ବିଜେଡି ସଂଗଠନ ସମ୍ଭାଳି‌ବେ କିଏ? ବ୍ରଜଙ୍କୁ ମିଳିପାରେ ଗୁରୁଦାୟିତ୍ବ

Advertisment

ପରାଜିତ ନେତା ଛାନିଆ

ପରାଜିତ ନେତା ଛାନିଆ

ନିଟ ପ୍ରଶ୍ନପତ୍ର ଲିକ୍ ମାମଲା : ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ ଗଠନ କରାଯିବ, ଦୋଷୀଙ୍କୁ ଛଡ଼ାଯିବ ନାହିଁ : ଧର୍ମେନ୍ଦ୍ର

Hindustan Times

ଅନୁଗୁଳ: ବିଜେଡି-ବିଜେପି ମେଣ୍ଟ ୨୦୦୯ରେ ଭାଙ୍ଗିବା ପରେ ଅନୁଗୁଳ ବିଜେଡିର ଗଡ଼ ହୋଇ ରହିଥିଲା। ହେଲେ ଏଥର ଏହି ଗଡ଼କୁ ଭାଙ୍ଗି ଧସେଇ ପଶିଛି ବିଜେପି। ପ୍ରଥମ ଥର ପାଇଁ ୩ଟି ବିଧାନସଭା ଆସନ ହାତେଇ ବିଜେଡିକୁ ଚକ୍‌ମା ଦେବା ପରେ ବିଜେପି ଶିବିରରେ ଏବେ ଉତ୍ସାହ। ଏପଟେ ବିଜେଡି‌ରେ ଆରମ୍ଭ ହୋଇଛି ମାନସମନ୍ଥନ। ଜିଲ୍ଲାର ଦୁଇ ବିଧାୟକ ଓ ଜଣେ ବିଧାୟକଙ୍କ ପତ୍ନୀ ହାରିବା ପରେ ଜିଲ୍ଲାରେ ଦଳର କିଏ ନେତୃତ୍ବ ନେବ, ତା’କୁ ନେଇ ଘଣ୍ଟାଚକଟା ଚାଲିଛି। ୨୦୦୯ ପରେ ଅନୁଗୁଳରେ ବିଜେପି ବିଜୟର ସ୍ବାଦ ଚାଖି ନ ଥିଲା। ଏପଟେ ସେହିବର୍ଷ ବିଜେଡି ୪ଟି ଆସନ ଜିତିଥିଲା ବେଳେ ବ୍ରଜକିଶୋର ପ୍ରଧାନ ସ୍ବାଧୀନ ଭାବେ ଜିତିଥିଲେ। ପରେ ସେ ବିଜେଡିକୁ ସମର୍ଥନ ଜଣାଇଥି‌ଲେ। ୨୦୧୪ ଓ ୨୦୧୯ରେ ବିଜେଡି ସମସ୍ତ ୫ଟି ଯାକ ଆସନରେ ବିଜୟୀ ହୋଇଥିଲା। ବିଧାୟକମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଦଳର ସଂଗଠନ ଦାୟିତ୍ବରେ ରହିଥିଲେ। ଏପଟେ ଜିଲ୍ଲା ସଂଗଠନ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କ ପାଖରେ ରହୁଥିଲା। ସେ ଦୀର୍ଘଦିନ ଧରି ଅନୁଗୁଳ ଜିଲ୍ଲା ସଭାପତି ଭାବେ କାମ କରିଥିଲେ। ଉପବାଚସ୍ପତି ପରି ସାମ୍ବିଧାନିକ ପଦବି ଗ୍ରହଣ କରିବା ପରେ ତାଙ୍କ ବିଶ୍ବସ୍ତ ମହେନ୍ଦ୍ର ବସ୍ତିଆଙ୍କୁ ସଭାପତି କରାଇଥିଲେ। ହେଲେ ଏଥର ରଜନୀକାନ୍ତ ସିଂହଙ୍କୁ ଦଳ ଟିକେଟ ଦେଇନଥିଲା। ତାଙ୍କ ପତ୍ନୀଙ୍କୁ ବିଜେଡି ପ୍ରାର୍ଥୀ କରାଇଥିଲା ବେଳେ ସେ ପରାସ୍ତ ହୋଇଛନ୍ତି। ଏଭଳି ସ୍ଥିତିରେ ଦଳର ଜିଲ୍ଲା ସଂଗଠନ କାହା ହାତରେ ରହିବ ତା’କୁ ନେଇ ସ୍ବାଭାବିକ ଭାବେ ଚର୍ଚ୍ଚା ଆରମ୍ଭ ହୋଇଛି।

ଅନୁଗୁଳ ଜିଲ୍ଲାରେ ବିଜେଡିରୁ ୨ ଜଣ ବିଧାୟକ ଜିତିଛନ୍ତି। ଏଥିରୁ ବ୍ରଜକିଶୋର ପ୍ରଧାନ ଲଗାତାର ଭାବେ ୪ ଥର ଜିତିଥିଲା ବେଳେ ନଳିନୀ ପ୍ରଧାନ ଏଥର ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି। ଏଣୁ ସ୍ବାଭାବିକ ଭାବେ ଜିଲ୍ଲାରେ ବ୍ରଜ କମାଣ ସମ୍ଭାଳିବେ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି। ରଜନୀକାନ୍ତଙ୍କ ରାଜନୈତିକ କ୍ୟାରିୟର ଆଉ ଆଗକୁ ବଢ଼ିବା ସମ୍ଭାବନା କମ୍‌ ଥିବାରୁ ଏଥର ବ୍ରଜଙ୍କ ନେତୃତ୍ବରେ ଦଳ ସଂଗଠନ କରିବା ପାଇଁ ମନସ୍ଥ କରିଥିବା ଦଳ ଭିତରୁ ସୂଚନା ମିଳିଛି। ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଖୁବ୍‌ଶୀଘ୍ର ଜିଲ୍ଲାର ବିଜେଡି ସଂଗଠନ ସମ୍ଭାଳିବାକୁ ବ୍ରଜକିଶୋର ପ୍ରଧାନଙ୍କୁ ଦାୟିତ୍ବ ମିଳିବ। ଏଥିନେଇ ପ୍ରାଥମିକ ପର୍ଯ୍ୟାୟରେ ଆଲୋଚନା ସରିଛି। କିଛି ଦିନ ଭିତରେ ଏଥିନେଇ କେବଳ ଔପଚାରିକ ଘୋଷଣା ହେବ ବୋଲି ଜଣାପଡ଼ିଛି। ଦଳର ସଂଗଠନ ପାଇଁ ତାଳଚେର ଓ ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ସେମିତି କୌଣସି ସମସ୍ୟା ନ ଥିଲାବେଳେ ଅନ୍ୟ ୩ଟି ଆସନରେ କାହା ହାତରେ ଦଳର ସଂଗଠନ ରହିବ, ତାହା ବି ବଡ଼ ପ୍ରଶ୍ନ ପାଲଟିଛି। ପରାସ୍ତ ହୋଇଥିବା ନେତାଙ୍କ ଉପରେ ଦଳ ପୁଣି ଭରସା କରିବ, ନା’ ନୂଆ ଚେହେରା ଖୋଜିବ ତା’କୁ ଅପେକ୍ଷା ରହିଛି। ତେବେ ଜିଲ୍ଲାସ୍ତରରେ ପରାଜୟର କୌଣସି ଉଚ୍ଚସ୍ତରୀୟ ସମୀକ୍ଷା ହୋଇନଥିବାରୁ ଏଥିନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। ନବୀନ ନିବାସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୟୀ ଓ ପରାଜିତ ପ୍ରାର୍ଥୀଙ୍କ ସହ ଆଲୋଚନା କରି ଲୋକଙ୍କ ସହ କାମ କରିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ପରାଜିତ ନେତାଙ୍କ ମନରେ ଛନକା ପଶିଛି। ସେମାନଙ୍କୁ ଦଳ କେଉଁ ଦାୟିତ୍ବ ଦେଉଛି, କର୍ମୀ ମହଲରେ ସେମାନଙ୍କୁ ଗୁରୁତ୍ବ ମିଳୁଛି କି ନାହିଁ ଓ ବିରୋଧୀ ଦଳର ଭୂମିକା କେମିତି ତୁଲାଇବେ ତା’କୁ ନେଇ ଦ୍ବନ୍ଦ୍ବ‌ରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe