ବିଧାୟକଙ୍କୁ ସ୍ନାନ ବେଦୀକୁ ନେଲା କିଏ?

ବ୍ୟବସ୍ଥାବଳୀକୁ ଉଲ୍ଲଂଘନ କରିଥିବା ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଶ୍ରୀମନ୍ଦିର ପ୍ରଶାସନ

ବିଧାୟକଙ୍କୁ ସ୍ନାନ ବେଦୀକୁ ନେଲା କିଏ?

ପୁରୀ: ଶ୍ରୀଜିଉଙ୍କ ନୀତି ଚାଲିଥିବା ବେଳେ ସ୍ନାନବେଦୀ ଉପରକୁ କେଉଁ ସେବକ ଯାଇପାରିବେ ଓ କିଏ ଯାଇ ପାରିବେ ନାହିଁ ତା’ର ତାଲିକା ପ୍ରସ୍ତୁତ କରିବା ଦାୟିତ୍ବ ପ୍ରତିହାରୀ ସେବକଙ୍କର। ସ୍ନାନ ମଣ୍ଡପର ପ୍ରବେଶ ପଥରେ ପ୍ରତିହାରୀ ସେବକମାନେ ଜଗି ରହି ନୀତି ସଂପୃକ୍ତ ସେବକଙ୍କୁ ଛାଡିବା ଲାଗି ବ୍ୟବସ୍ଥାବଳୀରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଜଳ ଛେକ ଆଣିବା ସମୟରେ ଆଇନଶୃଙ୍ଖଳା ରକ୍ଷା ଦାୟିତ୍ବ ମଧ୍ୟ ପ୍ରତିହାରୀ ସେବକଙ୍କର। ଦଇତାପତି ନିଯୋଗ ଓ ଚାରି ବାଡଗ୍ରାହୀ ମଧ୍ୟ ଶୃଙ୍ଖଳା ଦାୟିତ୍ବରେ ରହିଛନ୍ତି। ତେବେ ଏତେ ସବୁ କଟକଣା ସତ୍ତ୍ବେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଗତକାଲି ଚତୁର୍ଦ୍ଧା ମୂର୍ତ୍ତି ବିଜେ ସମୟରେ ସ୍ନାନ ବେଦୀ ଉପରକୁ ଦୁଇଥର ଯିବା ଓ ମହାପ୍ରଭୁଙ୍କ ସ୍ପର୍ଶ କରିବା ଘଟଣାକୁ ନେଇ ବିବାଦ ଘନେଇଛି। ଏପରିକି ବିଧାୟକ ସନ୍ଧ୍ୟାରେ ପାଇଜାମା ପିନ୍ଧି ସ୍ନାନବେଦୀ ଉପରକୁ ଚଢିଥିଲେ। ‌ତେବେ କେଉଁ ସେବକ ବିଧାୟକଙ୍କୁ ସ୍ନାନବେଦୀ ଉପରକୁ ଯିବାକୁ ସୁଯୋଗ ଦେଲେ ତା’ର ସିସିଟିଭି ଯାଞ୍ଚ କରାଯାଇ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

publive-image

୨୦୧୫ରେ ପହଣ୍ଡି ସମୟରେ ମା ସୁଭଦ୍ରାଙ୍କୁ ଛୁଇଁ ଜଣେ ପୁଲିସ ଅଧିକାରୀ କାର୍ଯ୍ୟରୁ ନିଲମ୍ବିତ ହୋଇଥିଲେ। ଏଭଳି ପରିସ୍ଥିତିରେ ଶ୍ରୀମନ୍ଦିର ପ୍ରଶାସନ ଗତକାଲି ସ୍ନାନଯାତ୍ରା ସମୟରେ ବ୍ୟବସ୍ଥାବଳୀ ଉଲ୍ଲଂଘନ କରିଥିବା ସେବାୟତଙ୍କ ବିରୋଧରେ କି କାର୍ଯ୍ୟାନୁ‌ଷ୍ଠାନ ନେଉଛି ତାକୁ ସମସ୍ତେ ଅପେକ୍ଷା କରିଛନ୍ତି। ଏବେଠୁ ମନ୍ଦିର ପ୍ରଶାସନ ସଜାଗ ନ ରହିଲେ ଓ କାର୍ଯ୍ୟାନୁଷ୍ଠାନ ନ ନେଲେ ରଥଯାତ୍ରା ସମୟରେ ଚରମ ବିଶୃଙ୍ଖଳା ଉପୁଜିବ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe