ଚାରୁ ଓ କାରୁକଳା କଳା ମହାବିଦ୍ୟାଳୟ ସ୍ଥାପନ ପାଇଁ ବାଧକ କିଏ ?

Advertisment
ଚାରୁ ଓ କାରୁକଳା କଳା ମହାବିଦ୍ୟାଳୟ ସ୍ଥାପନ ପାଇଁ ବାଧକ କିଏ ?

ଜୟପୁର: ୭୭ ବର୍ଷ ତଳର ଶ୍ରୀବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ, ଓ ସଂସ୍କୃତି ବିଭାଗ କଳା (ଡିଗ୍ରୀ)ମହାବିଦ୍ୟାଳୟ ଭାବେ ନୂଆ ସ୍ବୀକୃତି ପ୍ରଦାନ କରିଛି। ଶ୍ରୀବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବ ୨ବର୍ଷ ପରେ ବି ଆରମ୍ଭ ହୋଇ ପାରିନି। ଅନ୍ୟ ପକ୍ଷରେ ଚାରୁ କାରୁକଳା ସ୍ନାତକ ମହାବିଦ୍ୟାଳୟ ବି ଆରମ୍ଭ ହୋଇ ପାରିନି। ତେବେ ତାହା ଦେଢ଼ ବର୍ଷ ପରେ ବି ଜୟପୁରରେ ଆରମ୍ଭ ହୋଇ ପାରିନି। ଏଥି ପାଇଁ ବାଧକ କିଏ ତାହାକୁ ନେଇ ବରିଷ୍ଠ ଚିତ୍ରକର ମାନେ ପ୍ରଶ୍ନ ଉଠାଇଛନ୍ତି।

ରାଜଶ୍ରୀ ବିକ୍ରମ ଦେବଙ୍କ ଦ୍ବାରା ୧୯୪୬ମସିହାରୁ ଏହି କଳା ଧନ୍ଦାମୂଳକ ବିଦ୍ୟାଳୟ ଆରମ୍ଭ କରିଥିଲେ। ଗତ ଦେଢ଼ ବର୍ଷ ତଳେ ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ, ଓ ସଂସ୍କୃତି ବିଭାଗ ୭୬ ବର୍ଷ ତଳର ଶ୍ରୀବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟକୁ ପରିବର୍ତ୍ତିତ କରି କଳା (ଡିଗ୍ରୀ)ମହାବିଦ୍ୟାଳୟ ଭାବେ ନୂଆ ସ୍ବୀକୃତି ଦେଇଥିଲେ। ଏତେ ବର୍ଷ ପରେ ଏତେ ବଡ଼ ନିଷ୍ପତ୍ତି ନିଶ୍ଚିତ ରୁପେ ଅଂଚଳବାସୀଙ୍କ ପାଇଁ ଆର୍ଶିବାଦ ସଦୃଶ୍ୟ। ତେ୍ବେ ପ୍ରଶାସନିକ ଅବହେଳା କାରଣରୁ ଏଯାଏଁ ଏହା ହୋଇପାରିନି। ଏହି ମହାବିଦ୍ୟାଳୟ ସ୍ଥାପନ ପାଇଁ ଆବଶ୍ୟକ ପଡ଼ୁଥିବା ୫ଏକର ଜମିଦେବାକୁ ଓଡିଆ ଭାଷା, ସାହିତ୍ୟ, ଓ ସଂସ୍କୃତି ବିଭାଗ ଜିଲ୍ଲାପାଳଙ୍କୁ ଚିଠି କରି ଅନୁରୋଧ କରିଥିଲେ। ତତ୍କାଳୀନ ଜିଲ୍ଲାପାଳ ତୁରନ୍ତ ଜମି ଚିହ୍ନଟ କରି ବିଦ୍ୟାଳୟକୁ ହସ୍ତାନ୍ତର କରିବାକୁ ଜୟପୁର ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ। ଏହା ପରେ ଜୟପୁର ତହସିଲ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ସାଗର ପାର୍ଶ୍ବରେ ଥିବା ରାଜସ୍ବ ବିଭାଗର ଜମିରେ ଏହି କଳା ମହାବିଦ୍ୟାଳୟ ସ୍ଥାପନ ପାଇଁ ଜମିକୁ ତତ୍କାଳୀନ ତହସିଲଦାର ଚିହ୍ନଟ ବି କରିଥିଲେ।

ଏହା ପରେ ଏହା ଲଟକି ରହିଛି। ତହସିଲ ପ୍ରଶାସନ ଜମି ଚିହ୍ନଟ କରିସାରିଥିବା ବେଳେ ଜମି ନେଇ ଏଠାରେ କଳା ମହାବିଦ୍ୟାଳୟ ସ୍ଥାପନ ପାଇଁ ଯେଭଳି କଳା ବିଦ୍ୟାଳୟ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା କଥା ସେଥିକି ପାଇ ପାରିନାହିଁ ବୋଲି ପୂର୍ବତନ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ କହିଛନ୍ତି। ଜୟପୁରରେ କିଭଳି ଏହି କଳା ବିଦ୍ୟାଳୟ ସ୍ଥାପନ ହୋଇ ପାରିବ ନାହିଁ ସେ ନେଇ ଷଡଯନ୍ତ୍ର କରାଯାଉଛି ବୋଲି ଅଭିଯୋଗ ଉଠିଛି। ରାଜ୍ୟରେ କେବଳ ଖଲ୍ଲିକୋଟ ଓ ବାଲେଶ୍ବରରେ ହିଁ କଳା ମହାବିଦ୍ୟାଳୟ ରହିଛି। ବହୁ ଗରିବ, ପଛୁଆ ପିଲା ମାନେ ୭୦୦କିଲୋମିଟ ଦୁରକୁ ଯାଇ କଳା ସ୍ନାତକ ପଢ଼ି ପାରୁ ନାହାନ୍ତି। ଅଭିବକ୍ତ କୋରାପୁଟ ଜିଲ୍ଲାର ପିଲାଙ୍କ ପାଇଁ ଏହି କଳା ମହାବିଦ୍ୟାଳୟ ଆରମ୍ଭ ହେଲେ ଉତ୍ତମ ଭବିଷ୍ୟତ ଗଠନ ପାଇଁ ଭଲ ସୁଯୋଗ ମିଳିବା ସହ ଖର୍ଚ୍ଚାନ୍ତରୁ ବଂଚିତ ହେବେ ବୋଲି ପୂର୍ବତନ ଛାତ୍ରଛାତ୍ରୀ ମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe