କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତକୁ ବିଜେପି ନେତାଙ୍କ ଭୟ କାହିଁକି: ବିଜେଡି

Advertisment
ଛତିଶଗଡ଼ ଦାୟିତ୍ୱରେ ଥାଇ ବ୍ୟାରେଜକୁ ବିରୋଧ କରି ନଥିଲେ କେନ୍ଦ୍ରମନ୍ତ୍ରୀ

Sahasa Sahasa

ଭୁବନେଶ୍ୱର : ସ୍ୱର୍ଗତ ନବ କିଶୋର ଦାସ ମହାମାରୀ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ, ଯେଉଁଥିପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପ୍ରଶଂସିତ ହୋଇଥିଲା। ବିଜେପି ନା ତାଙ୍କ ଅବଦାନକୁ କେବେ ସ୍ୱୀକାର କରିଛି ନା କେବେ ଭଲ କଥା କହିଛି? ଏହା କ’ଣ ବିଜେପିର ରାଜନୈତିକ ରାଜନୈତିକ ସଂସ୍କୃତି ? ସଫଳତାକୁ ପ୍ରଶଂସା କରିବାକୁ ପଛଘୁଞ୍ଚା ଦେଉଥିବା ବିଜେପି ଏବେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଏତେ ଡରୁଛି କାହିଁକି ବୋଲି ପ୍ରଶ୍ନ କରିଛି ବିଜେଡି।

ରାଜନୀତି ପାଇଁ ସୌଜନ୍ୟ ଭୁଲି ଯାଉଛି ବିଜେପି
ନ୍ୟାୟପାଳିକା ପ୍ରତି ବିଜେପିର ସମ୍ମାନ ରହିବା ଉଚିତ

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଅତ୍ୟଧିକ ନିରାଶ ଓ ହତାଶ ହୋଇ ଗଣମାଧ୍ୟମରେ ଏଭଳି ଦାୟିତ୍ୱହୀନ ଓ ନିରାଧାର ବିବୃତି ଦେଉଛନ୍ତି। ଯେହେତୁ ସେ ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର୍‌ ଭାବରେ ଜିତିପାରି ନଥିଲେ, ତେଣୁ ସେ ନିରାଶ ହୋଇପଡିଥିଲେ ଏବଂ ତାଙ୍କୁ ଏପରି ମିଥ୍ୟା, ନିରାଧାର ତଥା ଦାୟିତ୍ୱହୀନ ବିବୃତି ଦେଇ ନିଜର ରାଜନୈତିକ ସ୍ଥିତି ପ୍ରମାଣ କରିବାକୁ ପଡୁଛି। କ୍ରାଇମବ୍ରାଞ୍ଚ ଏହି ଘଟଣାର ଅନୁସନ୍ଧାନ କରୁଛି ଏବଂ ଏହାକୁ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ଅବସରପ୍ରାପ୍ତ ବିଚାରପତି ଅନୁଧ୍ୟାନ କରିବେ। ଯେତେବେଳେ ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ଅବସରପ୍ରାପ୍ତ ବିଚାରପତି ଏହି ଘଟଣାର ସିଧାସଳଖ ତଦାରଖ କରୁଛନ୍ତି, ସେତେବେଳେ ନ୍ୟାୟପାଳିକା ପ୍ରତି ବିଜେପିର କିଛି ସମ୍ମାନ ରହିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe