ଓଡ଼ିଶାରେ ଭୋଟ ଜଣକୁ ଦିଆଯାଉଛି, କିନ୍ତୁ ସରକାର ଅନ୍ୟ କିଏ ଚଳାଉଛନ୍ତି: ନଡ୍ଡା

Advertisment
ଓଡ଼ିଶାରେ ଭୋଟ ଜଣକୁ ଦିଆଯାଉଛି, କିନ୍ତୁ ସରକାର ଅନ୍ୟ କିଏ ଚଳାଉଛନ୍ତି: ନଡ୍ଡା

ଭୁବନେଶ୍ବର: ଓଡ଼ିଶାର ଶାସନ ଏବେ କିଏ ଚଳାଉଛି? ଭୋଟ ଜଣକୁ ଦିଆଯାଉଛି, କିନ୍ତୁ ସରକାର ଅନ୍ୟ କିଏ ଚଳାଉଛନ୍ତି? ଅଧିକାରୀ ଏଠାରେ ସରକାର ଚଳାଉଛନ୍ତି। ବିଧାୟକ, ସାଂସଦ ହାତ ବାନ୍ଧି ବସିଛନ୍ତି। ଯାହାକୁ ସାଧାରଣ ଲୋକ ଭୋଟ ଦେଇ ନିର୍ବାଚିତ କରିଛନ୍ତି ସେମାନଙ୍କ କଥା ଶୁଣାଯାଉନି। କିନ୍ତୁ ଯାହା କଥା ଶୁଣାଯାଉଛି ସେମାନଙ୍କୁ ଓଡ଼ିଶାବାସୀ ଜାଣିନାହାନ୍ତି। ଏଭଳି ସରକାର ଓଡ଼ିଶାରେ ରହିବାର ଆବଶ୍ୟକତା ନାହିଁ। ମୁଖ୍ୟମନ୍ତ୍ରୀ ଓଡ଼ିଆରେ ଭାଷଣ ଦେଉଛନ୍ତି କି? ଆପଣଙ୍କ କଥା ଶୁଣୁଛନ୍ତି କି? ଯଦି ନାଁ ତେବେ ଏ ସରକାରର ଆବଶ୍ୟକତା କଣ? ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଗୁରୁବାର ଏହା କହିଛନ୍ତି।

ବରଗଡ଼ ଜିଲ୍ଲା ପଦ୍ମପୁରରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଜେପି ନଡ୍ଡା କହିଛନ୍ତି, ଓଡ଼ିଶାବାସୀ ଜଣେ ଯୁବକ ଓ ଓଡ଼ିଆ ଭାଷାରେ କହୁଥିବା ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି। ଯିଏ ପ୍ରତିଦିନ ଲୋକଙ୍କ ସମସ୍ୟାକୁ ବୁଝୁଥିବ। ସେଭଳି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଚାହୁଁଛନ୍ତି ଓଡ଼ିଶାବାସୀ। ଯଦି ଏଭଳି ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି। ତେବେ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରନ୍ତୁ। ଓଡ଼ିଶାର ସଂସ୍କୃତିକୁ ଜାଣୁଥିବା ଏବଂ ଓଡ଼ିଆ ଅସ୍ମିତାକୁ ଚିହ୍ନୁଥିବା ମୁଖ୍ୟମନ୍ତ୍ରୀ ବାଛନ୍ତୁ। ବିଜେଡି ନେତା କୋଟି କୋଟି ଟଙ୍କା ଚଳୁ କରିଛନ୍ତି। ତେଣୁ ଏମାନଙ୍କୁ ଆଉ ବିଶ୍ୱାସ କରନ୍ତୁନି। ସୁଭଦ୍ରା ଯୋଜନାକୁ ଲାଗୁ କରିବାକୁ ହେଲେ ବିଜେପି ସରକାର ଆଣିବାକୁ ହେବ। ରତ୍ନଭଣ୍ଡାର ଚାବି ଚାହୁଁଥିଲେ ପଦ୍ମ ଫୁଲରେ ମୋହର ମାରିବାକୁ ପଡ଼ିବ। ଓଡ଼ିଶାର ଲୋକଙ୍କ ସହ ବହୁତ ଅତ୍ୟାଚାର ହେଲାଣି, କିନ୍ତୁ ଏବେ ଓଡ଼ିଶାବାସୀ ଆଉ ସହିବେନି। ଏଥର ଓଡ଼ିଶାର ବିକାଶ ପାଇଁ ବିଜେପିକୁ ଓଡ଼ିଶାବାସୀ ବାଛିବେ।

ପଦ୍ମପୁରରେ ବିଶାଳ ଜନସଭାରେ ମୋଦୀ ସରକାରର ସଫଳତା ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ନିଜ ଅଭିଭାଷଣରେ ସେ କହିଛନ୍ତି, ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଦେଶରେ ରାଜନୀତିର ପରିଭାଷା ବଦଳିଛି। ୧୦ ବର୍ଷ ପୂର୍ବେ ଜାତି, ଧର୍ମକୁ ନେଇ କିଛି ଦଳ ରାଜନୀତି କରୁଥିଲେ। ତୁଷ୍ଟିକରଣ ରାଜନୀତିରେ ମାତିଥିଲେ। ଭୋଟବ୍ୟାଙ୍କ ରାଜନୀତି କରୁଥିଲେ। କିନ୍ତୁ ମୋଦୀ ନେତୃତ୍ୱରେ ଉତ୍ତରଦାୟୀ ରାଜନୀତି ଆରମ୍ଭ ହୋଇଛି। ଏବେ ବିକଶିତ ଭାରତ ଚାହୁଁଛନ୍ତି ଦେଶବାସୀ।

ନଡ୍ଡା କହିଛନ୍ତି, ମୋଦୀ ସରକାର କୋଟି କୋଟି ଗରିବଙ୍କୁ ପ୍ରତି ମାସ ୫ କିଲୋ ଲେଖାଏଁ ଚାଉଳ ପ୍ରଦାନ କରୁଛନ୍ତି, ଯେଉଁଥିପାଇଁ ୨୫ କୋଟି ଲୋକ ଗରିବୀ ସୀମାରେଖାରୁ ବାହାରକୁ ଆସିଛନ୍ତି। ଆଗାମୀ ୫ ବର୍ଷ ମଧ୍ୟରେ ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ ମୋଦୀ ସରକାର ଲକ୍ଷ୍ୟ ରଖିଛନ୍ତି। ଆଗାମୀ ୫ ବର୍ଷରେ ବିଜୁଳି ବିଲ୍ ମଧ୍ୟ ଶୂନ କରାଯିବ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଏହି ଲାଭ ପାଇବେ ଲୋକେ। ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ବେଳେ ଆୟୁଷ୍ମାନ ଯୋଜନା ଆରମ୍ଭ ହୋଇଥିଲା, ଯେଉଁଥିରେ ଗରିବ ଲୋକଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ମିଳୁଥିଲା। କିନ୍ତୁ ଏହା ନବୀନ ବାବୁଙ୍କୁ ପସନ୍ଦ ଆସିଲାନି। ଆୟୁଷ୍ମାନ ବଦଳରେ ବିଏସକେୱାଇ ଲାଗୁ କଲେ। ଆୟୁଷ୍ମାନ ଲାଗୁ ନ କରିବା କାରଣରୁ ୬୮ ଲକ୍ଷ ଲୋକ ମାଗଣା ଚିକିତ୍ସା ସୁବିଧାରୁ ବଞ୍ଚିତ ହୋଇଛନ୍ତି। ବିଏସକେୱାଇ ଓଡ଼ିଶା ବାହାରେ କାମ କରିବନି କିନ୍ତୁ ବାହାର ରାଜ୍ୟରେ ଆୟୁଷ୍ମାନ ଭାରତ କାର୍ଡ କାମ କରିବ। ୭୦ ବର୍ଷରୁ ବୟସର ଲୋକଙ୍କୁ ମଧ୍ୟ ମାଗଣା ଚିକିତ୍ସା ସୁବିଧା ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe