ଭୁବନେଶ୍ୱର: ରାସ୍ତା ଅତିକ୍ରମ କରୁଥିବା ସମୟରେ ଉଦ୍ଧାର ହେଲା ବିରଳ ଧଳାସାପ

ଭୁବନେଶ୍ୱର: ରାସ୍ତା ଅତିକ୍ରମ କରୁଥିବା ସମୟରେ ଉଦ୍ଧାର ହେଲା ବିରଳ ଧଳାସାପ

ଭୁବନେଶ୍ୱର: ଭୁବନେଶ୍ୱରରୁ ରବିବାର ଏକ ବିରଳ ଧଳାସାପ ଉଦ୍ଧାର ହୋଇଛି । କଳିଙ୍ଗ ବିହାର ଅଞ୍ଚଳରୁ ଏହି ଧଳା ସାପଟିକୁ ସ୍ନେକ୍‌ହେଲପ୍‌ ଲାଇନ୍‌ ଉଦ୍ଧାର କରି ନେଇଛନ୍ତି। ତେବେ ଧଳାସାପ ଦେଖିବା ଆଜିକା ସମୟରେ ବହୁ ବିରଳ। ତେଣୁ ଏହି ସାପକୁ ଦେଖିବା ପାଇଁ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମି ଥିଲା।

ସୂଚନାଯୋଗ୍ୟ, କଳିଙ୍ଗ ବିହାର ଅଞ୍ଚଳରେ ଏହି ବିରଳ ସାପ ରାସ୍ତା ଅତିକ୍ରମ କରୁଥିଲା। ବିରଳ ଧଳା ସାପକୁ ରାସ୍ତାରେ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସାପଟିକୁ ସ୍ଥାନୀୟଲୋକେ ସୁରକ୍ଷିତ ଭାବେ ଉଦ୍ଧାର କରି ସ୍ନେକ ହେଲପଲାଇନକୁ ଖବର ଦେଇ ସେମାନଙ୍କୁ ହସ୍ତାନ୍ତର କରି ଦେଇଥିଲେ ।

ସ୍ନେକ୍‌ହେଲପ୍‌ଲାଇନ୍‌ର କହିବାନୁସାରେ, ଉଦ୍ଧାର ହୋଇଥିବା ଧଳା ସାପଟିର ଲମ୍ବା ୨ ଦୁଇଫୁଟ ବୋଲି ଜଣାପଡିଛି। ପୂର୍ବରୁ ମଧ୍ୟ ରାଜଧାନୀରେ ଏଭଳି ଧଳାସାପ ଉଦ୍ଧାର କରାଯାଇ ନନ୍ଦନକାନନରେ ଛଡାଯାଇଥିଲା । କିନ୍ତୁ ପରେ ନନ୍ଦନକାନନରୁ ଏହି ସାପ ଚୋରି ହୋଇଯାଇଥିଲା ବୋଲି କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe