ଉଦଳା : ବନ୍ୟା ଜଳ ପ୍ରବାହିତ ହେଉଥିବା ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ଭାସି ଯାଇଥିଲେ। ଦୀର୍ଘବାଟ ଧରି ନଦୀରେ ଭାସି ଭାସି ଆସିବା ପରେ ଶେଷରେ ବନ୍ୟା ଜଳରେ ବୁଡିଯାଇଥିବା ପୋଲ ଉପରେ ପାରି ହେଉଥିବା ସମୟରେ ସ୍ଥାନୀୟ ଯୁବକମାନେ ତାଙ୍କୁ ଉଦ୍ଧାର କରିଛନ୍ତି।
ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଉଦଳାର କଇଁସାରି ଜାମୁଘାଟ ପୋଲ ନିକଟରେ । ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଦେଓ ନଦୀର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଜାମୁଘାଟ ପୋଲ ବୁଡି ଯାଇଛି ।
ଯୁବକ ଜଣକ ଏହି ଉଛୁଳା ନଦୀରେ ଭାସି ଭାସି ଆସିଥିବା ବେଳେ ଜାମୁଘାଟ ପୋଲ ଉପର ଦେଇ ଭାସି ଯାଉଥିବା ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଦେଖିଥିଲେ । ବୁଡି ଯାଉଥିବା ଯୁବକଙ୍କୁ ଦେଖି ନଦୀ ଭିତରେ ଥିବା ଦୁଇ ଜଣ ସ୍ଥାନୀୟ ଯୁବକ ତାଙ୍କୁ ଉଦ୍ଧାର କରିଥିଲେ । ଯୁବକଙ୍କୁ ଉଦ୍ଧାର କରାଯାଇ ବାହାରକୁ ଅଣାଯାଇଛି । ତାଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ ପାଇଁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି।
Follow Us