ମହିଳାଙ୍କ ହାତରେ ବିରଳ ଧଳାପେଚା

Advertisment
ମହିଳାଙ୍କ ହାତରେ ବିରଳ ଧଳାପେଚା

ରାମଚନ୍ଦ୍ରପୁର: ଘସିପୁରା ବ୍ଲକ ଅଳତି ଗ୍ରାମରୁ ଆହାତ ଅବସ୍ଥାରେ ଏକ ବିରଳ ପ୍ରଜାତିର ଧଳା ପେଚା ଉଦ୍ଧାର କରାଯାଇଛି। ପେଚାଟି ଗାଁ ମୁଖ୍ୟ ରାସ୍ତାରେ ପଡ଼ି ଛଟପଟ ହେଉଥିବା ଦେଖି ସ୍ଥାନୀୟ ଯୁବକମାନେ ସେଠାରୁ ଉଦ୍ଧାର କରି ଆଣି ଚିକିତ୍ସା କରିଛନ୍ତି।

ପେଚାଟିର ଗୋଟିଏ ଡେଣା ଭାଙ୍ଗି ଯାଇଥିବାରୁ ଉଡି ନପାରି ରାସ୍ତା ଉପରେ ପଡି ରହିଥିଲା। ଆବଶ୍ୟକ ଚିକିତ୍ସା ପରେ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ବରାଙ୍ଗ ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯିବ ବୋଲି ଯୁବକମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe