ନିର୍ବାଚନ ସମୟରେ କାହିଁକି ହେଉଛି ଆତଙ୍କବାଦୀ ଆକ୍ରମଣ: ଭକ୍ତ ଦାସଙ୍କ ପ୍ରଶ୍ନ

ପହଲଗାମ ଆକ୍ରମଣ ଘଟଣାକୁ ନେଇ ପିସିସି ସଭାପତି ଭକ୍ତଚରଣ ଦାସ ସରକାରଙ୍କୁ ଘେରିବା ସହିତ ପ୍ରଶ୍ନ ଉଠାଇଛନ୍ତି। ଭାରତ ମାଟିରେ ଆତଙ୍କବାଦୀଙ୍କ ହିନ୍ଦୁ ଶବ୍ଦ ବ୍ୟବହାର କରିବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି....

Why are there terrorist attacks during elections: Bhakta Das' question

Why are there terrorist attacks during elections: Bhakta Das' question Photograph: (sambad.in)

ଭୁବନେଶ୍ବର: ପହଲଗାମ ଆକ୍ରମଣ ଘଟଣାକୁ ନେଇ  ପିସିସି ସଭାପତି ଭକ୍ତଚରଣ ଦାସ ସରକାରଙ୍କୁ ଘେରିବା ସହିତ ପ୍ରଶ୍ନ ଉଠାଇଛନ୍ତି।  ଭାରତ ମାଟିରେ ଆତଙ୍କବାଦୀଙ୍କ ହିନ୍ଦୁ ଶବ୍ଦ ବ୍ୟବହାର କରିବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେ ପ୍ରଶ୍ନ କରିଛନ୍ତି ଆତଙ୍କବାଦୀ କାହିଁକି ହିନ୍ଦୁ ଶବ୍ଦ ବ୍ୟବହାର କଲେ ? କିଏ ଆତଙ୍କବାଦୀଙ୍କ ମୁହଁରେ ହିନ୍ଦୁ ଶବ୍ଦ କୁହାଇଲା ? ସେ ବ୍ୟକ୍ତି ଜଣକ କିଏ ବୋଲି ସେ  ପ୍ରଶ୍ନ କରିଛନ୍ତି ।

ହିନ୍ଦୁ ଶବ୍ଦ ତାଙ୍କ ପାଟିରେ କୁହାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଆଗକୁ ଦୁଇଟି ରାଜ୍ୟରେ ନିର୍ବାଚନ ଅଛି । ନିର୍ବାଚନ ସମୟରେ ଆତଙ୍କବାଦୀ ଆକ୍ରମଣ କାହିଁକି ହେଉଛି ? କେନ୍ଦ୍ର ସରକାର କ’ଣ ନାଟକ କରୁଛନ୍ତି କି ? ବିଜେପି ସରକାରଙ୍କ ସମୟରେ ଅନେକ ଘଟଣା ଘଟିଛି ।

ପାର୍ଲାମେଣ୍ଟ ଆକ୍ରମଣ, ପୁଲଓ୍ବାମା ଘଟଣା କାହା ସମୟରେ ହୋଇଥିଲା ? କଂଗ୍ରେସ ସମୟରେ କ’ଣ ହୋଇଛି ? ଇନ୍ଦିରା ଗାନ୍ଧୀଙ୍କ ସମୟରେ ପୂରା ପାକିସ୍ଥାନ ଘେରାଉ ହୋଇଥିଲା । ଜମ୍ମୁ-କଶ୍ମୀର ନିର୍ବାଚନ ପରେ ସରକାର କାହିଁକି ଫୋର୍ସକୁ ସମ୍ପୂର୍ଣ୍ଣ ଫେରାଇ ଆଣିଲେ ? ନେତା ଗଲା ବେଳକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମିଳୁଛି, ହେଲେ ଦୁଇ ହଜାର ଭାରତୀୟ ଲୋକଙ୍କ ଜୀବନର କିଛି ବି ମୂଲ୍ୟ ନାହିଁ ବୋଲି ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ପାକିସ୍ତାନ ଓ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଏଇଟାକୁ ହିନ୍ଦୁ ମୁସଲିମ ନ କରି ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର । ପୁଲଓ୍ବାମା ଘଟଣାରେ ଯବାନଙ୍କୁ ବଞ୍ଚାଇ ପାରିଲେ ନାହିଁ । ଆଉ ଆଜି ଲୋକଙ୍କୁ ବଞ୍ଚାଇ ପାରିଲେ ନାହିଁ । ନେହରୁଙ୍କୁ ଦୋଷ ଦେଲେ କ’ଣ ହେବ ? ଖାଲି ବାହାଦୁରୀ ମାରିଲେ ଚଳିବନି । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ କାହିଁକି ପ୍ରଧାନମନ୍ତ୍ରୀ ଯାଇଥିଲେ ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି ।

ଅଧିକ ପଢ଼ନ୍ତୁ: ପଞ୍ଚାୟତସ୍ତରରେ ବାଂଲାଦେଶୀ-ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି: ମନ୍ତ୍ରୀ

ଲୋକଙ୍କ ଜୀବନ ସହିତ ଖେଳି ରାଜନୀତି କରିବା ବନ୍ଦ କରାଯାଉ । ହିନ୍ଦୁ ବୋଲି ପଚାରି କି ଗୁଳି ମାରିଥିଲେ। ମାତ୍ର କିଭଳି ଜଣେ ମୁସଲମାନଙ୍କ ମୃତ୍ୟୁ ଘଟିଲା? ଆତଙ୍କବାଦୀଙ୍କର କୌଣସି ଜାତି ନଥାଏ।  ହିନ୍ଦୁ ମୁସଲିମ କଥା କହି ଏଭଳି ସ୍ଥିତିରେ ଲୋକଙ୍କୁ ବିଭ୍ରାନ୍ତ କରିବାର ସମୟ ନୁହେଁ । ଦେଶ ପାଇଁ ଛିଡା ହେବାର ସମୟ ଆସିଛି । ଏକଜୁଟ ହେବାର ସମୟ ଆସିଛି। 

ତ୍ରୁଟି ହୋଇଛି, ପୁଲଓ୍ବାମା ପରେ ଦେଶରେ ଚର୍ଚ୍ଚା ହୋଇଥିଲା, ଦେଶବାସୀ ଜାଗି ଉଠିଥିଲେ । ନିର୍ବାଚନରେ ସବୁ ଫାଇଦା ବିଜେପି ନେଇଗଲା । ଆତଙ୍କବାଦୀଙ୍କୁ ମାରିବା ପାଇଁ ଆଜି ସବୁ ପାର୍ଟି ସରକାରଙ୍କ ସହିତ ଅଛନ୍ତି ।

ଅଧିକ ପଢ଼ନ୍ତୁ: ପଞ୍ଜାବ କିଙ୍ଗସ ଜିତିବ ନାହିଁ କହୁଥିବା ଲୋକଙ୍କୁ ସଫାସଫା ଶୁଣାଇଦେଲେ ପ୍ରୀତି

Bhakta Charan Das | congress | BJP 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe