ପୁଣି ବାବୁସାନଙ୍କୁ ନେଇ ବଢ଼ିଲା ସସପେନ୍ସ: କାହିଁକି ଭୁବନେଶ୍ବର ଫେରିଲେନି

Advertisment
ପୁଣି ବାବୁସାନଙ୍କୁ ନେଇ ବଢ଼ିଲା ସସପେନ୍ସ: କାହିଁକି ଭୁବନେଶ୍ବର ଫେରିଲେନି

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ଅଭିନେତା ବାବୁସାନ୍ ଭୁବନେଶ୍ବରକୁ ଆସୁଥିବା ନେଇ ଚର୍ଚ୍ଚା ହୋଇଥିଲା। ଇଣ୍ଡିଗୋ ବିମାନରେ ସେ ଚେନ୍ନାଇରୁ ଭୁବନେଶ୍ୱରରେ ପହଞ୍ଚିବେ ବୋଲି ଆଶା କରାଯାଉଥିଲା। ହେଲେ ବିମାନଟି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା। ସେଥିରୁ ଯାତ୍ରୀମାନେ ବାହାରକୁ ଆସିଥିଲେ ମଧ୍ୟ ବାବୁସାନଙ୍କୁ ବିମାନରୁ ଓହ୍ଲାଇବାର କେହି ଦେଖିବାକୁ ପାଇଲେନି। ଏଣେ ଓହ୍ଲାଇଥିବା କିଛି ଯାତ୍ରୀ ବାବୁସାନଙ୍କୁ କେବଳ ଚେନ୍ନାଇରେ ଦେଖିଥିବା କହିଥିଲେ। ଚେନ୍ନାଇ ବିମାନ ବନ୍ଦରର ସ୍ମୋକିଂ ଜୋନରେ ଦେଖିଥିବା କଥା ବି ଜଣେ ଯାତ୍ରୀ କହିଥିଲେ।

publive-image
ଏବେ ପୁଣି ବାବୁସାନଙ୍କୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି। ଯଦି ସେ ଓଡ଼ିଶା ଫେରି ନାହାନ୍ତି, ତେବେ ଗଲେ କୁଆଡ଼େ? ‌ଓଲିଉଡର ଏହି ଆଗଧାଡ଼ିର ନାୟକ କାହିଁକି ଏପରି କରୁଛନ୍ତି, ତାହା ବୁଝାପଡ଼ୁନାହିଁ। କାହିଁକି ସେ ତାଙ୍କ ମାଆ ଏବଂ ଫ୍ୟାନମାନଙ୍କର ନିବେଦନ ରକ୍ଷା କରି ଭୁବନେଶ୍ବର ଫେରୁନାହାନ୍ତି, ତାହା ଅନେକଙ୍କୁ ବିସ୍ମିତ କରିଛି। ଏଣେ ପୁଲିସ ପକ୍ଷରୁ ବି ତାଙ୍କୁ ଥାନାରେ ପହଞ୍ଚି ନିଜର ପକ୍ଷ ରଖିବାକୁ  କୁହାଯାଇଛି।
ସୂଚନାଯୋଗ୍ୟ, ଗତକାଲି ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖାଯାଉଛି ଯେ, ବାବୁସାନ୍ ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦର ଲାଉଞ୍ଚରେ ଛିଡ଼ା ହୋଇଛନ୍ତି। ଭିଡିଓରେ ଅଭିନେତା ରବି ମିଶ୍ର ତାଙ୍କ ପାଖରେ ଥିବା ଦେଖାଯାଉଛି। ସେ ବିମାନବନ୍ଦରରେ ୨ ଜଣ ଯୁବକଙ୍କ ସହିତ କଥା ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। କୁହାଯାଉଥିଲା ଯେ, ବାବୁସାନ ରାତି ପ୍ରାୟ ସାଢ଼େ ୧୦ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe