କ’ଣ ପାଇଁ ରୁଚିସ୍ମିତା ଆତ୍ମହତ୍ୟା କଲେ?

Advertisment

ଚକ୍ଷୁଦାନ କଲେ ପରିବାର ଲୋକେ

ଚକ୍ଷୁଦାନ କଲେ ପରିବାର ଲୋକେ

କ’ଣ ପାଇଁ ରୁଚିସ୍ମିତା ଆତ୍ମହତ୍ୟା କଲେ?

ବଲାଙ୍ଗୀର : ବଲାଙ୍ଗୀର ସହରର ଆଲବମ ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ରୁଚିସ୍ମିତା ଗୁରୁଙ୍କ ଆତ୍ମହତ୍ୟା ରହସ୍ୟ ବଢ଼ିବାରେ ଲାଗିଛି। ଅନ୍ୟପଟେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ରୁଚିସ୍ମିତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପରିବାର ଲୋକଙ୍କ ସହମତିରେ ମୃତ ଅଭିନେତ୍ରୀଙ୍କ ଚକ୍ଷୁଦାନ କରାଯାଇଛି।

ଏହି ଘଟଣାର ତଦନ୍ତ ଜାରି ରଖିଛି ଟାଉନ ଥାନା ପୁଲିସ। ରୁଚିସ୍ମିତାଙ୍କ ମା’ କହିଛନ୍ତି ଗତକାଲି ଆଳୁପରଠା ତିଆରିକୁ ନେଇ ଝିଅ ସହିତ ବଚସା ହୋଇଥିଲା। ସେଥିପାଇଁ ସେ ଆତ୍ମହତ୍ୟା କରିଛି। ଅନ୍ୟପକ୍ଷରେ ବାପା କହିଛନ୍ତି ଝିଅ ଡିପ୍ରେସନରେ ରହୁଥିଲା। ସେଥିପାଇଁ କିଛି ବର୍ଷ ଆଗରୁ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଔଷଧ ସେବନ କରୁଥିଲା। କିନ୍ତୁ ଡିପ୍ରେସନର ପ୍ରକୃତ କାରଣ କହିପାରୁନାହାନ୍ତି ବାପା। ଏମିତି ଏକ ଦୁଃଖଦ ଘଟଣା ରୁଚିସ୍ମିତାଙ୍କ ପରିବାରରେ ଆଗରୁ ମଧ୍ୟ ଘଟିସାରିଛି।

ଉଲ୍ଲେଖଯୋଗ୍ୟ ଯେ ମୃତ ରୁଚିସ୍ମିତାଙ୍କ ଭାଇ ୪ ବର୍ଷ ଆଗରୁ କୌଣସି କାରଣରୁ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ବାପ କହିଥିଲେ। ଏବେ ପୁଣି ଝିଅ ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିବାରୁ ପୂରା ପରିବାର ଏବେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe