ଫିଲ୍ମର ପ୍ରମୋସନ୍ ସାରି ଟିମ୍ ଫେରିଲା, ହେଲେ ଫେରିଲେନି ନାୟକ ବାବୁସାନ୍

Advertisment
ଫିଲ୍ମର ପ୍ରମୋସନ୍ ସାରି ଟିମ୍ ଫେରିଲା, ହେଲେ ଫେରିଲେନି ନାୟକ ବାବୁସାନ୍

ଭୁବନେଶ୍ବର: ଯେଉଁ ଫିଲ୍ମର ପ୍ରମୋସନ୍ ଲାଗି ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତା ବାବୁସାନ୍ ଚେନ୍ନାଇ ଯାଇଥିଲେ, ସେହି ସିନେମାର ଟିମ୍ ଭୁବନେଶ୍ବର ଫେରିଆସିଲେଣି। ହେଲେଣି ଏଯାଏ ନାୟକ ବାବୁସାନ୍ ରାଜଧାନୀକୁ ଫେରିନାହାନ୍ତି। ସେହି ଟିମ୍ ସହିତ ତାଙ୍କର ଫେରିବାର କଥା ଥିଲା, କିନ୍ତୁ ଏପରି କାହିଁକି ହେଲା? କୁଆଡ଼େ ଗଲେ ବାବୁସାନ୍? ଏହି ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ହୋଇଛି।
କୁଆଡ଼େ ଗଲେ ବାବୁସାନ୍? ଏହି ପ୍ରଶ୍ନର ଉତ୍ତରରେ ଫିଲ୍ମ ‘ଦମନ’ର ନିର୍ଦ୍ଦେଶକ କହିଛନ୍ତି, ଫିଲ୍ମର ପ୍ରମୋସନ ସାରି ଯେତେବେଳେ ଆମ୍ ଟିମ୍ ବାବୁସାନଙ୍କ ପାଖରେ ପହଞ୍ଚିଥିଲା, ସେତେବେଳେ ତାଙ୍କୁ ଆଉ ହୋଟେଲରେ ପାଇ ନ ଥିଲେ। ରିସେପସନକୁ ଯାଇ ପଚାରିବାରୁ ସେ ଚେକ୍ଆଉଟ୍ କରି ବାହାରିଗଲେଣି ବୋଲି ହୋଟେଲ୍ କର୍ମଚାରୀ କହିଥିଲେ।
ଏଣେ ଭୁବନେଶ୍ୱରର ଖାରବେଳନଗର ଥାନା ପକ୍ଷରୁ ବାବୁସାନଙ୍କୁ ହାଜର ପାଇଁ ନୋଟିସ୍ ଜାରି କରିବାର ଇତିମଧ୍ୟ‌ରେ ୩ ଦିନ ବିତି ଯାଇଥିବାବେଳେ ବାବୁସାନ କାହିଁକି ଭୁବନେଶ୍ୱର ଆସୁନାହାଁନ୍ତି ଏବଂ ଥାନାରେ ହାଜର ହୋଇ ପୁଲିସ ସମ୍ମୁଖରେ ନିଜର ପକ୍ଷ ରଖୁନାହାନ୍ତି, ତାକୁ ନେଇ ସସପେନ୍ସ ବଢ଼ିଗଲାଣି।

Odia Actor Babushaan To Be Back On Big Screen With 'Daman', A Role Based On True Story; Check Details - odishabytes odisha bytes

ଉଲ୍ଲେଖଯୋଗ୍ୟ, ବାବୁସାନଙ୍କ ଅଭିନୀତ ‘ଦମନ’ ଆଗାମୀ ଦଶହରା ଅବସରରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି। ଏହା ଏବର୍ଷର ବାବୁସାନଙ୍କ ଅଭିନୀତ ତଥା ମୁକ୍ତିପ୍ରାପ୍ତ ତୃତୀୟ ଛବି ହେବ। ‘ଦମନ’ ରେ ବାବୁସାନଙ୍କ ସହ ଭୂମିକା, ଈଶାନୀ ସେନଗୁପ୍ତା, ରାଜ ରାଜେଶ ଓ ଋଷି ପ୍ରମୁଖ ମୁଖ୍ୟ ଚରିତ୍ରରେ ନଜର ଆସିବେ। ଏହାର ନିର୍ଦ୍ଦେଶକ ହେଲେ ରାଜେନ୍ଦ୍ର ମହନ୍ତ। ଦିଲୀପ ଚୌଧୁରୀ ଏହାର ସଂଳାପ ଲେଖିଥିବା ବେଳେ ଅଭିଜିତ ମଜୁମଦାର ଏହାର ସଙ୍ଗୀତକାର। ଏହା ଏକ ଭିନ୍ନ ଧରଣର ଫିଲ୍ମ ବୋଲି କୁହାଯାଉଛି। ଏଥିରେ ବାବୁସାନଙ୍କୁ ଡାକ୍ତର ଭୂମିକାର ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe