କୁଆଡ଼େ ଗଲା ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର? ଖସିଗଲା ନା ଖସାଇଦେଲେ

Advertisment

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ଜେନାବିଲ ରେଞ୍ଜ କୁଲିପାଲ ସେକ୍ସନ୍‌ରେ ଦେଢ଼ବର୍ଷର ବିରଳ କଳାବାଘକୁ ଗୁଳିକରି ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯାଇଥିବା...

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ଜେନାବିଲ ରେଞ୍ଜ କୁଲିପାଲ ସେକ୍ସନ୍‌ରେ ଦେଢ଼ବର୍ଷର ବିରଳ କଳାବାଘକୁ ଗୁଳିକରି ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯାଇଥିବା...

ggddgdg

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ଜେନାବିଲ ରେଞ୍ଜ କୁଲିପାଲ ସେକ୍ସନ୍‌ରେ ଦେଢ଼ବର୍ଷର ବିରଳ କଳାବାଘକୁ ଗୁଳିକରି ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଉଦଳା ଥାନା ବଣିଆଧର ଗ୍ରାମର ରବୀନ୍ଦ୍ର ନାଇକଙ୍କୁ ଏଯାଏଁ ଗିରଫ କରାଯାଇ ନାହିଁ। ରବୀନ୍ଦ୍ର ଖସିଗଲେ ନା ତାଙ୍କୁ ଖସାଇ ଦିଆଯାଇଛି? ଏବେ ସେ କେଉଁଠି? ଏପରି ଅନେକ ପ୍ରଶ୍ନ ଉଠୁଛି। ଅନ୍ୟପଟେ ରବୀନ୍ଦ୍ର ପଡ଼ୋଶୀ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ହୋଇ ଏବେ ବିହାରରେ ବୁଲୁଥିବା ବିଶେଷସୂତ୍ରରୁ ଖବର ମିଳିଛି।  

କଳାବାଘ ଶାବକ ହତ୍ୟା ଘଟଣାକୁ ପାଖାପାଖି ୨ ମାସ ପୂରିଗଲାଣି। ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ରଙ୍କୁ ପୁଲିସ କିମ୍ବା ବନ ବିଭାଗ ଧରିପାରୁନି। ଏପରିକି କଳାବାଘର ଦେହାବଶେଷକୁ ଖୋଜିପାଇନି ବନ ବିଭାଗ।  ବାଘ ହତ୍ୟାର ୩୫ ଦିନ ପରେ ଏ ସଂପର୍କରେ ଜଣାପଡ଼ିଥିଲେ ମଧ୍ୟ ଉଭୟ ପୁଲିସ ଓ ବନ ବିଭାଗ ଲୁଚାଇଥିଲେ କାହିଁକି ବୋଲି ପ୍ରଶ୍ନ ଉଠିଛି। ଏଆଇ କ୍ୟାମେରା ଓ ଟ୍ରାପ୍‌ କ୍ୟାମେରାରେ ରବୀନ୍ଦ୍ରଙ୍କ ଚିତ୍ର ରହିଛି ଏବଂ ଧାଡ଼ିହୋଇ ୧୫ରୁ ଅଧିକ ଶିକାରୀ ବନ୍ଧୁକ ଧରି ଯାଉଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ପର୍ଯ୍ୟାୟକ୍ରମେ ୧୦ ଜଣ ଗିରଫ ହୋଇଥିବା ବେଳେ ବହୁ ଆପତ୍ତିଜନକ ସାମଗ୍ରୀ ସେମାନଙ୍କଠାରୁ ଜବତ ହୋଇଛି। ତଥାପି ରବୀନ୍ଦ୍ରଙ୍କୁ ଧରି ନ ପାରିବା ବନ ବିଭାଗର ପାରିବାପଣିଆକୁ ପଦାରେ ପକାଇଛି। ‌ଆର୍‌ସିସିଏଫ୍‌ ପ୍ରକାଶଚାନ୍ଦ ‌ଗୋଗିନେନୀ କହିଛନ୍ତି ଯେ ଆମେ ବହୁ କଷ୍ଟ କରି ଏମାନଙ୍କୁ ଧରିଛୁ, ଖୁବ୍‌ଶୀଘ୍ର ମୁଖ୍ୟ କର୍ପଟଦାରଙ୍କୁ ମଧ୍ୟ ଧରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe