APN Live
ଭୁବନେଶ୍ୱର: ରାଜ୍ୟର ୨୦ଟି ଜିଲ୍ଲାରେ ରବିବାର ରାତି ୮ଟା ୩୦ ସୁଦ୍ଧା ଘୂର୍ଣ୍ଣିଝଡ଼ ଓ ବଜ୍ରପାତ ହୋଇପାରେ। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ରାତି ୭ଟା ୩୦ରୁ ୮ଟା ୩୦ ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ରହିବ।
ନବରଂଗପୁର, କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି, ଗଜପତି, ଗଂଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ, ବରଗଡ଼, ସୋନପୁର, କୋରାପୁଟ, ବୌଦ୍ଧ ଓ କଟକ ଜିଲ୍ଲାକୁ ସତର୍କ ଜାରି କରାଯାଇଛି।
Follow Us