ସ୍ୱାଧୀନତା ଦିବସରେ କିଏ କେଉଁଠି ମୁଖ୍ୟ ଅତିଥି

ସ୍ବାଧୀନତା ଦିବସରେ ବଡ଼ ସଭା ଆୟୋଜନ ନ କରିବାକୁ କେନ୍ଦ୍ରର ନିର୍ଦେଶ

Kalinga TV

ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ
୧୮ ମନ୍ତ୍ରୀଙ୍କ ସମେତ ୧୪ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ବ

ଭୁବନେଶ୍ୱର : ଆସନ୍ତା ୧୫ ତାରିଖ ସ୍ୱାଧୀନତା ଦିବସରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବେ। ଏହା ସହିତ ବାକି ବିଭିନ୍ନ ଜିଲ୍ଲା ଓ ସଦର ମହକୁମାରେ ପତାକା ଉତ୍ତୋଳନ କରିବାକୁ ୧୮ ଜଣ ମନ୍ତ୍ରୀ, ୨ ଜଣ ଆରଡିସି ଓ ୧୨ ଜଣ ଜିଲ୍ଲାପାଳଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ତାଲିକା ପ୍ରକାଶ ପାଇଛି। ଚଳିତ ବର୍ଷ କରୋନା ମାହାମାରୀ ଯୋଗୁଁ କଡ଼ା କଟକଣା ଭିତରେ ସାରା ଦେଶରେ ସ୍ବାଧୀନତା ଦିବସ ପାଳନ ହେବାକୁ ଯାଉଛି। ଏଥିପାଇଁ ସକାଳ ୯ଟା ପରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ସ୍ଥିର କରାଯାଇଛି। ଯଦି ଅନିବାର୍ଯ୍ୟ କାରଣବଶତଃ ନିର୍ଦ୍ଧାରିତ ସ୍ଥାନରେ ମୁଖ୍ୟଅତିଥି ପହଞ୍ଚି ନ ପାରନ୍ତି ତାହେଲେ, ସେ କ୍ଷେତ୍ରରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ କିମ୍ବା ଏଡିଏମ୍‌ ପତାକା ଉତ୍ତୋଳନ କରିପାରିବେ ବୋଲି ଗୃହ ବିଭାଗ ଜଣାଇଛି।

ମନ୍ତ୍ରୀ/ଆରଡିସି/ଜିଲ୍ଲାପାଳ ଜିଲ୍ଲା/ସ୍ଥାନ
ନବୀନ ପଟ୍ଟନାୟକ, ଭୁବନେଶ୍ବର
ନିରଞ୍ଜନ ପୂଜାରୀ, ପୁରୀ
ବିକ୍ରମ କେଶରୀ ଆରୁଖ, କଟକ
ରଣେନ୍ଦ୍ର ପ୍ରତାପ ସ୍ବାଇଁ, କନ୍ଧମାଳ
ପଦ୍ମନାଭ ବେହେରା, ଗଞ୍ଜାମ
ପ୍ରତାପ ଜେନା, ମାଲକାନଗିରି
ଅରୁଣ କୁମାର ସାହୁ, କେନ୍ଦୁଝର
ସୁଦାମ ମାର୍ଣ୍ଡି, ନୟାଗଡ଼
ସୁଶାନ୍ତ ସିଂହ, ବାଲେଶ୍ବର
ଟୁକୁନି ସାହୁ, ସୁନ୍ଦରଗଡ଼
ଜଗନ୍ନାଥ ସାରକା, ଗଜପତି
ଦିବ୍ୟଶଙ୍କର ମିଶ୍ର, ଖୋର୍ଦ୍ଧା
ଅଶୋକ ଚନ୍ଦ୍ର ପଣ୍ଡା, ଅନୁଗୁଳ
ସମୀର ରଞ୍ଜନ ଦାଶ, ଯାଜପୁର
ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ମୟୂରଭଞ୍ଜ
ପ୍ରେମାନନ୍ଦ ନାୟକ, ରାୟଗଡ଼ା
ରଘୁନନ୍ଦନ ଦାସ, ନବରଙ୍ଗପୁର
ପଦ୍ମିନୀ ଦିଆନ, କଳାହାଣ୍ଡି
ତୁଷାରକାନ୍ତି ବେହେରା, କୋରାପୁଟ
ଆର୍‌ଡିସି, ଦକ୍ଷିଣାଞ୍ଚଳ ଡିଭିଜନ୍, ବ୍ରହ୍ମପୁର
ଆର୍‌ଡିସି, ଉତ୍ତରାଞ୍ଚଳ ଡିଭିଜନ୍, ରାଉରକେଲା
ଜିଲ୍ଲାପାଳ, ଭଦ୍ରକ, ଭଦ୍ରକ
ଜିଲ୍ଲାପାଳ, ବରଗଡ଼, ବରଗଡ଼
ଜିଲ୍ଲାପାଳ, ବୌଦ୍ଧ, ବୌଦ୍ଧ
ଜିଲ୍ଲାପାଳ, ଦେବଗଡ଼, ଦେବଗଡ଼
ଜିଲ୍ଲାପାଳ, ଝାରସୁଗୁଡ଼ା, ଝାରସୁଗୁଡ଼ା
ଜିଲ୍ଲାପାଳ, କେନ୍ଦ୍ରାପଡ଼ା, କେନ୍ଦ୍ରାପଡ଼ା
ଜିଲ୍ଲାପାଳ, ନୂଆପଡ଼ା, ନୂଆପଡ଼ା
ଜିଲ୍ଲାପାଳ, ସୁବର୍ଣ୍ଣପୁର, ସୁବର୍ଣ୍ଣପୁର
ଜିଲ୍ଲାପାଳ, ଢେଙ୍କାନାଳ, ଢେଙ୍କାନାଳ
ଜିଲ୍ଲାପାଳ, ଜଗତସିଂହପୁର, ଜଗତସିଂହପୁର
ଜିଲ୍ଲାପାଳ, ସମ୍ବଲପୁର, ସମ୍ବଲପୁର
ଜିଲ୍ଲାପାଳ, ବଲାଙ୍ଗୀର, ବଲାଙ୍ଗୀର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe