ବିସ୍ଫୋରଣରେ ମାଛମରା କେଉଁଠୁ ଆସୁଛି ଜିଲେଟିନ୍‌?

Advertisment
ବିସ୍ଫୋରଣରେ ମାଛମରା କେଉଁଠୁ ଆସୁଛି ଜିଲେଟିନ୍‌?

ବଲାଙ୍ଗୀର : ବଲାଙ୍ଗୀରରେ ନୂଆ ଏକ ସମସ୍ୟା ଚିନ୍ତା ବଢ଼ାଉଛି। ତା’ହେଲା, ବେଆଇନ ବିସ୍ଫୋରକର ବ୍ୟବହାର। ଏବେ ଜିଲ୍ଲାର ସବୁ ନଦୀ ଶୁଖିଲା। ସବୁଠି କେବଳ ବାଲି। ତେଲ ଏବଂ ଅଙ୍ଗ ନଦୀରେ କିଛି ସ୍ଥାନରେ ପାଣି ଜମିରହିଛି। ସେଠାରେ ମାଛ ମାରିବା ପାଇଁ ଜିଲେଟିନ୍‌ ଏବଂ ଅନ୍ୟ ବିସ୍ଫୋରକ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି। ତେବେ, ଏହି ଜି‌ଲେଟିନ୍‌ କେଉଁଠି ଆସୁଛି, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।

ବଲାଙ୍ଗୀର-କଳାହାଣ୍ଡି ସୀମାର ବିଭିନ୍ନ ଅଞ୍ଚଳରେ ତେଲନଦୀରେ ବିସ୍ଫୋରକ ବ୍ୟବହାର କରି ମାଛ ମରାଯାଉଛି। ଶୁଣିବାକୁ ମିଳୁଛି ଜଙ୍ଗଲିଆ ଏବଂ ଦୁର୍ଗମ ଅଞ୍ଚଳରେ ଏହି କାରବାର ଚାଲୁଛି। ଜିଲେଟିନ୍‌କୁ ସୀମାନ୍ତ ଇଲାକାରେ ଚାଲୁଥିବା ପଥର ବ୍ଲାଷ୍ଟିଂ ପାଇଁ ବ୍ୟବହାର କରାଯାଉଛି। ପଥର କ୍ବାରିରେ ବିସ୍ଫୋରଣ ପାଇଁ ମନା କରାଯାଇଛି, ସେଠାରେ ବି ଏହି ଚୋରା ଜିଲେଟିନ୍‌ ବ୍ୟବହାର ହେଉଥିବା କୁହାଯାଉଛି। ବିହାରରୁ ବିପୁଳ ଜିଲେଟିନ୍‌ ବଲାଙ୍ଗୀରକୁ ଆସୁଥିବା ତଥ୍ୟ ସାମ୍‌ନାକୁ ଆସିଛି। ଏହି ଜିଲେଟିନ୍‌ ଓ ବିସ୍ଫୋରକ ସାମଗ୍ରୀ ମାଛ ମାରିବାପାଇଁ ବ୍ୟବହୃତ ହେଉଥିବା କୁହାଯାଇଛି। ଅନ୍ୟପକ୍ଷରେ, ବଲାଙ୍ଗୀର ଜିଲ୍ଲାର ଗନ୍ଧମାର୍ଦ୍ଦନରେ ବର୍ଷର ବିଭିନ୍ନ ସମୟରେ ମାଓବାଦୀ ଗତିବିଧି ଲାଗିରହୁଛି। ମାଓବାଦୀଙ୍କ ହାତରେ ଏଭଳି ବିସ୍ଫୋରକ ଲାଗିଲେ ସ୍ଥିତି ଆଗକୁ ବିଗିଡ଼ିବା ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe