ଘୁ.ଉଦୟଗିରି: ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର ଟିଆଙ୍ଗିଆ ପିଡସୁବାଲି ଗ୍ରାମର ଏଡୁଆଡ ନାୟକ (୬୫)ହାତୀ ଆକ୍ରମଣରେ ଆହତ ହୋଇଛନ୍ତି। ଥି ସୂଚନାନୁସାରେ ଗୁରୁବାର ଭୋରରୁ ଶୌଚ ପାଇଁ ପିଡସୁବାଲି ତାଙ୍କ ଘର ନିକଟ ପାହାଡକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ଶୁଣ୍ଢରେ ଟେକି ତାଙ୍କୁ କଚାଡି ଫିଙ୍ଗି ଦେଇଥିଲା।
ଯାହା ଫଳରେ ତାଙ୍କର ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ଏକ ଗୋଡରେ ଗଭୀର ଆଘାତ ଲାଗିଛି। କେତେକ ମହିଳା ସେହି ରାସ୍ତା ଦେଇ ପାହାଡ ଆଡ଼କୁ ଯାଉଥିବା ବେଳେ ହାତୀକୁ ଦେଖି ଚିତ୍କାର କରିଥିଲେ ଓ ଦୌଡ଼ି ଆସି ଲୋକମାନଙ୍କୁ କହିଥିଲେ ।
ତୁରନ୍ତ ଲୋକମାନେ ଘଟଣାସ୍ଥଳକୁ ଯାଇ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ସେଠାରେ କାର୍ଯ୍ୟରତ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଅନ୍ୟ ଡାକ୍ତରଖାନାକୁ ପଠେଇଥିବା ସୂଚନା ରହିଛି ।
ଗତ ୨ ମାସରୁ ଉର୍ଦ୍ଧ୍ବ ଦିନ ହେବ ବ୍ଲକର କଳିଙ୍ଗା,ଗଦିଙ୍ଗିଆ, ରେଟୁଡ଼ି, କୁରୁମିଙ୍ଗିଆ ଆଦି ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ଜାରି ରହିଛି। ଦୁଇଟି ହାତୀ ବାଟବଣା ହୋଇ ଏଭଳି କାଣ୍ଡ ଭିଆଉଛନ୍ତି।
ହାତୀ ଆକ୍ରମଣ ନେଇ ଲୋକେ ଭୟଭୀତ ହେବାରେ ଲାଗିଛନ୍ତି। ଗତକାଲି କଳିଙ୍ଗା ଘାଟି ନିକଟରେ ହାତୀ ଏକ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରିଥିଲା।
Follow Us