ଲକ୍‌ଡାଉନ୍ ସମୟରେ ଭୁବନେଶ୍ୱରରେ କ’ଣ ଖୋଲା ରହିବ ଜାଣନ୍ତୁ

ଲକ୍‌ଡାଉନ୍ ସମୟରେ ଭୁବନେଶ୍ୱରରେ କ’ଣ ଖୋଲା ରହିବ ଜାଣନ୍ତୁ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଆଗାମୀ ମେ’ ମାସ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ ଜାରି ରହିବ । ଲକଡାଉନ୍ ସମୟରେ କେନ୍ଦ୍ର ସରକାର କିଛି କୋହଳ ଆଣିବା ପରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପୌର ପ୍ରଶାସନଗୁଡ଼ିକୁ ନିଜ ନିଜ ପରିସର ଲାଗି ନିୟମାବଳୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜି ଏକ ସାନି ନିର୍ଦ୍ଦେଶନାମା ଜାରି କରାଯାଇ ମେ ୩ ପର୍ଯ୍ୟନ୍ତ କେଉଁ ବ୍ୟବସାୟ ଓ କାର୍ଯ୍ୟକଳାପ ଜାରି ରହିପାରିବ ତାହାର ଏକ ତାଲିକା ଦିଆଯାଇଛି।

ଲକ୍‌ଡାଉନ୍ ପାଇଁ ଏବେ କିଛି ଅତ୍ୟାବଶ୍ୟକ ଦୋକାନ ଯଥା ଔଷଧ, ଗ୍ରୋସରୀ, ପନିପରିବା, ଫଳ ଦୋକାନ ଖୋଲା ରଖାଯାଇଛି । ପେଟ୍ରୋଲ ପମ୍ପ, ଗ୍ୟାରେଜ, ବ୍ୟାଙ୍କ ଓ ପୋଷ୍ଟ ଅଫିସ ସେବା ମଧ୍ୟ ଚାଲୁ ରହିଛି । ଆଗାମୀ ଦିନରେ ଭୁବନେଶ୍ୱରରେ ଲକଡାଉନକୁ କିଛି କ୍ଷେତ୍ର ପାଇଁ କୋହଳ କରାଯିବ । ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜି ଗାଇଡଲାଇନ ଜାରି ହୋଇଛି ।

ବିଏମ୍‌ସିର ଗାଇଡଲାଇନ ଅନୁସାରେ, ଇଲେକ୍ଟ୍ରୋନିକ୍ସ ଉପହକରଣ ଦୋକାନ, ମୋଟର ଗ୍ୟାରେଜ, ବ୍ୟାଟେରୀ ଦୋକାନ, ମୋଟର ପାର୍ଟ ଦୋକାନ, ପଂଜୀକୃତ ହୋଇଥିବା ଗୋଟିକଆ ଦୋକାନ, ଜନବସତି ନିକଟରେ ଥିବା ଦୋକାନ, ଟାୟାର ଦୋକାନ, ଲୁବ୍ରିକାଣ୍ଟ ଦୋକାନ, ବହି ଦୋକାନ ଖୋଲା ରହିବ । ରେଷ୍ଟୁରାଷ୍ଟରୁ ପାର୍ସଲ ମିଳିପାରିବ । ସେହିପରି ଅନଲାଇନରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ । ବିଗ ବଜାର, ଓମଫେଡ, ଓପୋଲଫେଡ, ଚିଲିକା ଫ୍ରେଶ ଖୋଲା ରହିବ ।

ବିଏମ୍‌ସି ଅଞ୍ଚଳରେ ନିର୍ମାଣ କାମ ଜାରି ରହିବ । କିନ୍ତୁ ବାହାରୁ ଶ୍ରମିକ ଅଣାଯାଇପାରିବ ନାହିଁ । ସିମେଣ୍ଟ, ଲୁହା ରଡ, ଚିପ୍ସ ଦେକାନ ଖୋଲା ରହିବ। ଶିଳ୍ପ ଅନୁଷ୍ଠାନ, ବ୍ୟବସାୟ ସଂସ୍ଥାର ଅଫିସ ଖୋଲା ରହିବ । ୨୫ ପ୍ରତିଶତ କର୍ମଚାରୀ ସହ ଏସବୁ ଅଫିସ କାର୍ଯ୍ୟ କରିବେ । କମିସନରେଟ ପୁଲିସ ନିକଟରୁ ମୁଖ୍ୟ କାର୍ଯ୍ୟାଳୟ ଅନୁମତି ଆଣି କାର୍ଯ୍ୟ କରିବେ । କାଠକାମ, ଇଲେକ୍ଟ୍ରି ମରାମତି, କମ୍ପ୍ୟୁଟର ମରାମତି, ପାଇପ ମିସ୍ତ୍ରୀ ସେମାନଙ୍କ ସେବା ଯୋଗାଇବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe