୨ ଲକ୍ଷ ୮୦ ହଜାର ଚାଷୀଙ୍କ କଥା ବୁଝିବା କିଏ? ନରସିଂହ

Advertisment
ଦୁଇ ମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପିଟିସନ୍ ଦେବି: ନରସିଂହ

Update Odisha

ଭୁବନେଶ୍ବର : ଧାନ କିଣା ସମସ୍ୟାକୁ ବଜେଟ୍‌ ଅଧିବେଶନ ଆରମ୍ଭରୁ ସରଗରମ ରହିଲା। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଚାଷୀଙ୍କର ସମସ୍ତ ଧାନ କିଣା ନେଇ ସରକାର ଥରେ ନୁହେଁ ଦୁଇଥର ଗୃହରେ ଘୋଷଣା କଲେ। କିନ୍ତୁ ଏବେ ସରକାରଙ୍କ ହିସାବ ଅନୁସାରେ ୨ ଲକ୍ଷ ୮୦ ହଜାର ଚାଷୀଙ୍କର ଧାନ ପଡ଼ିରହିଛି। ସରକାରଙ୍କ ଘୋଷଣା ଅନୁଯାୟୀ ଯଦି ସେମାନେ ପ୍ରକୃତ ଚାଷୀ ନୁହଁନ୍ତି ତାହେଲେ ସେମାନଙ୍କ ଭିତରୁ କେତଜଣଙ୍କ ବିରୋଧରେ ଫୌଜଦାରୀ ମାମଲା ଦାୟର ହୋଇଛି। ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଅକଳରେ ପକାଇଥିଲେ। କହିଥିଲେ, ଚଳିତବର୍ଷ ୧୪ ଲକ୍ଷ ୭୨ ହଜାର ଚାଷୀ ଧାନ ବିକ୍ରି କରିବାକୁ ପଞ୍ଜୀକରଣ କରିଛନ୍ତି। ସେଥିରୁ ୧୧ ଲକ୍ଷ ୫୨ ହଜାର ଚାଷୀଙ୍କର ଧାନ କିଣା ହୋଇଛି। ବାକି ଚାଷୀ ଧାନ ବିକ୍ରି କରିବାକୁ ବଞ୍ଚିତ ହୋଇଛନ୍ତି। ଯଦି ୨ ଲକ୍ଷ ୮୦ ହଜାର ଚାଷୀ ପ୍ରକୃତ ଚାଷୀ ତାହେଲେ ଏବେସୁଦ୍ଧା ସେମାନଙ୍କଠାରୁ କାହିଁକି ଧାନ କିଣାଯାଇନାହିଁ।

ଶ୍ରୀ ମିଶ୍ର ଆହୁରି ଦର୍ଶାଇଥିଲେ କି ଓଡ଼ିଶା ଦିବସରେ ମୁଖ୍ୟମନ୍ତ୍ରୀ ୩୪ ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ ନେଇ ଘୋଷଣା କରିଛନ୍ତି। ଏହାସହିତ କହିଛନ୍ତି ସ୍ବାମୀନାଥନ କମିଟି ସୁପାରିସ ଆଧାରରେ ଚାଷୀ ତାର ଉତ୍ପାଦନର ଦେଢ଼ଗୁଣ ପାଇବା ଦରକାର। ଅତୀତରେ ଯେତେବେଳେ ଏହି ବିଧାନସଭାରେ ଧାନର ଏମ୍‌ଏସ୍‌ପି ୨୯୩୦ ଟଙ୍କା କରିବାକୁ ସର୍ବସମ୍ମତି ସଂକଳ୍ପ ପାରିତ ହୋଇଥିଲା ସେତେବେଳେ ଉତ୍ପାଦନ ଖର୍ଚ୍ଚର ୫୦ ପ୍ରତିଶତ ବଦଳରେ ୨୫ ପ୍ରତିଶତ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଅନୁଯାୟୀ ସଂକଳ୍ପ ପାରିତ ହେଲା। ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ତତ୍କାଳୀନ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ ହେଲା। କିନ୍ତୁ ପ୍ରଧାନମନ୍ତ୍ରୀ ସମୟ ଦେଲେନାହିଁ। ଏପରିକି ପ୍ରାପ୍ତିସୂଚକ ପତ୍ରଟିଏ ମଧ୍ୟ ଦେଲେନାହିଁ। କେନ୍ଦ୍ର ସରକାରଙ୍କ ଏପରି କାର୍ଯ୍ୟ ଏ ଗୃହ ପ୍ରତି ଅବମାନନା। କଂଗ୍ରେସ ଦଳ ଏହାକୁ ତୀବ୍ର ନିନ୍ଦା କରୁଛି ବୋଲି ଶ୍ରୀ ମିଶ୍ର କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe