କିଏ ‌ହେବେ ଜିଲ୍ଲା ପରିଷଦ ସଭାପତି: ଦୌଡ଼ରେ ୫, ରାମଚନ୍ଦ୍ରଙ୍କୁ ନେଇ ଚର୍ଚ୍ଚା

Advertisment
ପଦ୍ମପୁର ଉପନିର୍ବାଚନ, ପ୍ରାର୍ଥୀଙ୍କୁ ମିଳିଲା ଦଳୀୟ ଚିହ୍ନ          

Sambad

ବାରିପଦା: ଚଳିତ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜରେ ବିଜେଡି ବିପୁଳ ସଫଳତା ହାସଲ କରି ଜିଲ୍ଲା ପରିଷଦ ଗଠନ କରିବାକୁ ଯାଉଛି। ଆସନ୍ତା ୧୩ ତାରିଖରେ ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ଅଛି। ତେଣୁ ଏହି ଗୁରୁତ୍ବପୂର୍ଣ୍ଣ ପଦରେ ଦଳ କାହାକୁ ବସାଉଛି ତାକୁ ସମସ୍ତେ ଅପେକ୍ଷା କରି ଚାହିଁ ବସିଛନ୍ତି। ତେବେ ମିଳିଥିବା ସୂଚନା ପ୍ରକାରରେ ଦଳ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କୁ ସଭାପତି ପଦରେ ବସାଇବାକୁ ଚିନ୍ତା କରୁଛି। ସ୍ଥାନୀୟ ନେତାମାନେ ସଭାପତି ପଦ ପାଇଁ ୧୦ ଜଣଙ୍କ ନାଁ ଉପରମହଲକୁ ପଠାଇଛନ୍ତି। ସେଥି ମଧ୍ୟରୁ ୫ ଜଣଙ୍କ ନାଁ କଟିଛି।

ବାକି ୫ ଜଣଙ୍କ ନାଁ ଉପରେ ଚାଲିଛି ଆଲୋଚନା। ଏକ ଅସମର୍ଥିତ ସୂତ୍ରରୁ ମିଳିଥିବା ଅନୁଯାୟୀ ଦୌଡ଼ରେ ଥିବା ନେତାମାନେ ହେଲେ ବାଙ୍ଗିରପୋଷି ବ୍ଲକ୍‌ ୨୮ ନମ୍ବର ଜୋନ୍‌ରୁ ବିଜୟୀ ହୋଇଥିବା ରାମଚନ୍ଦ୍ର ମୁର୍ମୁ, ବାରିପଦା ବ୍ଲକ୍‌ ୩୦ ନଂ ଜୋନ୍‌ରୁ ଜିତିଥିବା ନରେନ୍ଦ୍ର ହାସଦା, କପ୍ତିପଦା ୨ ନମ୍ବର ଜୋନ୍‌ର ଶିରୁ ସୋରେନ, ବେତନଟୀ ବ୍ଲକ୍‌ ୩୫ ନମ୍ବର ଜୋନ୍‌ର ବିଶ୍ବନାଥ ହେମ୍ବ୍ରମ ଓ ଶାମାଖୁଣ୍ଟା ବ୍ଲକ୍‌ ୫୦ ନମ୍ବର ଜୋନ୍‌ର ଭାରତୀ ହାଁସଦା। ଯଦି ମହିଳାଙ୍କୁ କଥାକୁ ଦଳ ବିଚାରକୁ ନିଏ ତାହା ହେଲେ ଭାରତୀଙ୍କ ନାଁରେ ମୋହର ଲାଗିପାରେ। ହେଲେ ଦଳର ବହୁ ପୁରୁଖା ନେତା ରାମଚନ୍ଦ୍ର ମୁର୍ମୁଙ୍କ ନାଁ ସବୁଠୁ ଆଗରେ ଥିବା କିଛି ନେତା କହିଛନ୍ତି।

ଦୌଡ଼ରେ ଥିବା ଏମାନଙ୍କ ବାଦ୍ ଆଉ ୨-୩ ଜଣଙ୍କ ନାଁ ବି ଚର୍ଚ୍ଚାରେ ରହିଛି। ତେବେ ଶେଷ ମୁହୂର୍ତ୍ତରେ ଚର୍ଚ୍ଚାରେ ନଥିବା କୌଣସି ନେତାଙ୍କୁ ବି ଅଧ୍ୟକ୍ଷ ଆସନରେ ବସାଇପାରେ। ତେଣୁ କିଏ ହେବ ମୟୂରଭଞ୍ଜ ଜିଲ୍ଲା ପରିଷଦ ସଭାପତି ସେ ନେଇ ଆସନ୍ତା ୧୩ ତାରିଖକୁ ଅପେକ୍ଷା କରିବାକୁ ହେବ ବୋଲି ଜଣେ ‌ଦଳୀୟ ନେତା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe