financialexpress.com
ଭୁବନେଶ୍ବର: ପ୍ରବେଶ କର ବାବଦରେ ଭୂଷଣ ଷ୍ଟିଲ୍ ଆଣ୍ଡ୍ ପାୱାର କମ୍ପାନିଠାରୁ ରାଜ୍ୟ ସରକାର ୧୪୦ କୋଟି ଟଙ୍କା ପାଇବା କଥା। ଏ ନେଇ ଜାତୀୟ କମ୍ପାନି ଲ' ଟ୍ରିବ୍ୟୁନାଲ୍ ୫ ମାସ ତଳୁ ରାୟ ଦେଲେଣି। ଅଥଚ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଦାବି ନ କରିବାରୁ ଏ ଟଙ୍କା ରାଜ୍ୟ ହରାଇଲା। ଦୀର୍ଘ ଦିନ ପରେ ଦାବି କରିବାରୁ ଟ୍ରିବ୍ୟୁନାଲ ବିରକ୍ତି ପ୍ରକାଶ କରି ରାଜ୍ୟ ସରକାରଙ୍କ ଦାବିକୁ ଖାରଜ କରିଦେଇଛନ୍ତି। ଏପରିକି ସୁପ୍ରିମକୋର୍ଟରେ ବି ସରକାର ଅପିଲ୍ କରୁନାହାନ୍ତି।
ଆଜି ସ୍ଥାନୀୟ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଦେଶ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଏପରି ଅଭିଯୋଗ କରିଛନ୍ତି। ଶ୍ରୀ ମିଶ୍ର ଦାବି କରିଛନ୍ତ ଷ୍ଟିଲ୍ ଆଣ୍ଡ୍ ପାଓ୍ବାର କମ୍ପାନି ପାଇଁ ସରକାରଙ୍କ ଏପରି ଉଦାସୀନତା ସୂଚାଉଛି ଉଚ୍ଚପଦସ୍ଥ ଅମଲା ଓ ବିଜେଡି ନେତା ମିଳିମିଶି ଏହି ଟଙ୍କାକୁ ଚଳୁ କରିବାକୁ ଉଦ୍ୟମ କରିଛନ୍ତି। ଏହାର ଉପଯୁକ୍ତ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିବ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ସୁଦର୍ଶନ ଦାସ ଓ ଜିନେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
Follow Us