ବଡ଼ଦାଣ୍ଡର ଭିକାରି ବାବା ଦାସ ବଖାଣିଲେ ନିଜର କରୁଣ କାହାଣୀ : କହିଲେ, ବଡ ବୋହୂର ଜୁୁଲମରେ ଘର ଛାଡି ବଡ଼ଦାଣ୍ଡରେ ସାଜିଲି ଭିକାରି

Advertisment
ବଡ଼ଦାଣ୍ଡର ଭିକାରି ବାବା ଦାସ ବଖାଣିଲେ ନିଜର କରୁଣ କାହାଣୀ : କହିଲେ, ବଡ ବୋହୂର ଜୁୁଲମରେ ଘର ଛାଡି ବଡ଼ଦାଣ୍ଡରେ ସାଜିଲି ଭିକାରି

ପୁରୀ : ଜୀବନ ଏକ ନାଟକ ଓ ସ୍ୱୟଂ ଭଗବାନ ଏହାର ନିର୍ଦ୍ଦେଶକ । ସେ ଯେମିତି ଯୋଉ ବାଟିରେ ନେଇଯାଆନ୍ତି ସେମିତି ଚାଲିବାକୁ ହୁଏ । ବଡଦାଣ୍ଡର ଭିକାରି ବାବା ଦାସ । ସତେ ଯେମିତି ଭଗବାନଙ୍କ ନିର୍ଦ୍ଦେଶରେ ଶ୍ରୀକ୍ଷେତ୍ରକୁ ଚାଲିଆସିଛନ୍ତି ପରିଣତ ବୟସରେ । ଭୁବନେଶ୍ୱର ଲିଗଂରାଜ ମନ୍ଦିର ନିକଟ ହାଟ ସାହିରେ ଘର ହୋଇଥିବାବେଳେ ପଚାରିଲେ ନିଜ ଠିକଣା କିଛି ଏହିଭଳି ଢଙ୍ଗରେ କୁହନ୍ତି ।…

ଜୀବନସାରା ଲିଫଟ୍ ମ୍ୟାନ ଭାବେ କିମ୍ବା ମିକ୍ସଚର ମେସିନ ଚଲାଇ ଭଲ ଦିପଇସା ରୋଜଗାର କରୁଥିଲେ । ଦିନକୁ ୧୦୦୦ରୁ ୧୫୦୦ ଯାଏଁ ରୋଜଗାର କରୁଥିବା ଏହି ବ୍ୟକ୍ତି ବଡଦାଣ୍ଡରେ କାହିଁକି ଭିକ ମାଗୁଛନ୍ତି ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ୩୨ ବର୍ଷ ତଳୁ ସ୍ତ୍ରୀ ଆରପାରିକୁ ଚାଲି ଯାଇଥିଲେ । ପିଲାମାନେ ବଡ ହୋଇ ବାହାସାହା ହେବା ପରେ ପରିଣତ ବୟସରେ ଅଲୋଡା ହୋଇପଡିଲେ ବାବା ଦାସ । ବଡ ବୋହୂଙ୍କ ଜୁୁଲମରେ ଘର ଛାଡିବାକୁ ପଡିଲା।

ସତରେ କଣ ଘରର ମୂରବୀ ବୁଢା ହୋଇଗଲେ କିମ୍ବା ରୋଜଗାର କରିବାର କ୍ଷମତା ହରାଇଲେ ଅଲୋଡା ହୋଇଯାଆନ୍ତି । ଯେଉଁ ପିଲାମାନଙ୍କୁ ମଣିଷ କରିବାରେ ନିଜ ଜୀବନକୁ ତିଳତିଳ କରି ସାରିଦେଲେ, ସେମାନେ ଏମିତି ପର କରିଦିଅନ୍ତି । ୫ ମାସ ହେଲା ପୁରୀ ବଡଦାଣ୍ଡରେ ଭିକ୍ଷାବୃତି କରିବା ଭିତରେ ଯେମିତି ସବୁ ସାଂସାରିକ ମୋହ ତୁଟାଇ ସାରିଛନ୍ତି ଭିକାରି ବାବା ଦାସ।

ଶରଧାବାଲିରୁ ସିଂହଦ୍ୱାର, ଭିକ ମାଗି ଯେଉଁ ଦୁଇ ପାଇସା ପାଆନ୍ତି ସେଥିରେ ନିଜ ପେଟ ପୋଷିବା ସହ ଦୁଇଟି ଗାଈଙ୍କୁ ମଧ୍ୟ ଖାଇବାକୁ ଦିଅନ୍ତି ଏହି ବଡଦାଣ୍ଡର ଭିକାରି । ଆଶ୍ଚର୍ଯ୍ୟର କଥା ହେଉଛି ବାବା ଦାସଙ୍କ ପରି କାହାଣୀ ବଡଦାଣ୍ଡରେ ଅନେକ ଭିକାରିଙ୍କର । ଯେଉଁ ମାନେ ପରିସ୍ଥିତିର ଦାସ । ଜୀବନସାରା ମେସିନ ପରି କାମ କରୁଥିଲେ । ଆଉ ବୟସ ବଢିବା ସହ ରୋଜଗାର କରିନପାରିବାରୁ ଦୂରେଇ ଦେଇଛନ୍ତି ସଂପର୍କୀୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe