Advertisment

Humane Sagar: କିଏ ବିଗାଡ଼ିଲା ହ୍ୟୁମାନଙ୍କ ଦେହ: ଡାକ୍ତର ସଞ୍ଜୀବ କରଙ୍କ ଚାଞ୍ଚଲ୍ୟକର ବୟାନ

Advertisment

ଓଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବିବାଦ ଘନେଇବାରେ ଲାଗିଛି। ତାଙ୍କ ମୃତ୍ୟୁ ପାଇଁ ଦୁଇ ମ୍ୟାନେଜରଙ୍କୁ ହ୍ୟୁମାନଙ୍କ ମା’ ଦୋଷ ଦେଇଛନ୍ତି। ତାଙ୍କ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ....

ଓଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବିବାଦ ଘନେଇବାରେ ଲାଗିଛି। ତାଙ୍କ ମୃତ୍ୟୁ ପାଇଁ ଦୁଇ ମ୍ୟାନେଜରଙ୍କୁ ହ୍ୟୁମାନଙ୍କ ମା’ ଦୋଷ ଦେଇଛନ୍ତି। ତାଙ୍କ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ....

Humane Sagar

Humane Sagar admitted in AIMMS Bhubaneswar. Photograph: (sambad.in)

କଟକ/ଭୁବନେଶ୍ବର: ଓଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବିବାଦ ଘନେଇବାରେ ଲାଗିଛି। ତାଙ୍କ ମୃତ୍ୟୁ ପାଇଁ ଦୁଇ ମ୍ୟାନେଜରଙ୍କୁ ହ୍ୟୁମାନଙ୍କ ମା’ ଦୋଷ ଦେଇଛନ୍ତି। ତାଙ୍କ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବଲାଙ୍ଗୀର ଟାଉନ୍ ଥାନା ଓ ସଇଁତଳା ଥାନାରେ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଏତଲା ଦିଆସରିଛି। ହ୍ୟୁମାନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଆଜି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ତାଙ୍କୁ ଚିକିତ୍ସା କରୁଥିବା ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ସଞ୍ଜୀବ କୁମାର କର। ହ୍ୟୁମାନ ଯେତେବେଳେ ଶେଷ ଥର ପାଇଁ ଗତ ୧୨ ତାରିଖରେ ତାଙ୍କ ନିକଟକୁ ଆସିଥିଲେ ସେତେବେଳେ ତାଙ୍କ ପରିସ୍ରାରେ ରକ୍ତ ପଡ଼ୁଥିଲା। ଯକୃତ (ଲିଭର୍‌) ଖରାପ ହୋଇ ଯାଇଥିବାବେଳେ କିଡ୍‌ନି ଅଚଳ ହୋଇ ଯାଇଥିଲା। ହାର୍ଟ ଦୁର୍ବଳ ସହିତ ତାଙ୍କୁ ନିମୋନିଆ ହୋଇଯାଇଥିଲା। ଏଭଳି ସ୍ଥିତିରେ ସେ ଗଣ୍ଡରପୁରରେ ଥିବା ଏକ ଘରୋଇ ହସ୍‌ପିଟାଲକୁ ଆସି ଚିକିତ୍ସିତ ହେଉଥିଲେ ବୋଲି ଡାକ୍ତର କର ସୂଚନା ଦେଇଛନ୍ତି। 

ଡାକ୍ତର କର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ହ୍ୟୁମାନ ୨୦୨୪ ସେପ୍ଟେମ୍ବରରୁ ତାଙ୍କ ନିକଟରେ ଚିକିତ୍ସିତ ହେଉଥିଲେ। ସେତେବେଳକୁ ତାଙ୍କର ଆଲ୍‌କହଲ୍‌ ଜନିତ ଲିଭର୍‌ ସିରୋସିସ୍ ଥିଲା। ପେଟରେ ପାଣି ଜମିଥିଲା। ବହୁତ ଖରାପ ଅବସ୍ଥା ଥିଲା। ଅବଶ୍ୟ ଚିକିତ୍ସା ପରେ ଟିକେ ସୁଧାର ଆସିଥିଲା। ଦୁଇରୁ ତିନି ମାସରେ ଥରେ ଆସି ସେ ଚିକିତ୍ସିତ ହେଉଥିଲେ। ଗତ ଅକ୍ଟୋବର ୨୮ ତାରିଖରେ ସେ ଆସିଥିଲେ। ସ୍ବାସ୍ଥ୍ୟ ଖରାପ ଥିବାରୁ ତାଙ୍କୁ ୭ ଦିନ ଲାଗି ଆଡ୍‌ମିସନ୍‌ ହେବାକୁ ପରାମର୍ଶ ଦିଆଯାଇଥିଲା। କାମ ବନ୍ଦ କରିବାକୁ ମୁଁ ପରାମର୍ଶ ଦେଇଥିଲି। ଆଲ୍‌କହଲ୍‌ ଯଦି ନେଉଥିବେ ବନ୍ଦ କରିବାକୁ କହିଥିଲି। ସେ କିନ୍ତୁ ମାନି ନ ଥିଲେ। ଗୋଟିଏ ଦିନ ରହି ପରଦିନ ଠିକ୍ ଲାଗୁଛି କହି ଚାଲିଯାଇଥିଲେ। ଶେଷ ଥର ଗତ ୧୨ ତାରିଖରେ ସେ ଆସିଥିଲେ। ସେତେବେଳକୁ ତାଙ୍କୁ ଚାରିରୁ ୫ ଦିନ ଜ୍ବର ଲାଗି ରହିଥିଲା। ଔଷଧ ଠିକ୍‌ରେ ଖାଉନଥିଲେ। ପରିସ୍ରାରେ ରକ୍ତ ପଡୁଥିଲା। ସେ ଧଇଁସଇଁ ହେଉଥିଲେ। ଅକ୍ସିଜେନ୍‌ ସାଚ୍ୟୁରେସନ୍‌ ୮୦ରୁ ୮୫ ପ୍ରତିଶତ ଥିଲା। ଯେଉଁଥିରେ ତାଙ୍କୁ ୧୦ ଲିଟରରୁ ୧୫ ଲିଟର ଅକ୍ସିଜେନ୍‌ରେ ରଖିଥିଲୁ। ଯେତେବେଳେ ଏକ୍ସରେ କଲୁ ନିମୋନିଆ ବଢ଼ିଥିବା ଜଣାପଡ଼ିଥିଲା।

ଡାକ୍ତର ସଞ୍ଜୀବ କରଙ୍କ ଚାଞ୍ଚଲ୍ୟକର ବୟାନ
‘ହ୍ୟୁମାନ ସାଗରଙ୍କ ପରିସ୍ରାରେ ରକ୍ତ ପଡ଼ୁଥିଲା’
ବିଭିନ୍ନ ଥାନାରେ ସାମାଜିକ ସଂଗଠନ ପକ୍ଷରୁ ଏତଲା

ପରିସ୍ରା ପରିମାଣ ବି କମିଥିଲା। ରକ୍ତ ପରୀକ୍ଷା ରିପୋର୍ଟ ଅନୁଯାୟୀ ତାଙ୍କର କିଡ୍‌ନି ଯଦିଓ ଦୁର୍ବଳ ଥିଲା, କିନ୍ତୁ ସାଧାରଣ ଥିଲା। କିନ୍ତୁ ଗୋଟିଏ ଦିନ ପରେ ବ୍ଲଡ୍‌ପ୍ରେସର୍‌ ତଳକୁ ଖସିଯିବା ସହ ପରିସ୍ରା ଆଦୌ ହୋଇନଥିଲା। ଏହି ସମୟରେ ତାଙ୍କର ଇକୋ ହୋଇଥିଲା। ସେଥିରେ ତାଙ୍କ ହାର୍ଟ ଦୁର୍ବଳ ହୋଇ ଯାଇଥିବା ଜଣାପଡ଼ିଥିଲା। ଡାକ୍ତରୀ ଭାଷାରେ ଏହାକୁ ‘ଡାଇଲେଟେଡ୍ କାର୍ଡିଓମାୟୋପାଥି’ କୁହାଯାଏ। ଏଭଳି ସମୟରେ ହ୍ୟୁମାନଙ୍କ ହାର୍ଟ, କିଡ୍‌ନି, ଲିଭର୍‌ ଅଚଳ ହୋଇପଡ଼ିବା ସହ ନିମୋନିଆ ସଂକ୍ରମଣ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଆହୁରି ଜଟିଳ କରି ଦେଇଥିଲା। ପୁଅର ସ୍ବାସ୍ଥ୍ୟାବସ୍ଥା ଜାଣିବା ପରେ ତାଙ୍କ ମା’ ଏମ୍‌ସ ନେବାକୁ କହିଥିଲେ। ୧୪ ତାରିଖରେ ତାଙ୍କୁ ଏମ୍‌ସ ରେଫର୍‌ କରାଯାଇଥିଲା। କିନ୍ତୁ ଗଲା ମାସକ ଭିତରେ ତାଙ୍କ ଖାଇବା ପିଇବା ନିୟମିତ ନଥିଲା। ସେ ରାତି ଅନିଦ୍ରା ରହୁଥିଲେ। ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେଉନଥିଲେ। କାମରେ ସବୁବେଳେ ବ୍ୟସ୍ତ ରହୁଥିଲେ। ଏତେ ଦେହ ଖରାପ ସତ୍ତ୍ବେ କାମ କରୁଥିଲେ ବୋଲି ଡାକ୍ତର କର ସୂଚନା ଦେଇଛନ୍ତି। 

ହ୍ୟୁମାନଙ୍କ ମା’‌ ‌ଶେଫାଳି ସୁନା ଲଗାତାର ଭାବେ ଦୁଇ ମ୍ୟାନେଜରଙ୍କ ଉପରେ ଦୋଷ ଦେଇଚାଲିଛନ୍ତି। ତାଙ୍କର ଅଭିଯୋଗ ହେଲା ଯେ ହ୍ୟୁମାନଙ୍କ ଦୁଇ ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରା ହିଁ ହ୍ୟୁମାନଙ୍କର ସବୁ କାର୍ଯ୍ୟକ୍ରମ ଓ ଆର୍ଥିକ କାରବାର ବୁଝୁଥିଲେ। ହ୍ୟୁମାନଙ୍କର ଦେହ ଖରାପ ଥାଇ ବି ତାଙ୍କୁ ପ୍ରୋଗ୍ରାମକୁ ନିଆଯାଉଥିଲା। ଏ ସମ୍ପର୍କରେ ମା’ଙ୍କୁ କିଛି କୁହାଯାଇ ନଥିଲା। ଠିକ୍ ସମୟରେ ଚିକିତ୍ସା କରାଯାଇ ନଥିବାରୁ ପୁଅ ଚାଲିଗଲା ବୋଲି ଶେଫାଳି ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe