କାହିଁକି ହେଲାନି ଋଣଛାଡ଼?

Advertisment
କାହିଁକି ହେଲାନି ଋଣଛାଡ଼?

ଭୁବନେଶ୍ବର : କୃଷକଙ୍କ ପାଇଁ ‘କାଳିଆ’ ଯୋଜନା ଘୋଷଣା କରିବା ପରେ ରାଜ୍ୟ ସରକାର ଯେ ଅନ୍ୟ ରାଜ୍ୟ ଭଳି ଋଣଛାଡ କରୁନାହାନ୍ତି ଏକଥା ସ୍ପଷ୍ଟ ହୋଇଯାଇଛି। ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ କୃଷି ଋଣଛାଡ ହୋଇଥିବାବେଳେ ଓଡିଶାରେ କାହିଁକି କୃଷି ଋଣଛାଡ଼ କରାଗଲାନି ତାହାକୁ ନେଇ ସ୍ବାଭାବିକ ଭାବେ ବିେରାଧୀ ପ୍ରଶ୍ନ ଉଠାଇଲେଣି। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ଏହା ଉପରେ ରୋକଠୋକ୍ ମତ ରଖିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, କୃଷି ଋଣଛାଡ଼ ଠାରୁ କାଳିଆ ଯୋଜନାରେ ଚାଷୀ ଅଧିକ ଲାଭ ପାଇପାରିବେ। କୃଷି ଋଣଛାଡ଼ ହୋଇଥିଲେ କେବଳ ଋଣୀ, ଖିଲାପୀ ଚାଷୀ ଉପକୃତ ହୋଇଥାନ୍ତେ କିନ୍ତୁ ଏହି କାଳିଆ ଯୋଜନା ଦ୍ୱାରା ରାଜ୍ୟର ୯୨ ପ୍ରତିଶତ ଚାଷୀ ଲାଭ ପାଇପାରିବେ । ରାଜ୍ୟର ସମସ୍ତ ଚାଷୀ ଭାଇ ମାନଙ୍କୁ ଖୁସି କରିବାକୁ ଏହି େଯାଜନା କରାଯାଇଛି।

ସରକାରଙ୍କ ଯୁକ୍ତି େହଲା, ରାଜ୍ୟରେ ୩୨ଲକ୍ଷ ଚାଷୀ ପରିବାର ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୦ଲକ୍ଷ ଋଣ େନଉଛନ୍ତି। ଅଥାର୍ତ ବଳକା ୧୨ ଲକ୍ଷ ଚାଷୀ ପରିବାର ଫସଲ ପାଇଁ ଋଣ ନେଇନଥାନ୍ତି । ଏମାନଙ୍କ ମଧ୍ୟରୁ ୬୦% ନିୟମିତ ଋଣ ପରିଶୋଧ କରୁଛନ୍ତି। ତେଣୁ ଋଣଛାଡ଼ େହାଇଥିଲେ, ମାତ୍ର ୮ଲକ୍ଷ ଚାଷୀ ଉପକାର ପାଇଥାନ୍ତେ େବାଲି ସରକାର ଯୁକ୍ତି ରଖିଛନ୍ତି। ଏ େକ୍ଷତ୍ରରେ କୌଣସି ଭାଗ ଚାଷୀ ଓ ଭୂମିହୀନ କୃଷକ ଉପକୃତ ହୋଇନଥାନ୍ତେ। ଏଣୁ ଅଳ୍ପ କେଇ ଲକ୍ଷଙ୍କୁ ସହାୟତା ଦେବା ବଦଳରେ ସରକାର ୩୨ଲକ୍ଷ ଚାଷୀଙ୍କ ସ୍ବାର୍ଥ ପାଇଁ କାମ କରିଛନ୍ତି। ଏହି ୯୨ ପ୍ରତିଶତ ଚାଷୀଙ୍କ ମଧ୍ୟରେ ରଣୀ ଓ ଅଣ-ଋଣୀ ଚାଷୀ, ଭାଗ ଚାଷୀ, ଭୂମିହୀନ କୃଷି ଶ୍ରମିକ ଫାଇଦା ପାଇପାରିବେ ।

କେବଳ ସେତିକି ନୁହେଁ, ବୃଦ୍ଧାବସ୍ଥା, ରୋଗ, ଅକ୍ଷମତା ପାଇଁ ଚାଷ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରୁନଥିବା ବ୍ୟକ୍ତି ବି ଲାଭ ପାଇପାରିବେ। ଭୂମିହୀନ ଚାଷୀ ପରିବାର ପାଇଁ ବିଶେଷ ସୁବିଧା ରହିଛି। ଏହାଛଡା କାଳିଆ ଯୋଜନାରେ କୃଷକ ମାନେ ଜୀବନ ବୀମା ଓ ଦୁର୍ଘଟଣା ବୀମାର ଲାଭ ଉଠାଇପାରିବେ। କିନ୍ତୁ କୃଷି ଋଣଛାଡ଼ ହୋଇଥିଲେ ଚାଷୀମାେନ ଏହିସବୁ ସୁବିଧାରୁ ବଞ୍ଚିତ ହୋଇଥାନ୍ତେ େବାଲି ସରକାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe