ପୀଡ଼ିତାଙ୍କ ଆତ୍ମଦାହ ପଛରେ କିଏ? ସମର୍ଥକ ସବୁ କହୁଛନ୍ତି, ପୋଡ଼ି ହେବା କଥା ପଚାରିଲେ ଚୁପ୍‌

Advertisment

ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମଦାହ ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହି ଘଟଣା ଅପ୍ରତ୍ୟାଶିତ ଭାବେ ଘଟିଲା ନା ଯୋଜନାବଦ୍ଧ ଭାବେ କରାଗଲା, ତାହାକୁ ନେଇ ପ୍ରଶ୍ନ ଉଠୁଛି।

ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମଦାହ ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହି ଘଟଣା ଅପ୍ରତ୍ୟାଶିତ ଭାବେ ଘଟିଲା ନା ଯୋଜନାବଦ୍ଧ ଭାବେ କରାଗଲା, ତାହାକୁ ନେଇ ପ୍ରଶ୍ନ ଉଠୁଛି।

dgdgcvcv

ବାଲେଶ୍ବର: ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମଦାହ ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହି ଘଟଣା ଅପ୍ରତ୍ୟାଶିତ ଭାବେ ଘଟିଲା ନା ଯୋଜନାବଦ୍ଧ ଭାବେ କରାଗଲା, ତାହାକୁ ନେଇ ପ୍ରଶ୍ନ ଉଠୁଛି। ଏହି ଘଟଣା ପଛରେ କାହାର ନା କାହାର ହାତ ରହିଥିବା ସନ୍ଦେହ କରାଯାଉଛି। କଲେଜ ପରିସରରେ ଛାତ୍ରୀ ଜଳିଯିବା ପଛରେ କିଏ? ତାହା ଏବେ ବି ରହସ୍ୟ ହୋଇ ରହିଛି। 

ଯେଉଁମାନେ ସୌମ୍ୟାଶ୍ରୀଙ୍କୁ ଭଲଭାବେ ଜାଣନ୍ତି ସେମାନଙ୍କ କହିବା କଥା, ସୌମ୍ୟାଶ୍ରୀଙ୍କୁ ଜଣେ ସାଧାରଣ ଛାତ୍ରୀ ଭାବେ ଆଦୌ ଗ୍ରହଣ କରାଯାଇ ପାରିବ ନାହିଁ। ସେ  ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ଜଣେ ଛାତ୍ରୀନେତ୍ରୀ ଥିଲେ। ସରକାରଙ୍କ ସ୍ବୀକୃତିପ୍ରାପ୍ତ ଆତ୍ମରକ୍ଷା ତାଲିମ ପ୍ରଶିକ୍ଷକ ମଧ୍ୟ ଥିଲେ। ଫଳରେ, ତାଙ୍କ ସହିତ ଘଟିଥିବା ନିର୍ଯାତନା ନେଇ ସେ ଦୃଢ଼ ମନୋବଳ ସହିତ ପ୍ରତିବାଦ କରି ଆସୁଥିବା ବେଳେ ନିଆଁ ଲଗାଇ ନିଜକୁ ଶେଷ କରିଦେବା ଭଳି ନିଷ୍ପତ୍ତି ନେବା ଆଦୌ ବିଶ୍ବାସଯୋଗ୍ୟ ନୁହେଁ।

ସମର୍ଥକ ସବୁ କହୁଛନ୍ତି, ପୋଡ଼ି ହେବା କଥା ପଚାରିଲେ ଚୁପ୍‌
କାହିଁକି, କିଏ ମୋବାଇଲରେ ରେକର୍ଡ କରୁଥିଲା?
ସୁଚିନ୍ତିତ ଭାବେ ଆତ୍ମାହୁତି ପାଇଁ ପ୍ରସ୍ତୁତି କରାଯାଇଥିଲା କି?

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି; ପୀଡ଼ିତା ଯେଉଁ ସ୍ଥାନରେ ଆତ୍ମାହୁତି ଦେଇଛନ୍ତି, ସେହି ସ୍ଥାନ ସିସି କ୍ୟାମେରା ଅଧୀନରେ ନଥିବା ତଦନ୍ତ ବେଳେ ଜଣାପଡ଼ିଛି। ଏହି ଦୃଷ୍ଟିରୁ ପୀଡ଼ିତାଙ୍କ ଆତ୍ମାହୁତିକୁ ସୁଚିନ୍ତିତ ଭାବେ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି। ମୁଖ୍ୟ ଅଭିଯୁକ୍ତ ସହକାରୀ ପ୍ରଫେସରଙ୍କ ନିର୍ଯାତନା ଘଟଣାଠାରୁ ଆରମ୍ଭ କରି ଘଟଣା ଦିନ ପୀଡ଼ିତା ଓ ଅଧ୍ୟକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ପର୍ଯ୍ୟନ୍ତ, ସବୁଥିରେ ତାଙ୍କ ସମର୍ଥକ ସମ୍ପୃକ୍ତ ହେଉଥିଲେ। ଏ ସମ୍ପର୍କରେ ମଧ୍ୟ ମତ ଦେଇ ଆସୁଥିଲେ। ତେବେ, ନିଆଁ ଲଗାଇବା କଥା ପଚାରିଲେ କିଛି ଜାଣିନଥିବା ଭଳି ଏକପ୍ରକାର ଚୁପ୍‌ ରହୁଛନ୍ତି। ଏପରିକି ତଦନ୍ତ ବେଳେ ଜୈନିକ ବରିଷ୍ଠ ପୁଲିସ ଅଧିକାରୀଙ୍କ ଆଗରେ ମଧ୍ୟ ସୌମ୍ୟାଶ୍ରୀଙ୍କ ସମର୍ଥକ ସମାନ ମନ୍ତବ୍ୟ ଦେଉଥିବା ବିଶ୍ବସ୍ତସୂତ୍ରରୁ ଖବର ମିଳିଛି। ଯାହା ପୀଡ଼ିତାଙ୍କ ଆତ୍ମାହୁତି ଘଟଣାକୁ ରହସ୍ୟ ଘେରକୁ ଟାଣି ନେଉଛି। 

ଛାତ୍ରୀଙ୍କ ଦେହରେ ନିଆଁ ଲାଗିବା ପରେ ସେ ଜୀବନ ବିକଳରେ ଦୌଡ଼ୁଥିବା ଦୃଶ୍ୟ କଲେଜ ସିସି କ୍ୟାମେରାରେ ରେକର୍ଡିଂ ହୋଇଥିବା ବେଳେ ନିଜ ଦେହରେ ନିଆଁ ଲଗାଇବା ସମୟର ଦୃଶ୍ୟ କଲେଜ ସିସି କ୍ୟାମେରାରେ ରେକର୍ଡ ହୋଇନଥିବା ‘ସମ୍ବାଦ’କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ତେଣୁ, ସିସି କ୍ୟାମେରା ଦୃଶ୍ୟ ହେଉନଥିବା ସ୍ଥାନରେ ଏହି ଘଟଣା ଘଟାଇବା ପାଇଁ କେହି ପ୍ରବର୍ତ୍ତାଇଥିଲେ କି? ପୀଡ଼ିତାଙ୍କ ପୋଡ଼ି ହେବା ଦୃଶ୍ୟ ମୋବାଇଲ୍‌ରେ ରେକର୍ଡିଂ କରୁଥିବା ପିଲାଟି କିଏ? ପୀଡ଼ିତା ପୋଡ଼ି ଯାଉଥିବା ବେଳେ ତାଙ୍କ ନିକଟରେ ଉପସ୍ଥିତ ଥିବା ୨ ଛାତ୍ରୀ କିଏ? କାହିଁକି ଏହି ଦୃଶ୍ୟ ରେକର୍ଡ କରାଯାଉଥିଲା ବୋଲି ମଧ୍ୟ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଛାତ୍ର ସଙ୍ଗଠନ ପ୍ରଶ୍ନ ଉଠାଇଛି। ତଦନ୍ତ ପରେ ଏହିସବୁ ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe