କେନ୍ଦ୍ରାପଡ଼ା ଦାଦନ ଶ୍ରମିକ ସମସ୍ୟାର ସମାଧାନ କେବେ?

Advertisment

ବନ୍ୟାର ସ୍ଥାୟୀ ପ୍ରତିକାର ଓ ମେଡିକାଲ କଲେଜ ଖୋଲିବାକୁ ଦାବି

ବନ୍ୟାର ସ୍ଥାୟୀ ପ୍ରତିକାର ଓ ମେଡିକାଲ କଲେଜ ଖୋଲିବାକୁ ଦାବି

ଗଣତନ୍ତ୍ରର ମହାପର୍ବରେ ପ୍ରବାସୀ ଶ୍ରମିକ ଅଲୋଡ଼ା: ଗାଁଗାଁରେ ଝୁଲୁଛି ତାଲା

The New Indian Express

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲାରେ କୌଣସି ବଡ଼ ଶିଳ୍ପ ନାହିଁ। ଜିଲ୍ଲାରେ ଅନେକ କୁଶଳୀ କାରିଗର ରହିଥିଲେ ହେଁ ଅନ୍ୟ ରାଜ୍ୟ ଓ ବିଦେଶକୁ ସେମାନେ ଦାଦନ ଖଟିବାକୁ ଯାଉଛନ୍ତି। ଏମାନଙ୍କ ସଂଖ୍ୟା ଲକ୍ଷାଧିକ। ଅନେକ ସମୟରେ ବିଦେଶରେ ଥିବା ଏହି ଦାଦନ ଶ୍ରମିକଙ୍କ ନିର୍ଯାତନାର କରୁଣ କାହାଣୀ ଶୁଣିବାକୁ ମିଳୁଛି। ତେଣୁ ଜିଲ୍ଲାର ଏହି ଦାଦନ ଶ୍ରମିକ ସମସ୍ୟାର କେବେ ସମାଧାନ ହେବ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଲେଖ ନାୟକ। ଶ୍ରୀ ନାୟକ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାର ସାରସ୍ବତ ଓ ସାଂସ୍କୃତିକ କ୍ଷେତ୍ରକୁ କେନ୍ଦ୍ରାପଡ଼ାର ଯଥେଷ୍ଟ ଅବଦାନ ରହିଛି। ଲବଣ ସତ୍ୟାଗ୍ରହ, ଭାରତଛାଡ଼ ଆନ୍ଦୋଳନରେ ଏ ମାଟିର ଅନେକ ସାମିଲ ହୋଇଥିଲେ। ସ୍ବାଧୀନତା ସଂଗ୍ରାମୀ ନିତ୍ୟାନନ୍ଦ କାନୁନ୍‌ଗୋ, ସୁରେନ୍ଦ୍ରନାଥ ଦ୍ବିବେଦୀ, ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏହି ଜିଲ୍ଲାରୁ ପ୍ରତିନିଧିତ୍ବ କରିଛନ୍ତି। ହେଲେ ଜିଲ୍ଲା ସଂପୂର୍ଣ୍ଣ ଅବହେଳିତ ହୋଇ ରହିଛି। ଜିଲ୍ଲାରେ ବ୍ରା‌ହ୍ମଣୀ, ଖରସ୍ରୋତା ଓ ମହାନଦୀର ଶାଖାନଦୀ ପ୍ରବାହିତ ହେଉଥିବା ବେଳେ ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଥାଏ। ଜିଲ୍ଲା ମଧ୍ୟ ବାତ୍ୟା ପ୍ରବଣ। ବାତ୍ୟା ଆସିଲେ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଏ। ମାତ୍ର ଆଜି ପର୍ଯ୍ୟନ୍ତ ଏହାର ସ୍ଥାୟୀ ପ୍ରତିକାର ହୋଇପାରିଲା ନାହିଁ। ପୁରାତନ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟକୁ ଆଜି ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟର ମାନ୍ୟତା ମିଳିପାରି ନାହିଁ।

ବନ୍ୟାର ସ୍ଥାୟୀ ପ୍ରତିକାର ଓ ମେଡିକାଲ କଲେଜ ଖୋଲିବାକୁ ଦାବି
ସମୁଦ୍ର ଉପକୂଳକୁ ଦଖଲ କରିସାରିଲେଣି ବାଂଲାଦେଶୀ ଅନୁପ୍ରବେଶକାରୀ
ଆବର୍ଜନା ଡ୍ରେନ୍‌ରେ ପରିଣତ ହୋଇଛି ଗୋବରୀ ନଦୀ

ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟର ଅନ୍ୟ ଜିଲ୍ଲାରେ ମେଡିକାଲ କଲେଜ ଖୋଲୁଥିବା ବେଳେ କେନ୍ଦ୍ରାପଡ଼ା ଏଥିରୁ ବଞ୍ଚିତ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ଥିବା ଗୋବରୀ ନଦୀ ଆବର୍ଜନା ଡ୍ରେନ୍‌ରେ ପରିଣତ ହୋଇଛି। ଅନ୍ତର୍ଜାତୀୟ ଆଇନ ରିପେରିଆନ ଲ’ ଅନୁସାରେ ଯାହାର କୂଳ, ଜଳ ମଧ୍ୟ ତାହାର। ହେଲେ ବ୍ରାହ୍ମଣୀ, ଖରସ୍ରୋତା ନଦୀର ଜଳରାଶିକୁ କେନ୍ଦ୍ରାପଡ଼ା ଅଞ୍ଚଳ ଲୋକଙ୍କୁ ଉପେକ୍ଷା କରାଯାଉଛି। ଅଣ ମୌସୁମୀ ଋତୁରେ ନଦୀ ଗୁଡ଼ିକ ଶୁଷ୍କ। ନଦୀ ଅବବାହିକା ଅଞ୍ଚଳକୁ ଜଳସେଚନର ସୁବିଧା ନାହିଁ। ୧୯୬୯ ମସିହାରେ ଜିଲ୍ଲାରେ ବନ୍ୟା ନିୟନ୍ତ୍ରଣ ଓ କୃଷି ସୁରକ୍ଷା ପାଇଁ ରାଜ୍ୟରେ ପ୍ରଥମଥର ଲାଗି କନିକା କୃଷକ ଆନ୍ଦୋଳନ କରାଯାଇଥିଲା। ଏଥିରେ ମୋ ସମେତ ଅନେକ ବ୍ୟକ୍ତି ସତ୍ୟାଗ୍ରହ କରି କେନ୍ଦ୍ରାପଡ଼ା ଓ କଟକ ଜେଲ୍‌ରେ ରହିଥିଲେ। ଫଳସ୍ବରୂପ ରାଜ୍ୟ ସରକାର ରେଙ୍ଗାଳି ଡ୍ୟାମ ଓ ଲୁଣା ଘେରି ବନ୍ଦ କାର୍ଯ୍ୟ ଆରମ୍ଭ କରିଥିଲେ। ତେଣୁ ରାଜ୍ୟ ସରକାର କେନ୍ଦ୍ରାପଡ଼ା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ତ୍ବରିତ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ନାୟକ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe