ଯେଉଁ ସ୍ଥାନରେ କେନ୍ଦ୍ର ସରକାରଙ୍କ ଅନୁମତି ମିଳିବ ସେଠାରେ ହେବ କୋଭିଡ୍-୧୯ ହସପିଟାଲ: ନବ ଦାସ

ଯେଉଁ ସ୍ଥାନରେ କେନ୍ଦ୍ର ସରକାରଙ୍କ ଅନୁମତି ମିଳିବ ସେଠାରେ ହେବ କୋଭିଡ୍-୧୯ ହସପିଟାଲ: ନବ ଦାସ

ଝାରସୁଗୁଡ଼ା: ପୂର୍ବରୁ ରାଜ୍ୟର ସବୁ ଜିଲ୍ଲାରେ କୋଭିଡ୍-୧୯ ହସପିଟାଲ କରାଯିବ ବୋଲି କରାଯାଇଥିବା ନିଷ୍ପତ୍ତିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଆଜି ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛନ୍ତି। ଆଜି ଭିଡ଼ିଓ କନଫରୋନ୍ସିଂରେ ମନ୍ତ୍ରିମଣ୍ଡଳର ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ ଶ୍ରୀ ଦାସ ଜଣାଇଛନ୍ତି। ଭାରତ ସରକାର ରଞ୍ଜନରଶ୍ମି ବିଭାଗ ପାଇଁ ଯେଉଁ ସ୍ଥାନରେ ଅନୁମତି ଦେବେ ସେହି ସ୍ଥାନରେ ଜିଲ୍ଲାପାଳମାନେ ସ୍ଥାନ ନିରୂପଣ କରି ଚୁକ୍ତିନାମା ସ୍ବାକ୍ଷର କରିବେେ।

publive-image

କୋଭିଡ୍-୧୯ ପାଇଁ ରକ୍ତ ପରୀକ୍ଷା କେନ୍ଦ୍ର ବୁର୍ଲା, ବ୍ରହ୍ମପୁର, ରାଉରକେଲା ଆଇଜିଏଚ୍, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର ମେଡ଼ିକାଲ କଲେଜରେ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ପରୀକ୍ଷା କେନ୍ଦ୍ର ପାଇଁ ଆର୍ଟିପିସିଆର୍ ମେସିନ୍ ଓ ଅନ୍ୟାନ୍ୟ ସମସ୍ତ ଉପକରଣ ଯୋଗାଇଦେବା ପାାଇଁ ଓଏସ୍ଏମ୍‌ସିଏଲ୍‌ ଏମ୍‌ଡିଙ୍କୁ ସେ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ଏହା ବ୍ୟତୀତ ସ୍ବାସ୍ଥ୍ୟ ବିଭାଗ ତରଫରୁ ଗୋଟିଏ ଘରୋଇ ଲାବ୍ ( ମୋ ଲାବ୍)କୁ ମଧ୍ୟ କୋଭିଡ୍-୧୯ ରକ୍ତ ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ ଜଣାଇଛନ୍ତି।

ଡାକ୍ତରମାନେ ଏଣିକି କୋଭିଡ୍ ଓ ଅଣକୋଭିଡ୍ ରୋଗୀଙ୍କୁ ଅଲଗା ଚିକିତ୍ସା କରିବେ। ଆଜି ଉଚ୍ଚମନ୍ତ୍ରୀ ସ୍ତରୀୟ କମିଟିରେ ଜରୁରୀକାଳୀନ ସଂଗ୍ରହ କମିଟି ଦେଇଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଥିବା ଓ ଖୁବ୍ ଶୀଘ୍ର ମାସ୍କ୍, ପିପିଇ ତଥା ଅନ୍ୟାନ୍ୟ ଚିକିତ୍ସା ଉପକରଣର ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଶପଥ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe