ରିଲ୍‌ସ କରୁଥିଲେ, ନଦୀକୁ ଖସିପଡ଼ିଲେ: ଡାକ୍ତରଖାନାରେ ଗୁରୁତର ଯୁବତୀ

Advertisment

ରିଲ୍‌ସ ନିଶାରେ ସ୍ଥାନକାଳ ପାତ୍ର, ଭଲମନ୍ଦ କିଛି ଦେଖୁନାହାନ୍ତି ଯୁବପିଢ଼ି। ବରଂ ବିପଜ୍ଜନକ ସ୍ଥାନରେ ରିଲ୍‌ସ କରି ନିଜ ଜୀବନକୁ ବାଜିରେ ଲଗାଉଛନ୍ତି। ଏହାର କରୁଣ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ଥାନା କମଗରା ବ୍ରାହ୍ମଣୀ ନଦୀ ପୋଲଠାରେ।

ରିଲ୍‌ସ ନିଶାରେ ସ୍ଥାନକାଳ ପାତ୍ର, ଭଲମନ୍ଦ କିଛି ଦେଖୁନାହାନ୍ତି ଯୁବପିଢ଼ି। ବରଂ ବିପଜ୍ଜନକ ସ୍ଥାନରେ ରିଲ୍‌ସ କରି ନିଜ ଜୀବନକୁ ବାଜିରେ ଲଗାଉଛନ୍ତି। ଏହାର କରୁଣ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ଥାନା କମଗରା ବ୍ରାହ୍ମଣୀ ନଦୀ ପୋଲଠାରେ।

fssfsfsf

ଢେଙ୍କାନାଳ/ପଣ୍ଡୁଆ: ରିଲ୍‌ସ ନିଶାରେ ସ୍ଥାନକାଳ ପାତ୍ର, ଭଲମନ୍ଦ କିଛି ଦେଖୁନାହାନ୍ତି ଯୁବପିଢ଼ି। ବରଂ ବିପଜ୍ଜନକ ସ୍ଥାନରେ ରିଲ୍‌ସ କରି ନିଜ ଜୀବନକୁ ବାଜିରେ ଲଗାଉଛନ୍ତି। ଏହାର କରୁଣ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ଥାନା କମଗରା ବ୍ରାହ୍ମଣୀ ନଦୀ ପୋଲଠାରେ। ଜଣେ ଯୁବତୀ ପୋଲ ସୁରକ୍ଷା ବାଡ଼ ଉପରେ ଠିଆ ହୋଇ ମୋବାଇଲରେ ରିଲ୍‌ସ କରୁଥିବା ବେଳେ ନଦୀକୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଆହତ ଯୁବତୀ ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ତରଭା ଗ୍ରାମର ଅମ୍ବିକା ନାଏକ (୧୯) ବୋଲି ଜଣାପଡ଼ିଛି।

ମାଉସୀ ଅନ୍ନପୂର୍ଣ୍ଣା ନାଏକଙ୍କ ସୂଚନା ଅନୁଯାୟୀ, ତରଭା ଗ୍ରାମର କାମଦେବ ନାୟକଙ୍କ ଝିଅ ଅମ୍ବିକା ତାଙ୍କ ସହ ଏକ ଅଟୋରେ ଆଜି ପୂର୍ବାହ୍ଣରେ କାମାକ୍ଷାନଗର ବ୍ଲକ୍‌ ଖଟୁଆହତା ଅଞ୍ଚଳରୁ ଯାଉଥିଲେ। ସଦର ଥାନା କମଗରା ବ୍ରାହ୍ମଣୀ ନଦୀ ପୋଲ  ଉପରେ ଅଟୋକୁ ଅଟକାଇ ରିଲ୍‌ସ କରିବାକୁ ଓହ୍ଲାଇଥିଲେ। ବିଭିନ୍ନ ସ୍ଥାନରେ ଫଟୋ ସହ ସେଲ୍‌ଫି ନେବା ପରେ ପୋଲ ସୁରକ୍ଷାବାଡ଼ ଉପରକୁ ଉଠି ଯାଇଥିଲେ। ସେଠାରେ ଠିଆ ହୋଇ ରିଲ୍‌ସ କରୁଥିବା ବେଳେ ଗୋଡ଼ ଖସିଯିବାରୁ ନଦୀ ଭିତରକୁ ଖସିପଡ଼ିଥିଲେ। ପ୍ରାୟ ୪୦ ଫୁଟ୍‌ ଉଚ୍ଚରୁ ନଦୀରେ ପଡ଼ିଯିବା ଦ୍ୱାରା ତାଙ୍କ ଗୋଡ଼ ଭାଙ୍ଗିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe