ଗଜପତି ଜିଲ୍ଲାବାସୀଙ୍କୁ ଉପେକ୍ଷା କାହିଁକି ?

Advertisment
ଗଜପତି ଜିଲ୍ଲାବାସୀଙ୍କୁ ଉପେକ୍ଷା କାହିଁକି ?

ପାରଳାଖେମୁଣ୍ଡି : ଜିଲ୍ଲା ଶିଶୁ କଲ୍ୟାଣ ସମିତିର ସଭ୍ୟ, ସଭ୍ୟା ଓ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ଥିବା ପ୍ରାର୍ଥୀମାନଙ୍କ ସମେତ ବରିଷ୍ଠ ନାଗରିକମାନେ ଆଜି ଜିଲ୍ଲା ପ୍ରଶାସନର ଦ୍ବାରସ୍ତ ହୋଇଛନ୍ତି। ଗତ ୮ ତାରିଖ ଦିନ ଏକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କେବଳ ଗଜପତି ଜିଲ୍ଲାକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ସେହି ଜିଲ୍ଲାବାସୀଙ୍କୁ ହିଁ ସମ୍ପୃକ୍ତ ଜିଲ୍ଲାର ଶିଶୁ କଲ୍ୟାଣ ସମିତିରେ କାର୍ଯ୍ୟ କରିବା ପାଇଁ ମନୋନୀତ ‌କରାଯାଇଛି। ଏ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ଅଗଷ୍ଟ ୨୫ ତାରିଖରେ ଗଜପତି ଜିଲ୍ଲାର ଆବେଦନକାରୀଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା। ଅକ୍ଟୋବର ୧ ତାରିଖରେ ଭୁବନେଶ୍ବର ସ୍ଥିତ ମିସନ ଶକ୍ତି ଭବନକୁ କଥାବାର୍ତ୍ତା କରିବା ସକାଶେ ଡକାଯାଇଥିଲା। ତେବେ, ଏହି ଦୁଇ ଦିନରେ ଉପସ୍ଥିତ ନଥିବା ବ୍ୟକ୍ତିଙ୍କୁ ବର୍ତ୍ତମାନ ଗଜପତି ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ସଦସ୍ୟ ଭାବେ ଚୟନ କରାଯାଇଛି। ଏଣୁ, ସାର୍ଟିଫିକେଟ ଯାଞ୍ଚ ହେବା ଏବଂ ସାକ୍ଷାତକାର ନିଆଯିବା ସତ୍ତ୍ବେ ଗଜପତି ଜିଲ୍ଲାର କାହାରିକୁ ନିଯୁକ୍ତି ନ ଦେବା ନେଇ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଆଜି ଭାଗ୍ୟଲକ୍ଷ୍ମୀ ନାୟକ, ବିନୋଦ ଚନ୍ଦ୍ର ଜେନା, ନାଗେଶ୍ବର ଚୌଧୁରୀ, ଭାଗବତ ପାଢ଼ୀ, ଆଶାଲତା ପାଣିଗ୍ରାହୀ, ଗୌରୀ ଦେବୀ, ହରିଶ୍ଚନ୍ଦ୍ର ନାୟକ, ଲିଙ୍ଗରାଜ ପାଣିଗ୍ରାହୀ, ଜଗଦୀଶ ଚନ୍ଦ୍ର ମହାପାତ୍ର, ସୁରେଶ ଦାସ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ନୂତନ ନିଯୁକ୍ତିକୁ ବାତିଲ କରିବା ସକାଶେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe