କାଠ ବୋଝେଇ ଟ୍ରକ୍‌ ଗଲା କୁଆଡ଼େ? ପୁଲିସ,ବନ ବିଭାଗ କହିଲା ଡାହା ମିଛ

କାଠ ବୋଝେଇ ଟ୍ରକ୍‌ ଗଲା କୁଆଡ଼େ? ପୁଲିସ,ବନ ବିଭାଗ କହିଲା ଡାହା ମିଛ

ବାରିପଦା: ୧୦ରୁ ୧୫ ଲକ୍ଷ ଟଙ୍କା ମୂଲ୍ୟର କାଠ ବୋଝେଇ ଟ୍ରକ୍‌କୁ ପୁଲିସ ଧରିଲା। ତାପରେ ବନ ବିଭାଗକୁ ଟ୍ରକ୍‌ ହସ୍ତାନ୍ତର କଲା ବୋଲି ପୁଲିସ କହିଛି। ହେଲେ ପୁଲିସ କୌଣସି ଟ୍ରକ୍‌ ହସ୍ତାନ୍ତର କରି ନଥିବା କହୁଛି ବନ ବିଭାଗ। ଜବତ କାଠ ବୋଝେଇ ଟ୍ରକ୍‌କୁ ଅନୁକମ୍ପା ଦେଖାଇ ଛାଡ଼ି ଦିଆଯାଇଥିବା ଆଲୋଚନା ହେଉଛି। ତେବେ ଏହି କାମ ପୁଲିସର ନା ବନ ବିଭାଗର; ସେ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ ଉପରକୁ ଦୋଷ ଆସିବା ପରେ ଏ ନେଇ ତଦନ୍ତ ହେବ ବୋଲି ଅତିରିକ୍ତ ଏସ୍‌ପି ସୁରେଶ ଚନ୍ଦ୍ର ପାତ୍ର କହିଛନ୍ତି।

ଅପରପକ୍ଷେ ପୁଲିସ ବନ ବିଭାଗକୁ ଦୋଷ ଠେଲି ଖସିଯିବାକୁ ଉଦ୍ୟମ କରୁଥିବାରୁ ଏହାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ କହିଛନ୍ତି। ସୂଚନାଯୋଗ୍ୟ; ଗତ ୬ ତାରିଖରେ ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ବାଙ୍ଗରିପୋଷି ରେଞ୍ଜ ବଣବୁଡ଼ାମୋରା ଗ୍ରାମରେ ଜଣଙ୍କ ଘର ପଛପଟୁ ୧୨ ଚକିଆ ଟ୍ରକ୍‌ରେ କାଠ ବୋଝେଇ ହେଉଥିବା ଖବର ପାଇ ଚଢ଼ଉ କରିଥିଲା ପୁଲିସ। ଏହି ଟ୍ରକ୍‌ (ଓଆର୍‌-୦୫-ୟୁ-୬୬୫୪)ରେ ୧୦ରୁ ୧୫ ଲକ୍ଷ ଟଙ୍କାର ମୂଲ୍ୟବାନ କାଠ ରହିଥିଲା। ତେବେ ଏତେବଡ଼ ଟ୍ରକ୍‌ କେଉଁଆଡ଼େ ଉଭାନ ହୋଇଗଲା; ସେ ନେଇ ସବୁଠି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe