଷକ, ବିଜୁଳି, ଶୌଚାଳୟ, ପାନୀୟ ଜଳ, ଛାତ୍ରାବାସ-ଛାତ୍ରୀନିବାସ ନାହିଁ। ଯଦ୍ବାରା ଶିକ୍ଷାର ହାର ଦିନକୁ ଦିନ କମୁଛି ସିନା ବଢୁନାହିଁ।

ଜିଲ୍ଲା ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର ଭାରତର ସର୍ବାଗ୍ରେ। କୁପୋଷଣ ମଧ୍ୟ ଏହା ଭାରତ ବର୍ଷରେ ସର୍ବାଗ୍ରେ। ଜିଲ୍ଲାରେ ୫୦ ପ୍ରତିଶତରୁ ଅଧିକା ଡାକ୍ତର ପଦବୀ ଖାଲି ପଡିଛି। ଜିଲ୍ଲାରେ ଡାକ୍ତରମାନେ ରହିବାକୁ ଚାହୁଁନାହାନ୍ତି। କାରଣ ପ୍ରତ୍ସାହନ ରାଶି ଏଠାରେ କମ୍ ମିଳେ।ପୁଣି ଡାକ୍ତରଙ୍କୁ ରହିବାକୁ ଗୋଟିଏ ଭଲ ଘର ନାହିଁ। ନଦୀ ନାଳରେ ଭରା ଏହି ଜିଲ୍ଲାରେ ମାତ୍ର ଗୋଟିଏ ଜଳଭଣ୍ଡାର ରହିଛି। ଆଜି ପର୍ଯ୍ୟନ୍ତ ଜିଲ୍ଲାକୁ ରେଳ ଲାଇନ ଛୁଇଁ ପାରିଲା ନାହିଁ।

୨୦୧୬ ମସିହାରେ ଜୟପୁର-ମାଲକାନଗିରି ୧୩୦ କିଲୋମିଟର ରେଳଲାଇନ ସ୍ବୀକୃତି ପାଇଥିଲା। ଜମିଅଧିଗ୍ରହଣ ଆଜି ପର୍ଯ୍ୟନ୍ତ ସରିପାରୁନଥିବାରୁ ଇଞ୍ଚେ କାମ ମଧ୍ୟ ହୋଇପାରୁ ନାହିଁ। ଜିଲ୍ଲାର ସାମଗ୍ରୀକ ବିକାଶ ନେଇ ତତ୍କାଳୀନ ସରକାର ସେଭଳି କୌମସି ପଦକ୍ଷେପ ଉଠାଇନଥିବା ବେଳେ ବର୍ତ୍ତମାନର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବ ତ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ଜିଲ୍ଲାର ପ୍ରତି ବ୍ଲକରେର ଗୋଟିଏ ଲେଖାଏଁ ସରକାରୀ ମହାବିଦ୍ୟାଳୟ ଖୋଲିବା ସହ ସମସ୍ତ ବିଦ୍ୟାଳୟର ସମସ୍ୟା ଦୁର କରିବା ସହ ଖାଲିପଡିଥିବା ଶିକ୍ଷକ ପୂରଣ କରାଯାଉ।ଜିଲ୍ଲାରେ ଗତ ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ବିଏଡ ମହାବିଦ୍ୟାଳୟ ନିର୍ମାଣ ହୋଇ ଦଦରା ହୋଇସାରିଲାଣି। ଓଡ଼ିଶା ଛାତ୍ରଛାତ୍ରୀ ଆନ୍ଧ୍ରରୁ ସାର୍ଟିଫିକେଟ ଆଣି ଏଠାରେ ଚାକିରି କରୁଛନ୍ତି। କିନ୍ତୁ ଏଠିକାର ଭିତ୍ତିଭୁମି ଷଡୁଛି। ଏହାକୁ ଶୀଘ୍ର ଚାଲୁ କରାଯାଉ।ଜିଲ୍ଲାର ଚିତ୍ରକୋଣ୍ଡାରେ ଏକ ନୂତନ ଆଇଟିଆଇ ଖୋଲାଯାଉ।

ମନରେଗାରେ ଶ୍ରମିକଙ୍କୁ ପ୍ରତିଦିନ ମଜୁରୀ ଦେବାର ବ୍ୟବସ୍ଥା କରାଯାଉ। ମାଲକାନଗିରିରେ ଏକ ମେଡିକାଲ କଲେଜ ନିର୍ମାଣ କରାଯାଉ। ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ରକ୍ତ ଭଣ୍ଡାର ଖୋଲାଯାଉ। ମାଥିଲି ଓ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଆଜି ବି ଭିତ୍ତିଭୁମି ନାହିଁ। ଡାକ୍ତର ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଉ।ସପ୍ତଧାରା ଜଳସେଚନ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ।

ରେଳଲାଇନ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯାଉ। ୧୫ ପ୍ରକାର ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଧାରିତ ହୋଇଥିଲେ ମଧ୍ୟ କେବଳ ଧାନକୁ ଛାଡିଦେଲେ ଅନ୍ୟ କୌଣସି ଫସରକୁ ମଣ୍ଡିରେ କିଣିବାର ବ୍ୟବସ୍ଥା ନାହିଁ। ଏମଭି ଗ୍ରାମର ନାମ ପରିବର୍ତ୍ତନ କରିବା ନେଇ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କରିବ ତ।ସେହିପରି ଭାଷା ଶିକ୍ଷକ ନିଯୁକ୍ତି ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲା।ତେବେ ଏସବୁ ଦାବି ଜନସାଧାରଣ କରିବା ସହ ନରବଂଗପୁର ସାଂସଦ ବଳଭଦ୍ର ମାଝି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି କରିଛନ୍ତି।
    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe