ନିମାପଡ଼ାରେ ବିଜେପି ମଙ୍ଗ ଧରିବ କିଏ?

ମଞ୍ଚ ବନ୍ଧା ହେଲାଣି, ନେତା ବଛା ହୋଇନାହାନ୍ତି: ଜନତା ମଇଦାନରେ ଶପଥ ‌ନେବେ ମୁଖ୍ୟମନ୍ତ୍ରୀ

The Hans India

ନିମାପଡ଼ା: ଆଗାମୀ ବିଧାନସଭା ନିର୍ବାଚନରେ ସରକାରୀ ଓ ବିରୋଧୀ ଦଳ ମଧ୍ୟରେ ମେଣ୍ଟ ହେବନାହିଁ ବୋଲି ଉଭୟ ଦଳର ନେତାମାନେ କହି ସାରିଛନ୍ତି। ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଜେପି ପ୍ରତି ଲୋକମାନଙ୍କ ସମର୍ଥନ ବଢ଼ୁଥିଲେ ମଧ୍ୟ ନିମାପଡ଼ା ବିଜେପିର ମଙ୍ଗ କିଏ ଧରିବ ସେ ନେଇ କଳ୍ପନାଜଳ୍ପନା ଲାଗିରହିଛି। ସ୍ଥାନ ସଂରକ୍ଷଣ ଉଠିବା ପରେ ନିମାପଡ଼ା ବିଜେଡିର ଅଭେଦ୍ୟ ଦୁର୍ଗ ଭାବେ ୧୫ ବର୍ଷ ଧରି ସ୍ଥାନୀୟ ବିଧାୟକ ଶାସନ କ୍ଷମତାରେ ରହିଛନ୍ତି। ବିଜେପି ଦଳର ଉଭୟ ନେତା ପ୍ରଭାତୀ ପରିଡ଼ା ଓ ଦିଲୀପ ନାୟକଙ୍କ ଗୋଷ୍ଠୀ ଅଲଗା ଅଲଗା। ଏଣୁ ନିମାପଡ଼ା ବିଜେପି ଫାଟି ଦୁଇଗଡ଼ ହୋଇଛି। ଏମିତିରେ ବି ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଜେପିର ଆଗଧାଡ଼ିର ନେତ୍ରୀ ପ୍ରଭାତୀ ପରିଡ଼ା ଥରେ ସ୍ବାଧୀନ ଓ ଦୁଇଥର ବିଜେପିରୁ ଲଢ଼ି ପରାଜିତ ହୋଇଛନ୍ତି। ନିମାପଡ଼ା ନିର୍ବାଚନମଣ୍ଡଳୀର ୪୬ଟି ପଞ୍ଚାୟତ ଓ ଏନ୍‌ଏସିରେ ବିଜେପିର ୫୫ହଜାରରୁ ଅଧିକ ମୂଳ ଭୋଟ୍‌ ରହିଛି। ଗତ ନିର୍ବାଚନରେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିବା ଦିଲୀପ କୁମାର ନାୟକ କିଛି ବର୍ଷ ହେବ ବିଜେପି ଦଳରେ ଯୋଗଦେଇ ପ୍ରାର୍ଥୀ ହେବାକୁ ଚେଷ୍ଟା ଚଳାଇଛନ୍ତି। ଦିଲୀପ ନାୟକ କଂଗ୍ରେସରୁ ପ୍ରାର୍ଥୀ ହୋଇ ୩୦ହଜାର ପାଖାପାଖି ଭୋଟ ପାଇଥିଲେ। ନବାଗତ ଭାବେ ଦଳକୁ ଆସି ଦଳୀୟ କାର୍ଯ୍ୟକ୍ରମରେ ପୂର୍ଣ୍ଣମାତ୍ରାରେ ସାମିଲ୍‌ ହୋଇପାରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe