ଭଦ୍ରକ:  ଭଦ୍ରକ ଜିଲ୍ଲା ରାଜନୀତି ଏବେ ଉଷ୍ଣ ହୋଇଛି। ଗତ ୬ ତାରିଖରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପିର ଏକ  ମିଶ୍ରଣ ପର୍ବରେ ଭଦ୍ରକ ଜିଲ୍ଲାରୁ ୪ ଟି ବ୍ଲକର ଅଧ୍ୟକ୍ଷ ବିଜେଡି ଦଳ ଛାଡ଼ି ବିଜେପିରେ ମିଶିବା ଓ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କର  ଦୁଇ ପତ୍ର ପୂର୍ବତନ ଭଦ୍ରକ ପୌରାଧ୍ୟକ୍ଷ ଲୁଲୁ ସାମଲ ଓ ଭଣ୍ଡାରିପୋଖରୀ ବ୍ଲକର ଉପାଧ୍ୟକ୍ଷ ଥିବା ଜୁଲୁ ସାମଲ ବିଜେପିରେ ଯୋଗଦେବା ଘଟଣାକୁ ନେଇ ଉଭୟ ବିଜେଡି ଓ  କଂଗ୍ରେସ ଦଳର  ନେତାମାନେ ପ୍ରତିକ୍ରିୟାଶୀଳ ହୋଇଛନ୍ତି।

Advertisment

ଲୁଲୁ-ବୁଲୁ ମୁହାଁମୁହିଁ

ବିଶେଷ କରି ଲୁଲୁ ବାବୁଙ୍କର ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ପ୍ରସଙ୍ଗ ଓ ଇଡି ଯାଞ୍ଚ କଥା ଉଠାଇ ଲୁଲୁଙ୍କୁ  ଟାର୍ଗେଟ କରୁଛନ୍ତି। ଗତ ୪ ଦିନ ତଳେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ୩ ବ୍ଲକ ଅଧ୍ୟକ୍ଷଙ୍କ ବିଜେପିରେ ଯୋଗଦାନ ସେ ବରପଦା କଲେଜ ପାଇଁ ହୋଇଛି ବୋଲି କହିଥିବା ବେକେ ଗତ ଦୁଇ ଦିନ ତଳେ କଂଗ୍ରେସ ନେତା ବୁଲୁ ପଟ୍ଟନାୟକ ଭୁବନେଶ୍ଵରରେ ଏକ ସାମ୍ବାଦିକ ସମ୍ମୀଳନୀରେ କରି ଲୁଲୁଙ୍କୁ ଟାର୍ଗେଟ କରିବା ସହ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ମଧ୍ୟ କଟାକ୍ଷା କରିଛନ୍ତି । ଲୁଲୁଙ୍କର ବିଜେପିର ମିଶ୍ରଣ ପାଇଁ ଏକ ଡିଲ୍ ହୋଇଛି କି ବୋଲି ବୁଲୁ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

ଆହୁରି ପଢ଼ନ୍ତୁ:Bhadrak chessboard of politics: ଭଦ୍ରକ ରାଜନୀତିର ପଶାପାଲି: ବିଜେଡିକୁ ଫଟାଇବା ପାଇଁ ପ୍ରଫୁଲଙ୍କ ଘରେ ଗୁପ୍ତ ମନ୍ତ୍ରଣା

ଏହାର ଜବାବରେ ସୋମବାର ସନ୍ଧ୍ୟାରେ ଭଦ୍ରକ ଏକ ହୋଟେଲରେ ଲୁଲୁ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା  ବୁଲୁଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି। ଲୁଲୁ କହିଲେ, ଆମର ବିଜେପିରେ ମିଶ୍ରଣକୁ ବୁଲୁ ବାବୁ ସହ୍ୟ କରି ପାରୁନାହାନ୍ତି କାହିଁକି। ସେ କାହିଁକି ଏତେ ପ୍ରତିକ୍ରିୟାଶୀଲ ହେଉଛନ୍ତି। ଆମର ବିଜେପିରେ ମିଶ୍ରଣ ପାଇଁ ରାଜ୍ୟ ବିଜେପି ସଭାପତି ତଥା ବରିଷ୍ଠ ନେତା ମନମୋହନ ସାମଲଙ୍କୁ କାହିଁକି ଏଭଳି ଟାର୍ଗେଟ କରି କହୁଛନ୍ତି। ରାଜ୍ୟ ସଭାପତି ଏମିତି କି କାମ କଲେ ଯେ, ତାଙ୍କୁ ଲଜ୍ଜା ଲାଗିବା କଥା ବୁଲୁ ବାବୁ ପ୍ରଶ୍ନ କରିଛନ୍ତି। ଆମର ବିଜେପିରେ ମିଶ୍ରଣରେ କଳା ଦିବସ ପାଳନ ହେବା କଥା ବୋଲି କହିଛନ୍ତି।

ଲୁଲୁ ଏହାର ପାଲଟା ଜବାବରେ କହିଛନ୍ତି ଯେ, ଭଦ୍ରକରେ ଯେଉଁ ହିଂସା ହୋଇଥିଲା ଓ ରଙ୍ଗଲତା ମାମଲା ପ୍ରସଙ୍ଗ ହୋଇଥିଲା । ସେହିସବୁ ଦିନରେ ଭଦ୍ରକରେ କଳା ଦିବସ ପାଳନ ହେବାର ଥିଲା। ଭଦ୍ରକ ହିଂସା ମାମଲାରେ ଜଡିତ କାରଣରୁ ବୁଲୁ ବାବୁଙ୍କ ପରିବାରକୁ ବିଜେଡି ଦଳ ଟିକଟ ଦେଲା ନାହିଁ ।

ଏକଥା ବୋଧେ ବୁଲୁ ବାବୁ ଭୁଲି ଯାଉଛନ୍ତି ବୋଲି ଲୁଲୁ ସାମ୍ବାଦିକ ସମ୍ମିଳନୀରେ  ପ୍ରଶ୍ନ କରିଥିଲେ। ବୁଲୁ ବାବୁ ଭଦ୍ରକରେ କାଉନସିଲର  ଟିଏ କି ସରପଂଚ ଟିଏ ଜିତି ନାହାନ୍ତି। ଅଥଚ ବିଜେପି ରାଜ୍ୟ ସଭାପତିଙ୍କୁ ଯେଉଁ ଢଙ୍ଗରେ ପ୍ରଶ୍ନ କରୁଛନ୍ତି । ଏହା ଏକ ହାସ୍ୟାସ୍ପଦ ଘଟଣା ବୋଲି କହିଛନ୍ତି। ବୁଲୁ ବାବୁଙ୍କର ଏଭଳି ବାଚଳାମି ପାଇଁ ବୋଧେ କଂଗ୍ରେସ ଦଳ ତାଙ୍କୁ ଜିଲ୍ଲା ସଭାପତି ନକରି ନଳିନୀକାନ୍ତ ମହାନ୍ତିଙ୍କୁ ଜିଲ୍ଲା ସଭାପତି କାଲା। ସେ ଆହୁରି କହିଛନ୍ତି , ବୁଲୁ ବାବୁ ବରପଦା ଇଞ୍ଜିନିୟରିଂ କଲେଜ ପ୍ରସଙ୍ଗ ଉଠାଇ ଛନ୍ତି। ସେ ବୋଧେ କୋର୍ଟ ରାୟ କୁ ପଢି ନାହାନ୍ତି।

କୋର୍ଟ  ରାୟ ବଳରେ ମୁଁ ବରପଦା କଲେଜର ଚେୟାରମେନ ହୋଇଛି। କାହା ଦୟାରେ ମୋତେ କେହି କଲେଜ ଦାୟିତ୍ଵ ଦେଇନାହାନ୍ତି। ବୁଲୁ ବାବୁଙ୍କ ବାପା ଯୁଗଳ କିଶୋର ପଟ୍ଟନାୟକ ୨୦୦୯ ରୁ ୨୦୧୯ ପର୍ଯ୍ୟନ୍ତ ଭଦ୍ରକରେ ବିଧାୟକ ଥିଲେ। ତାଙ୍କୁ ବରପଦା କଲେଜରୁ କେତେ ଟଙ୍କା ଲାଞ୍ଚ ଦିଆଯାଇଛି ବୋଲି ସେ କୁହନ୍ତୁ। ଆମେ ବରପଦା କଲେଜ ଘଟଣାରେ ବିଜେପି ସଭାପତି ସହ ଡ଼ିଲ କରିଛୁ ବୋଲି ବୁଲୁ ଭାଇ କହିବା ଠିକ ନୁହେଁ।  ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକଙ୍କୁ ବୁଲୁ ବାବୁ ଧନ୍ୟବାଦ ଦେଇଛନ୍ତି। ବୁଲୁ ବାବୁ ସଂଜୀବ ମଲ୍ଲିକ ନାମରେ ଯେଉଁ ଇୟୋଡବ୍ଲୁ ମାମଲାରେ ଚିଠି ବୁଲୁଛି ତାହାର ତଦନ୍ତ ପାଇଁ କାହିଁ ବୁଲୁ ବାବୁ ପ୍ରଶ୍ନ କରନ୍ତୁ। ବରପଦା କଲେଜ ପରିସରରେ ଥିବା ଜମିକୁ ଆମେ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସମ୍ମତି ଦେଇଛି।

ଆହୁରି ପଢ଼ନ୍ତୁ:Bhadrak BJD: ଆସ୍ଥା ଅନାସ୍ଥାକୁ ନେଇ କୁହୁଳୁଛି ଭଦ୍ରକ ଜିଲ୍ଲା ରାଜନୀତି

ଉପଜିଲ୍ଲାପାଳ ଏହି ଜମିର ଖୁବ ଶୀଘ୍ର ଡିମାର୍କେସନ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ବରପଦା କଲେଜ ଆମର ପୈତୃକ ସମ୍ପତି ନୁହେଁ। ବରପଦା  କଲେଜ ଜମିରେ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେଲେ ସେ ଅଞ୍ଚଳର ଲୋକଙ୍କର ବିକାଶ ହେବ ଏକଥା ସମସ୍ତେ ଚାହୁଁ ଛନ୍ତି ବୋଲି ଲୁଲୁ ସାମଲ ଆଜିର ସାମ୍ବାଦିକ ସମ୍ମୀଳନୀରେ ପ୍ରକାଶ କରିଛନ୍ତି।

ଏହି ସାମ୍ବାଦିକ ସମ୍ମୀଳନୀରେ ଲୁଲୁ ସାମଲଙ୍କ ସହ ନୂଆ କରି ବିଜେପିରେ ଯୋଗଦେଇଥିବା ଯୁବ ନେତା ପ୍ରକାଶଜ୍ୟୋତି  ମହାକୁଡ଼ ଉପତ୍ସ୍ଥିତ ଥିଲେ। 

ରିପୋର୍ଟ: ଡ.ହରିହର ନାୟକ