ରାୟଗଡ଼ା ରେଳ ଡିଭିଜନ ପ୍ରସଙ୍ଗ: ଘୋଷଣାକୁ ୫ ବର୍ଷ ବିତିଲା, କାମ ଆଗକୁ ବଢୁନି

Advertisment

ରାଜନୈତିକ ଘଡିସନ୍ଧିରେ ରେଳ ଡିଭିଜନ

ରାଜନୈତିକ ଘଡିସନ୍ଧିରେ ରେଳ ଡିଭିଜନ

ରାୟଗଡ଼ା ରେଳ ଡିଭିଜନ ପ୍ରସଙ୍ଗ: ଘୋଷଣାକୁ ୫ ବର୍ଷ ବିତିଲା, କାମ ଆଗକୁ ବଢୁନି

ରାୟଗଡା: ଇଷ୍ଟକୋଷ୍ଟ ରେଳବିଭାଗର ବିଶାଖାପାଟଣମ ରେଳ ଡିଭିଜନର ପ୍ରମୁଖ ରେଳଷ୍ଟେସନ ମଧ୍ୟରୁ ରାୟଗଡା ଅନ୍ୟତମ। ଏହି ଷ୍ଟେସନ ଦେଇ ପ୍ରତିଦିନ ବହୁ ରେଳ ଚଳାଚଳ କରୁଥିବା ବେଳେ ମାଲବାହୀ ଟ୍ରେନ ମଧ୍ୟ ଯାତାୟତ କରୁଛି। ଏହି ରେଳ ଷ୍ଟେସନକୁ କେନ୍ଦ୍ର ସରାକର ଗତ ୨୦୧୭ ମସିହିା ଫେବ୍ରୁଆରି ୧୯ ତାରିଖରେ ରେଳ ଡିଭିଜନ ଭାବେ ଘୋଷଣା କଲେ। ୨୦୧୭-୧୮ ମସିହାରେ କେନ୍ଦ୍ର ସରକାର ରେଳ ବଜେଟରେ ମାତ୍ର ୧୮ କୋଟି ଟଂକା ଦେଲେ। ସେହିପରି ୨୦୧୮-୧୮ ଆର୍ଥିକ ବର୍ଷରେ ୫ ଲକ୍ଷ ଟଂକା, ୨୦୧୯-୨୦ ଆର୍ଥିକ ବର୍ଷରେ ୧୦ ଲକ୍ଷ ଟଂକା, ୨୦୨୨-୨୩ରେ ୧୦ ଲକ୍ଷ ଟଂକା ଏବଂ ଚଳିତ ରେଳ ବଜେଟରେ ୯ କୋଟି ଟଂକା ପ୍ରଦାନ କରିଛନ୍ତି।

ରାୟଗଡାକୁ ରେଳ ଡିଭିଜନ ଭାବେ ଘୋଷଣା ପରେ ସମସ୍ତ ପ୍ରସ୍ତୁତି କେନ୍ଦ୍ର ସରକାରଙ୍କ ତରଫରୁ ଆରମ୍ଭ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ସେତେଟା ଉତ୍ସାହ ଦେଖିବାକୁ ମିଳିଲା ନାହିଁ। ଇତି ମଧ୍ୟରେ ଡିପିଆର ମଧ୍ୟ ଆସିଯାଇଛି। ରେଳ ଡିଭିଜନ ପାଇଁ ୨୦ ଏକର ଜାଗା ଦରକାର ପଡୁଥିବା ବେଳେ ଜମି ଅଧିଗ୍ରହଣ ମଧ୍ୟ ହୋଇସାରିଛି। ରେଳ ଡିଭିଜନ ପାଇଁ ଯେଉଁ କୋଠାଘର ଦରକାର ପଡୁଛି। ସେହି କୋଠାଘର ପାଇଁ ଜାଗା ମଧ୍ୟ ଚିହ୍ନଟ ହୋଇସାରିଛି। ଏହି କୋଠାଘର ନିର୍ମାଣ ପରେ ପ୍ରାୟ ୩ ହଜାର ଲୋକ କାମ କରିବେ। ରାୟଗଡ଼ା ରେଳ ଷ୍ଟେସନରେ ସମସ୍ତ ଆନୁସାଙ୍ଗିକ ସୁବିଧା ରହିଥିବା ବେଳେ ରେଳ ଡିଭିଜନ ପାଇଁ ରହିଥିବା ସମସ୍ତ ସୁବିଧା ଏଠାରେ ରହିଛି। ରାୟଗଡାରେ ଇତି ମଧ୍ୟରେ ନୂତନ ଷ୍ଟେସନ ମଧ୍ୟ ନିର୍ମାଣ ହୋଇ କାର୍ଯ୍ୟ ଆରମ୍ଭ ହେଲାଣି।

ରେଳ ଡିଭିଜନ ହେଲେ ଯେ କେବଳ ରୋଜଗାର ବଢିବ ତାହା ନୁହେଁ ଜିଲ୍ଲାବାସୀ ବହୁ ସୁବିଧା ମଧ୍ୟ ପାଇବେ। ରେଳ ଡିଭିଜନ ହେଲେ ଏଠାରେ ମେସିନ ତିଆରି କାରଖନା ରହିବା ସହ ରେଳ ମରାମତି କାରଖାନା ମଧ୍ୟ ରହିବ।ଲୋକେ ଚାହିଁଲେ ପାସିଞ୍ଜେର ଟ୍ରେନକୁ ମଧ୍ୟ କୌଣସି ସ୍ଥାନକୁ ନଇପାରିବେ। ସ୍ଥାନୀୟ ଲୋକେ ମଧ୍ୟ ରୋଜଗାର ପାଇବେ।ରାୟଗଡା ସହରର ନକ୍ସା ବଦଳିଯିବ। ତେବେ ଘୋଷଣାର ୫ ବର୍ଷ ପୁରିଯାଇଥିଲେ ମଧ୍ୟ କାମରେ ଶିଥିଳତା ଦେଖାଦେଇଛି।ରାଜନୈତିକ ଘଡିସନ୍ଧିରେ ରେଳ ଡିଭିଜନ ରହିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।ରାଜ୍ୟ ସରକାରଙ୍କର ଏଥିରେ ସଂପୂର୍ଣ୍ଣ ସହଯୋଗ ନଥିବା ଭଳି ମନେ ହେଉଛି।

ଏହି ଷ୍ଟେସନର ତୃତୀୟ ରେଳଲାଇନ ପାଇଁ ସମସ୍ତ କାମ ସରିଯାଇଥିବା ବେଳେ ଏହି ଷ୍ଟେସନ ଦିନକୁ ଦିନ ବଢିବାରେ ଲାଗିଛି। ରେଳ ବିଭାଗର ଜାଗାରେ ଗଢି ଉଠିଥିବା ୧୧ଟି ବସ୍ତିକୁ ରେଳ ବିଭାଗ ଗୋଟି ଗୋଟି କରି ଉଚ୍ଛେଦ କରିବାକୁ ଲାଗିଛି। ଏହା ଉଚ୍ଛେଦ ହେବା ପରେ ରେଳ ଲାଇନ ସହ ଡିଭିଜନ କାମ ମଧ୍ୟ ଆଗେଇବ ବୋଲି କୁହାଯାଇଛି।ରେଳମନ୍ତ୍ରୀ ରାୟଗଡା ଗସ୍ତ ବେଳେ କେନ୍ଦ୍ର ସରକାରଙ୍କ ସହଯୋଗ ନେଇ ପ୍ରତିଶ୍ରୁତି ଦେଇଥିଲେ। ତେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ରହିଥିବା ତୁତୁ ମେମେ ଯୋଗୁଁ ଏହା ଆଗେଇ ପାରୁନଥିବା ସ୍ଥାନୀୟ ବୁଦ୍ଧୀଜୀବୀ ମତ ଦେଇଛନ୍ତି। ଆଉ କେତେ ଦିନ ପରେ ରାୟଗଡାବାସୀ ରେଳ ଡିଭିଜନ ଦେଖିବେ ବୋଲି ପ୍ରଶ୍ନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe