ଅନ୍ୟ ଏସିଡ୍ ପୀଡ଼ିତାଙ୍କ ଭାଗ୍ୟ କେବେ ଖୋଲିବ? ପ୍ରମୋଦିନୀଙ୍କ ଭଳି ନ୍ୟାୟ ଅପେକ୍ଷାରେ ଅନେକ ଅଛନ୍ତି

Advertisment
ପାରିବାରିକ ବିବାଦକୁ ନେଇ ଏସିଡ ମାଡ କଲେ ଯୁବକ, ୪ ଗୁରୁତର

Zee News

୨୦୧୭ରୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଥିଲା
ନମିତାଙ୍କ ଫାଇଲ୍ ବନ୍ଦ କରି ଦେଇଛି ପୁଲିସ
ଜଳିବା ଠାରୁ ବଳି ଯାଉଛି ନ୍ୟାୟ ମିଳିବାର ପୀଡ଼ା

ଜଗତସିଂହପୁର ଟାଉନ୍,(ଶୁଭକାନ୍ତ ପଢ଼ିହାରୀ): ଗତ ୯ ତାରିଖ ଦିନ ବହୁଚର୍ଚ୍ଚିତ ପ୍ରମୋଦିନୀ ରାଉଳ ଏସିଡ୍ ଆକ୍ରମଣର ରାୟ ପ୍ରକାଶ ପାଇଛି। ୧୩ ବର୍ଷ ପରେ ପ୍ରକାଶିତ ଏହି ରାୟ ପୀଡ଼ିତାଙ୍କୁ କେବଳ ନ୍ୟାୟ ଦେଇନି; ଦୀର୍ଘ ସଂଘର୍ଷର ଅବସାନ ବି ଘଟାଇଛି। ତେବେ, ପ୍ରମୋଦିନୀଙ୍କ ଭଳି ଆଉ କେତେଜଣ ନ୍ୟାୟ ଅପେକ୍ଷାରେ ରହିଛନ୍ତି? ଏହିଭଳି ପ୍ରଶ୍ନ ଭିତରେ ଏବେ ଚର୍ଚ୍ଚାକୁ ଆସିଛନ୍ତି ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଜଣେ ବିବାହିତା ନମିତା ଜୀ। ପ୍ରାୟ ଦୁଇବର୍ଷ ଧରି ତଦନ୍ତ କଲାପରେ କୌଣସି ପ୍ରମାଣ ନ ପାଇବାରୁ ପୁଲିସ ତାଙ୍କ ମାମଲାର ଫାଇଲକୁ ବନ୍ଦ କରିଦେଇଥିବା ଜଣାପଡ଼ିଛି; ଯେମିତି ପ୍ରମୋଦିନୀଙ୍କ ଘଟଣାରେ ପୁଲିସ କୌଣସି ପ୍ରମାଣ ପାଉ ନଥିବା ଦର୍ଶାଇ ଚୂଡ଼ାନ୍ତ ରିପୋର୍ଟ ‘ଫାକ୍ଟ ଟ୍ରୁ, ଉଇଦାଉଟ୍‌ କ୍ଲୁ’ରେ ଫାଇଲ ବନ୍ଦ କରି ଦେଇଥିଲା। ପ୍ରମୋଦିନୀଙ୍କୁ ନ୍ୟାୟ ମିଳିବାପରେ ଏବେ ନ୍ୟାୟ ପାଇଁ ଆଶାବାଦୀ ହୋଇଉଠିଛନ୍ତି ନମିତା।

ନମିତା ଜୀଙ୍କ ଘର ବାଲେଶ୍ବର ସଦର ଥାନା ଅନ୍ତର୍ଗତ ରସାଳପୁର ଅଞ୍ଚଳରେ। ୨୦୦୮ମସିହାରେ ସେ ବାଲେଶ୍ବରରେ ବିବାହ କରିଥିଲେ। ବିବାହ ପରେ ତାଙ୍କର ପାରିବାରିକ ବିବାଦ ସୃଷ୍ଟି ହୋଇଥିଲା। ଏ ନେଇ କୋର୍ଟରେ ମାମଲା ମଧ୍ୟ ଚାଲୁ ରହିଥିଲା। ସେ ବାଲେଶ୍ବର ସଦର ଥାନା ଅନ୍ତର୍ଗତ ରସାଳପୁରସ୍ଥିତ ବାପଘରେ ରହୁଥିଲେ। ୨୦୧୨ ଜାନୁଆରି ୮ ତାରିଖରେ ବାଲେଶ୍ବରରୁ ଘରକୁ ଫେରୁଥିଲେ। ଘରଠାରୁ ଅଳ୍ପଦୂରରେ ଦୁଇଜଣ ଯୁବକ ବାଇକ୍‌ରେ ଆସି ତାଙ୍କ ଉପରକୁ ଏସିଡ୍ ମାଡ଼ କରିଥିଲେ। ତାଙ୍କ ଶରୀରର ପ୍ରାୟ ୪୦ ପ୍ରତିଶତ ପୋଡ଼ିଯାଇଥିଲା। ଘଟଣା ସଂକ୍ରାନ୍ତରେ ତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ବାଲେଶ୍ବର ସଦର ଥାନା ପୁଲିସ କେସ୍ ନଂ-୫/୧୨ ଓ ଆଇପିସି ଦଫା-୩୦୭/୩୪ରେ ମାମଲା ରୁଜୁ କରିଥିଲା। ନମିତା ଗୁରୁତର ଅବସ୍ଥାରେ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। କିନ୍ତୁ, ଏହାଭିତରେ ପୁଲିସ କୌଣସି ପ୍ରମାଣ ପାଇ ନ ଥିଲା କିମ୍ବା ଅଭିଯୁକ୍ତଙ୍କୁ ଚିହ୍ନଟ କରି ପାରି ନ ଥିଲା। ୨୦୧୪ରେ ଚୂଡ଼ାନ୍ତ ରିପୋର୍ଟ ଏଫ୍ଆରଟି(ଫ୍ୟାକ୍ଟ ଟ୍ରୁ ବଟ୍ ନୋ କ୍ଲୁ) ଦେଇ ମାମଲାକୁ ବନ୍ଦ କରି ଦେଇଥିଲା।

ସେବେଠାରୁ ଆଜି ଯାଏଁ ସଂଘର୍ଷ କରି ଆସୁଛନ୍ତି ନମିତା। ପାରିବାରିକ ମାମଲା ମଧ୍ୟ କୋର୍ଟରେ ବିଚାରାଧୀନ ରହିଛି। ଏବେ ରାଜଧାନୀର ସେ ଏକ ଏନ୍‌ଜିଓରେ କାମ କରୁଛନ୍ତି। ପ୍ରମୋଦିନୀଙ୍କୁ ନ୍ୟାୟ ମିଳିବା ପରେ ତାଙ୍କ ଫାଇଲ୍‌ ମଧ୍ୟ ‘ରିଓପନ୍‌’ (ଆଉଥରେ ଚାଲୁହେବ) ହେବ ବୋଲି ଆଶାବାଦୀ ଅଛନ୍ତି। ତେବେ, କିଏ ଏସିଡ୍ ଆକ୍ରମଣ କରିଥିଲା? କାହିଁକି ହୋଇଥିଲା? କିଏ ନମିତାଙ୍କୁ ଜୀବନରୁ ମାରି ଦେବାକୁ ଯୋଜନା ରଖିଥିଲା? ସେ ସମ୍ପର୍କରେ ମଧ୍ୟ ପୁଲିସ ସାମାନ୍ୟତମ ଟେର୍ ପାଇ ପାରି ନ ଥିଲା। ଅନ୍ୟପକ୍ଷରେ ପ୍ରମୋଦିନୀଙ୍କ ୨୦୧୭ ସେପ୍ଟେମ୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏସିଡ୍ ଆକ୍ରମଣ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ନିବେଦନ କରିଥିଲେ। ଯେଉଁମାନଙ୍କର ଫାଇଲ୍ ବନ୍ଦ ହୋଇଯାଇଛି ତାହାକୁ ‘ରିଓପନ୍’ କରିବାକୁ ଅନୁରୋଧ ମଧ୍ୟ କରିଥିଲେ। ଏଠାରେ ପ୍ରଶ୍ନ ଉଠୁଛି ପୁଲିସ୍‌ ନମିତାଙ୍କ ମାମଲାର ଆଉଥରେ ତଦନ୍ତ କରିବ ତ?

ଏହିଭଳି ମାମଲା ସମ୍ପର୍କରେ ଆଇନଜୀବୀ ମାନସ ଚାନ୍ଦ କହିଛନ୍ତି, ଏସିଡ୍ ଆକ୍ରମଣ ପାଇଁ ପୂର୍ବରୁ କୌଣସି ଆଇପିସିରେ ସ୍ବତନ୍ତ୍ର ଦଫା ନ ଥିଲା, ଏବେ ତାହା ଅଛି। ଏସିଡ୍ ଆକ୍ରମଣରେ ଆହତ ପୀଡ଼ିତା ନର୍କ ଯନ୍ତ୍ରଣା ଭୋଗିଥାନ୍ତି। ସମାଜରେ ସେମାନଙ୍କର ବଞ୍ଚିବା କଷ୍ଟକର ହୋଇପଡ଼ିଥାଏ। ତେଣୁ ଏହି ମାମଲାରେ ସ୍ବତନ୍ତ୍ର ତଦନ୍ତକାରୀ ଅଧିକାରୀ ନିଯୁକ୍ତ ହେବା ଦରକାର। ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବା ଓ ଚାର୍ଜସିଟ୍ ହେଲେ ଦଣ୍ଡ ମିଳିପାରିବ।

ଉଲ୍ଲେଖଯୋଗ୍ୟ ଯେ ଗଞ୍ଜାମ ବଡ଼ଗଡ଼ ଅଞ୍ଚଳର ମାନିନୀ ବିଷୋୟୀ, ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଞ୍ଚଳର ସୁଚିସ୍ମିତା ରାଉତଙ୍କ ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ନ୍ୟାୟ ଅପେକ୍ଷାରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe