ସ୍ବପ୍ନ ଦେଖାଇଥିଲେ ମୁଖ୍ୟମନ୍ତ୍ରୀ: ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ପାଲଟିଛି ନବନିର୍ମିତ ବିଇଡି କଲେଜ

Advertisment

ଆଦିବାସୀ ଛାତ୍ରଛାତ୍ରୀଙ୍କ ଆଶା ମଉଳିଲା

ଆଦିବାସୀ ଛାତ୍ରଛାତ୍ରୀଙ୍କ ଆଶା ମଉଳିଲା

ସ୍ବପ୍ନ ଦେଖାଇଥିଲେ ମୁଖ୍ୟମନ୍ତ୍ରୀ: ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ପାଲଟିଛି ନବନିର୍ମିତ ବିଇଡି କଲେଜ

ରାୟଗଡା: ରାୟଗଡା ଜିଲ୍ଲାର ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଦିନରେ ଲଣ୍ଠନ ଦେଖାଇଲେ ସରକାର। ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଶିକ୍ଷାର ବିକାଶ ଓ ଶିକ୍ଷଦାନ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିବା ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ଖୋଲି ପିଲାଙ୍କୁ ଏକ ଆଶା ଦେଖାଇଥିଲେ।କିନ୍ତୁ କୋଟି କୋଟି ଟଂକାର ଖର୍ଚ୍ଚ କରାଯାଇ ଶିକ୍ଷାନୁଷ୍ଠାନ ଖୋଲାଯାଇଥିଲେ ମଧ୍ୟ୍ୟ ତାହା ପ୍ରକୃତ ପକ୍ଷେ କିପରି କାର୍ଯ୍ୟକାରୀ ହେବ ତାହା ଧ୍ୟାନ ଦେଉନଥିବା ଦେଖିବାକୁ ମିଳିଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି ରାୟଗଡା ଜ଼ିଲ୍ଲାର ପେଣ୍ଟା ଗ୍ରାମପଞ୍ଚାୟତର ଅମ୍ଲାଭଟା ଛକ ଠାରେ ନିର୍ମିତ ବିଇଡି କଲେଜ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅମ୍ଲାଭଟା ଠାରେ ଏକ ବିଇଡି କଲେଜ ସ୍ଥାପନ ପାଇଁ ୨୦୧୭ ମସିହାରେ ଶିଳାନ୍ୟାସ କରିଥିଲେ। ଶିଳାନ୍ୟାସ ପରେ ସମନ୍ବିତ ଆଦିବାସୀ ଉନୟନ ସଂସ୍ଥା ପକ୍ଷରୁ ପ୍ରାୟ ୮ କୋଟି ଟଙ୍କା ବ୍ୟୟରେ ଛାତ୍ର ଛାତ୍ରୀଙ୍କ ଅଧ୍ୟାୟନ ନିମନ୍ତେ ଏକ କୋଠା ସହିତ ଲାଇବ୍ରେରୀ, ଲେବରଟୋରୀ, ଷ୍ଟାଫଙ୍କ ରହଣୀ ନିମନ୍ତେ ବାସଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଥିଲେ ମଧ୍ୟ୍ୟ ତାହା ବାସ୍ତବରେ କାର୍ଯ୍ୟକାରୀ ହେଉନାହିଁ। ଏହି କଲେଜରେ ବିଦ୍ୟୁତ ବିଭଗ ପକ୍ଷରୁ ବିଦ୍ୟୁତ ଯୋଗାଣ ମଧ୍ୟ୍ୟ ହୋଇଛି। ନବନିର୍ମିତ କୋଠା କାର୍ଯ୍ୟକ୍ଷେମ ନ ହେବାରୁ କଲେଜ ଏବଂ ହୋଷ୍ଟେଲ ପରିସରରେ କୃତ୍ରିମ ଜଂଗଲ ସୃଷ୍ଟି ହୋଇସାରିଲାଣି। ଏଥିସହ ଅସସମାଜିକ ବ୍ୟକ୍ତିଙ୍କ ଆଡା ସ୍ଥଳୀ ଓ ଗାଈ ଗୁହାଳ ପାଲଟିଯାଇଛି ଏହି ନବ ନିର୍ମିତ ବିଇଡି କଲେଜର କୋଠା।

ଏହି କୋଠାରୁ ଝରକା କବାଟ ସାଙ୍ଗକୁ ବିଦ୍ୟୁତ ସାରଞ୍ଜାମ ମାନ ଚୋରି ହୋଇଗଲାଣି। ଅବିଭକ୍ତ କୋରାପୁଟ ଜ଼ିଲ୍ଲାରେ କେବଳ କୋରାପୁଟ ଠାରେ ରହିଥିବା ବିଇଡି କଲେଜ ଉପରେ ନିର୍ଭର କରିଆସୁଥିବା ବେଳେ ରାୟଗଡା ଠାରେ ବିଇଡି କଲେଜ ସ୍ଥାପନ ହେଲେ ଏହି ଅଂଚଳର ଆଦିବାସୀ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିଲେ। ଏହା ନିର୍ମାଣ ପରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଆନନ୍ଦ କହିଲେ ନସରେ। ଆଦିବାସୀ ଅଧିଷ୍ୟୁତ ରାୟଗଡା ଜ଼ିଲ୍ଲାର ଏହି ବି ଇ ଡି କଲେଜରେ ଏହି ଅଂଚଳର ଛାତ୍ରଛାତ୍ରୀ ପାଠ ପଢିବାର ସୁଯୋଗ ପାଇବେ ବୋଲି ଯାହା ଚିନ୍ତା କରିଥିଲେ ତାହା ଆଉ ସମ୍ଭବ ନୁହେଁ ବୋଲି ସ୍ଥାନୀୟ ଲୋକେ ମତ ଦେଲେଣି।

ଏହି ଅଂଚଳର ଛାତ୍ରଛାତ୍ରୀ କେତେଯେ ସ୍ବପ୍ନ ଦେଖିଥିଲେ ଆମେ ଏହି ବିଇଡି କଲେଜରେ ଶିକ୍ଷା ତାଲିମ ନେଇ ଶିକ୍ଷକ ହୋଇ ଆମ ଅଞ୍ଚଳର ଶିକ୍ଷାର ବିକାଶ କରିବୁ ବୋଲି, କିନ୍ତୁ ସ୍ବପ୍ନ ସ୍ବପ୍ନ ରେ ହିଁ ରହିଗଲା।କୋଠା ନିର୍ମାଣର ଦୀର୍ଘ ୫ ବର୍ଷ ବିତିଯାଇଥିଲେ ମଧ୍ୟ୍ୟ ତାହା କାର୍ଯ୍ୟକ୍ଷେମ ହେଉନଥିବାରୁ ଜନସାଧାରଣଙ୍କ ମନରେ ଦୁଃଖର ଛାୟା ଖେଳିଯାଇଛି।ଗତ ୨୦୧୭ ପଂଚାୟତ ନିର୍ବାଚନ ପୂର୍ବରୁ ଏହି କଲେଜର ଶିଳାନ୍ୟାସ କରାଯାଇଥିଲା।ଗତ ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ଶାସକ ଦଳର ନେତା କର୍ମୀ ମନ୍ତ୍ରୀମାନେ ଯେକେପୁର, ରାୟଗଡା, କୋଳନରା, ଥେରୁବାଲି ସହିତ ବିଭିନ୍ନ ନିର୍ବାଚନୀ ସଭାରେ ଭାଷଣ ଦେଇ କହିଥିଲେ ଯେ ଏହି ଅମ୍ଲାଭଟା ଠାରେ ଯେଉଁ ବି ଇ ଡି କଲେଜ ହେଉଛି ସେଥିରେ ଆମ ଅଞ୍ଚଳର ଆଦିବାସୀ ପିଲାଙ୍କ ପାଇଁ ୭୦% ଓ ଅନ୍ୟ ବର୍ଗ ପିଲାମାନେ ୩୦% ସିଟ ରହିବା ସହ ସେମାନେ ପଢ଼ିପାରିବେ ବୋଲି କହିଥିଲେ।ନେତା ମନ୍ତ୍ରୀଙ୍କ ଭାଷଣ କେବଳ ଯେ ଭାଷଣ ରେ ହିଁ ରହିଗଲା।

୨୦୧୯ ନିର୍ବାଚନ ଯାଇ ୨୦୨୪ ସାଧାରଣ ନିର୍ବାଚନ ଆସିବାକୁ ବସିଛି। ତେବେ ସରକାର ଓ ପ୍ରଶାସନ ଏନେଇ କି ପଦକ୍ଷେପ ନେବେ ଦେଖିବାକୁ ବାକି ରହିଲା। ଏହି ବିଇଡି କଲେଜ ହେବ ବୋଲି ଏହି ଅଂଚଳବାସୀଙ୍କୁ ସରକାର ଦିନରେ ଲଣ୍ଠନ ଦେଖେଇଲେ ବୋଲି ଜନସାଧାରଣ ଚର୍ଚ୍ଚା କରିଥିବା ଦେଖିବାକୁ ମିଳିଛି। ପ୍ରଶାସନ ନିକଟରେ ଏହାର କୌଣସି ଉତ୍ତର ନଥଇବା ବେଳେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ ରାୟଗଡା ଗସ୍ତ ସମୟରେ ଏହି ବିଇଡି କଲେଜ ବିଷୟରେ ପଚାରାଯିବାରୁ ସେ ସଂକ୍ଷେପରେ କହିଲେ ଯେ ମୁଁ ଏହି ବିଷୟରେ କିଛି ଜାଣିନାହିଁ ,ଏହି ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ପଚାରି କାର୍ଯ୍ୟକ୍ଷମ ପାଇ ଚେଷ୍ଟା କରିବି।ଅନ୍ୟପଟେ ଏହି ଅମ୍ଲାଭଟା ଠାରେ ନବ ନିର୍ମିତ ବିଇଡି କଲେଜକୁ କାର୍ଯ୍ୟକ୍ଷେମ କରିବା ସହିତ ତୁରନ୍ତ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ଆରମ୍ଭ କରିବା ପାଇଁ ଜ଼ିଲ୍ଲାର ଜନସାଧାରଣ ଛାତ୍ରୀଛାତ୍ର ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe