୧୨ ବର୍ଷ ହେବ ସରିନି ‘ଚିଲଡ୍ରେନ୍‌ ପାର୍କ’ର ନିର୍ମାଣ କାମ, ଶ୍ରୀହୀନ ଅବସ୍ଥାରେ ସ୍ମାର୍ଟ ପାର୍କ

Advertisment

ଏନେଇ ପର୍ଯ୍ୟଟକ ମହଲରେ ତୀବ୍ର ଅସନ୍ତୋଷ

ଏନେଇ ପର୍ଯ୍ୟଟକ ମହଲରେ ତୀବ୍ର ଅସନ୍ତୋଷ

୧୨ ବର୍ଷ ହେବ ସରିନି ‘ଚିଲଡ୍ରେନ୍‌ ପାର୍କ’ର ନିର୍ମାଣ କାମ, ଶ୍ରୀହୀନ ଅବସ୍ଥାରେ ସ୍ମାର୍ଟ ପାର୍କ

ବିନିକା: ସୁବର୍ଣ୍ଣପୁର ଜିଲାର ଐତିହାସିକ ପିୀଠ ‘ପାପକ୍ଷୟ’ ରାସ୍ତାକଡ଼ରେ ଅର୍ଦ୍ଧନିର୍ମିତ ଚିଲଡ଼େନ ପାର୍କ (ଶିଶୁ ଉଦ୍ୟାନ) ଓ ସ୍ମାର୍ଟ ପାର୍କ ଶୋଚନୀୟ ଅବସ୍ଥାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ବିନିକା ଅଞ୍ଚଳର ଜନସାଧାରଣ ତଥା ଛାତ୍ରଛାତ୍ରୀ ଏବଂ ପର୍ଯ୍ୟଟକଙ୍କ ଆଶା ଥିଲା ଦୁଇ ପାର୍କ ପ୍ରତିଷ୍ଠା ହେଲେ ଲୋକଙ୍କୁ ଆକର୍ଷିତ କରିବା ସହ  ପାପକ୍ଷୟ ପର୍ଯ୍ୟଟନ ସ୍ଥଳର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ। ଏହି ଉଦ୍ଦେଶ୍ୟ ନେଇ ବିନିକା ସହର ଉପକଣ୍ଠ ଐତିହାସିକ ପୀଠ ପାପକ୍ଷୟ ରାସ୍ତାକଡ଼ରେ  ୨୦୨୨ ମସିହା ଫେବ୍ରୁଆରି ୮ ତାରିଖରେ ପୂର୍ବତନ ବଲାଙ୍ଗୀର ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ଆତିଥ୍ୟରେ ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ତତ୍କାଳୀନ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଉସତ କର, ଉପାଧ୍ୟକ୍ଷା ତପସ୍ପିନୀ ମେହେର, ତତ୍କାଲିନ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟନାରାୟଣ ତ୍ରୀପାଠୀ ସମେତ ତତ୍କାଳୀନ କାଉନସିଲ ଗଣଙ୍କ ଉପସ୍ଥିତରେ ଏହାର ଭୂମିପୂଜନ ହୋଇଥିଲା। ଏଥିପାଇଁ ଅନୁଦାନ ମଧ୍ୟ ଦିଆଯାଥିଲା। ଦୀର୍ଘ ୧୨ ବର୍ଷ ବିତିଯାଇଥିଲେ ମଧ୍ୟ ଚିଲଡ଼େନ୍ ପାର୍କକୁ କେବଳ କାନ୍ଥବାଡ଼ରେ ସୀମିତ ରଖାଯାଇଛି। ଅର୍ଦ୍ଧ ନିର୍ମିତ ଭାବରେ ପଡ଼ିଥିବା ଏହି ପାର୍କ ଲୀନ ହେବାକୁ ବସିଛି।

ସେହିପରି ଚିଲଡ଼୍ରେନ ପାର୍କକୁ ଲାଗି ୨୦୨୨ ଅଗଷ୍ଟ ୩୧ ତାରିଖରେ ତତ୍କାଳୀନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ଶ୍ରୀ ବେହେରା ଏବଂ ତତ୍କାଳୀନ ଜିଲାପାଳ ଅବୋଲି ସୁନୀଲ ନରୱଣେ ଓ ତତ୍କାଳୀନ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲା ପରିଷଦ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁରଙ୍କ ସମେତ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇ ପାପକ୍ଷୟ ପୀଠ ଗସ୍ତରେ ଆସି ସ୍ମାଟ ପାର୍କକୁ ଉଦ୍‌ଘାଟନ କରିଥିଲେ। ବତ୍ତମାନ ସ୍ମାର୍ଟ ପାର୍କ ମଧ୍ୟ ପ୍ରଶାସନିକ ଅଣଦେଖା ଯୋଗୁଁ ଅସୁରକ୍ଷିତ ହୋଇ ପଡ଼ି ଶ୍ରୀହିନ ଅବସ୍ତାରେ ରହିଛି।

publive-image

ସ୍ମାର୍ଟ ପାର୍କ ପ୍ରତିଷ୍ଠା ପାଇଁ ଲକ୍ଷଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କ ଦ୍ବାରା ବ୍ୟୟ ବରାଦ ହୋଇଥିଲେ ମଧ୍ୟ ଜନସାଧାଣଙ୍କ ମନୋରଞ୍ଜନ ପାଇଁ କାର୍ଯ୍ୟରେ ଆସୁନାହିଁ। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ସ୍ମାର୍ଟ ପାର୍କ ଭିତରେ ବିଭିନ୍ନ ପ୍ରକାରର ଫୁଲ, ଗୁଳ୍ମ ଓ ଅନ୍ୟାନ୍ୟ ସବୁ ରକମର ଗଛ ଗୁଡ଼ିକ ଲଗା ଯାଇଛି। ପାର୍କ ଚାରିପଟେ ଲାଇଟ ବି ଲାଗିଛି। କିନ୍ତୁ ଦୀର୍ଘ ଦେଢ଼ ବର୍ଷ ବିତି ଯାଇଥିଲେ ସୁଦ୍ଧା କୌଣସି ଗଛ ଗୁଡ଼ିକ ଭଲ ଭାବରେ ବଢ଼ି ପାରୁ ନ ଥିବା ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅଣଦେଖା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏଥିପାଇଁ ନାଁ ପ୍ରଶାସନ ଦୃଷ୍ଟି ଆକର୍ଷଣ କରୁଛନ୍ତି।

ପ୍ରକାଶ ଥାଉ କି କିମ୍ବଦନ୍ତୀ ଅନୁସାରେ ପାପ ମୁକ୍ତିର ପର୍ଯ୍ୟଟନ ପୀଠ ପାପକ୍ଷୟକୁ ପ୍ରତିବର୍ଷ ଅନ୍ୟ ଜିଲ୍ଲା ଓ ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ  ଆସିଥାନ୍ତି। ଏହି ଉଦ୍ଦେଶ୍ୟରେ ପାପକ୍ଷୟ ଠାରେ ପାର୍କ ପ୍ରତିଷ୍ଠା କରାଯାଇଥିଲା। ଦର୍ଶନୀୟ ସ୍ଥାନରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରି ବିପୁଳ ଅର୍ଥ ଖର୍ଚ୍ଚ କରୁଥିବା କହୁଥିବା ବେଳେ ଏଠାକାର ପାରିପାର୍ଶ୍ବିକ ଅବସ୍ଥିତିକୁ ଅନୁଧ୍ୟାନ କଲେ ମନେ ହୁଏ ରାଜ୍ୟ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ପର୍ଯ୍ୟଟନ ପୀଠର ବିକାଶ କେଉଁଠି ବୋଲି ଅଭିଯୋଗ ହେଉଛି। ସମସ୍ୟା ସମ୍ପର୍କରେ ରାଜ୍ୟ ସରକାର ଦୃଷ୍ଟିଦେଇ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe